1. କୃଷି ବିଶ୍ବକୋଷ

ବିଲାତି ଦଳରୁ କମ୍ପୋଷ୍ଟ୍

ବିଲାତି ଦଳ ପ୍ରାୟେ ପ୍ରତ୍ୟେକ ଗାଆଁ ପୋଖରୀ ତଥା ସହରାଞ୍ଚଳରେ ଥିବା ଖାଲୁଆ ଜମି ଇତ୍ୟାଦି ରେ ଦେଖିବାକୁ ମିଳିଥାଏ ।କେତେଟା କ୍ଷେତ୍ର ରେ ଏହା ମତ୍ସ୍ୟ ପାଳନ ଲାଗି ଉତ୍ତମ ଖାଦ୍ୟ ଭାବରେ ବ୍ୟବହାର ହୁଏ ମାତ୍ର ଏହା ଲାଗି ପୋଖରୀ ମାନଙ୍କରେ ପାଣି ର ମାତ୍ରା ମଧ୍ୟ କମ ହୋଇଯାଇଥାଏ।ତେବେ ଏଥିରେ ଏକ ଉତ୍ତମ କିସମ ର କମ୍ପୋଷ୍ଟ୍ ମଧ୍ୟ ତିଆରି କରି ହେବ ।

KJ Staff
KJ Staff

ବିଲାତି ଦଳ ପ୍ରାୟେ ପ୍ରତ୍ୟେକ ଗାଆଁ ପୋଖରୀ ତଥା ସହରାଞ୍ଚଳରେ ଥିବା ଖାଲୁଆ ଜମି ଇତ୍ୟାଦି ରେ ଦେଖିବାକୁ ମିଳିଥାଏ ।କେତେଟା କ୍ଷେତ୍ର ରେ ଏହା ମତ୍ସ୍ୟ ପାଳନ ଲାଗି ଉତ୍ତମ ଖାଦ୍ୟ ଭାବରେ ବ୍ୟବହାର ହୁଏ ମାତ୍ର ଏହା ଲାଗି ପୋଖରୀ ମାନଙ୍କରେ ପାଣି ର ମାତ୍ରା ମଧ୍ୟ କମ ହୋଇଯାଇଥାଏ।ତେବେ ଏଥିରେ ଏକ ଉତ୍ତମ କିସମ ର କମ୍ପୋଷ୍ଟ୍ ମଧ୍ୟ ତିଆରି କରି ହେବ ।

ଏହା ଲାଗି ଆବଶ୍ୟକ ସାମଗ୍ରୀ:

  • ବିଲାତି ଦଳ
  • ସଦ୍ୟ ଗାଈ ର ଗୋବର -୧୫ କି ଗ୍ରା
  • ଗୋମୁତ୍ର -୫ ଲିଟର
  • କିଛି ପଙ୍କ ମାଟି
  • ଆବଶ୍ୟକ ଅନୁଯାୟୀ ପାଣି

ଏହାର ପ୍ରସ୍ତୁତି ପ୍ରଣାଳୀ:

