ଚାଷୀଭାଇମାନେ ନିଜର ଜମିରେ କଠିନ ପରିଶ୍ରମ କରି ଫସଲ କରୁଥିବା ବେଳେ ବିଭିନ୍ନ ପ୍ରକାରର କୀଟ ପତଙ୍ଗଗୁଡ଼ିକ ଫସଲ ଉପରେ ଆକ୍ରମଣ କରି ପ୍ରଭୁତ୍ୱ କ୍ଷତି ସାଧନ କରିଥାଆନ୍ତି l ଉଇ ମଧ୍ୟ ଫସଲର ବିଭିନ୍ନ ପର୍ଯ୍ୟାୟରେ ଆକ୍ରମଣ କରି ଚାଷୀକୁ କ୍ଷତିରେ ପକାଇ ଥାଏ l ଏହା ବାଦ ଘରେ ମଧ୍ୟ ବେଳେ ବେଳେ ଉଇ ହେଉଥିବାର ଆମେ ଦେଖିଛେ l ଆମର ଟିକିଏ ଅସାବଧାନତାର ସୁଯୋଗ ନେଇ ଉଇମାନେ ସବୁ କାଟି ନଷ୍ଟ କରିଦିଅନ୍ତି l ଏ ସମସ୍ତ ସମସ୍ୟାଗୁଡ଼ିକର କିପରି ସମାଧାନ କରାଯାଇପାରିବ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା l
ଉଇ ଫସଲ କିଆରିର ଭିନ୍ନ ଭିନ୍ନ ଫସଲକୁ ବିଭିନ୍ନ ଅବସ୍ଥାରେ ଏମାନେ ଆକ୍ରମଣ କରନ୍ତି । ବିଶେଷତଃ ଶୁଷ୍କ ଅଞ୍ଚଳର ଫସଲକୁ ଉଇ ସହଜରେ ଆକ୍ରମଣ କରନ୍ତି । ଉଇଙ୍କୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରାଯାଏ । ଭାରତରେ ୨୬୧ ପ୍ରଜାତିର ଉଚ୍ଚର ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ ୧୩ ପ୍ରଜାତିର ଉଚ୍ଚ ବାସଗୃହରେ ଉପଲବ୍ଧ କାଠ ନିର୍ମିତ ବ୍ୟବହାର୍ଯ୍ୟ ପଦାର୍ଥ ଏବଂ ଘରର କାଠଦ୍ଵାରା ନିର୍ମିତ ଝରକା, କବାଟ, ଦ୍ଵାରବନ୍ଧ ଓ କାଗଜକୁ ଖାଆନ୍ତି । ଅନେକ ପ୍ରଜାତିର ଉଇ ଢିପ ଜମିର ଧାନ ଫସଲ, ମକା, ସୁଆଁ, ମାଣ୍ଡିଆ, ବାଲି, ସୋୟାବିନ, ହରଡ, ବୁଟ, ମୁଗ, ଚିନାବାଦାମ, ବାଇଗଣ, ଆଳୁ, ଗୋଲାପ, ସେବତୀ, ଆମ୍ବ, କଦଳୀ, ଲେମ୍ବୁଜାତୀୟ ଫସଲ, ନଡ଼ିଆ ଏବଂ ଆଖୁ ଫସଲକୁ ଆକ୍ରମଣ କରନ୍ତି । ବିଭିନ୍ନ ପନିପରିବା ଚାଷ କରିବା ପାଇଁ ତଳି ପଟାଳିରେ ମଞ୍ଜି ବୁଣାଯାଇ ସେଥିରୁ ଚାରା ଉତ୍ପାଦନ କରାଯାଏ । ଚାରାବସ୍ଥାରେ ଉଇ ଆକ୍ରମଣ କରନ୍ତି । ଆଖୁ ଫସଲରେ ଆଖୁ ଖଣ୍ଡ ପୋତିବା ସମୟରେ ୩୦ରୁ ୬୦ ପ୍ରତିଶତ ଆଖିକୁ ଉଇମାନେ ଖାଇଥିବାର ଦୃଷ୍ଟାନ୍ତ ମିଳେ । ଏହା ଯୋଗୁ ହାରାହାରି ୩୩ ପ୍ରତିଶତ ଆଖୁ, ଅମଳ ହ୍ରାସ ହୋଇଥାଏ ।
ଫସଲରେ ମରୁଡ଼ି ଦେଖାଦେଲେ ଉଇଙ୍କ ଦ୍ଵାରା କ୍