  • ୧୨ ଫୁଟ ଲମ୍ବା,୮ ଫୁଟ ଉସାର ଓ ୪ ଫୁଟ ଗଭୀର ର ଏକ ଗାତ ଖୋଳନ୍ତୁ।
  • ପୋଖରୀ ବା ଖାଲୁଆ ଅଞ୍ଚଳରୁ ଦଳ କାଢି ୩-୪ ଦିନ ଶୁଖିବାକୁ ରଖନ୍ତୁ।ଏମିତି କରିବା ଦ୍ୱାରା ଦଳରୁ ପାଣି ଝଡିଯାୟେ ଏବଂ ତଥା ନରମ ହୋଇଯାଏ ।
  • ଗୋବର ,ଗୋମୂତ୍ର ଓ ପଙ୍କ ମାଟି ମିଶାଇ ଏକ ମିଶ୍ରଣ ବା ଷ୍ଟାର୍ଟର ତିଆରି କରନ୍ତୁ।ପ୍ରଥମେ ଦେଢ଼ ଇଞ୍ଚ୍ ବହାଳର ଷ୍ଟାର୍ଟର ଉପରେ ୧ ଫୁଟ ବହଲର ଦଳ ବିଛାଇ ଦିଅନ୍ତୁ ।ବିଲାତି ଦଳ ର ଏକ ସ୍ଥର ଉପରେ ଏହି ଷ୍ଟାର୍ଟର ରୁ ଅଧା ଇଞ୍ଚ୍ ପରେ ଦଳ କୁ ଚାପି ଦିଅନ୍ତୁ।ବିଲାତି ଦଳ ଉପରେ ଗୋଟିଏ ସ୍ଥର ଷ୍ଟାର୍ଟର ଏହିପରି ଗଦାଟି ତଳୁ ୨ ଫୁଟ ଉଚ୍ଚ ହେବା ଯାଏ ଦଳ ଜମା କରନ୍ତୁ।
  • ଉପର ଅଂଶ କୁ ଅଳ୍ପ ଢାଳୁ ରଖି ତା ଉପରେ କଞ୍ଚା ଗୋବର ଓ ମାଟି ମିଶାଇ ସେହି ଗଦା ର ଉପର ଭାଗ କୁ ଲିପି ଦିଅନ୍ତୁ।ଏକ ସମୟରେ ଏହି ପରି ୪-୫ ଟି ବିଲାତି ଦଳ ର ଖତ ଗଦା ତିଆରି କରିପାରିବେ।
  • ପ୍ରାୟେ ଏକ ମାସ ପରେ ଦଳ ସବୁ ଶୁଖି କଳା ପଡ଼ିଯାଏ ଏବଂ ଗଦା ଟି ପ୍ରାୟେ ଏକ ଫୁଟ ଦବିଯାଏ।ଏହି ସମୟ ମଧ୍ୟରେ ଗଦା ରେ ଦଳ ପ୍ରାୟେ ଶଢ଼ି ଯାଇଥାଏ।
  • ଦଳ କୁ ଭଲ ଭାବେ ଉଲଟ ପାଲଟ କରି ଦିଅନ୍ତୁ ଯାହା ଦ୍ୱାରା ସମ୍ପୂର୍ଣ୍ଣ ଦଳ ଭଲ ଭାବେ ଶଢ଼ି ଯିବା।ଏହା ପରେ ଗଦା କୁ ପୁନର୍ବାର ମାଟି ଦେଇ ଲିପି ଦିଅନ୍ତୁ ।ଏହିପରି କଲେ ପ୍ରାୟେ ୩-୪ ମାସ ମଧ୍ୟରେ କମ୍ପୋଷ୍ଟ ତିଆରି ହୋଇଥାଏ।ପ୍ରତି ୧୦ ଟନ୍ ବିଲାତି ଦଳ ରୁ ୧ ଟନ୍ ର ଉତ୍କୃଷ୍ଟ କମ୍ପୋଷ୍ଟ୍ ମିଳିପାରିବ।


ଏହି କାମ୍ପୋଷ୍ଟ୍ ରେ ଯବକ୍ଷାରଜାନ ଶତକଡ଼ା ୨ ଭାଗ, ଫସଫରସ ଶତକଡ଼ା ୧ ଭାଗ ଓ ପଟାସ୍ ଶତକଡ଼ା ୨ ରୁ ୩ ଭାଗ ଥାଏ ।ଏହି ପରି ପୋଖରୀରୁ ଚିନି ଦଳ, ଚିଙ୍ଗୁଡିଆ ଦଳ ବୋରୋଝାଞ୍ଜିରୁ ମଧ୍ୟ ଦଳ ପ୍ରସ୍ତୁତ କରିପାରିବେ।ଏହା ବ୍ୟତୀତ ଏହି କମ୍ପୋଷ୍ଟ ରେ ରକ୍ ଫୋଷଫେଟ୍ ବା ହାଡ଼ ଗୁଣ୍ଡ ଦେଇ ଏହାର ମାନ ବଢାଇପରିବେ।

କମ୍ପୋଷ୍ଟ ପ୍ରୟୋଗରେ କେତୋଟି ସାବଧାନତା


ଏହାକୁ ଗାତ ରୁ ବାହାର କରି ଯଥା ଶୀଘ୍ର ସମ୍ଭବ ପ୍ରୟୋଗ କରନ୍ତୁ ।
ଏହାକୁ ଟାଣ ଖରା ରେ ଶିଖନ୍ତୁ ନାହିଁ।ଏହା ଦ୍ବାରା କମ୍ପୋଷ୍ଟ୍ ର ଖାଦ୍ୟ ସାର ନଷ୍ଟ ହେବା ସହ ଏଥିରେ ଥିବା ଉପକାରୀ ଜୀବାଣୁ ନଷ୍ଟ ହୋଇଯାନ୍ତି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments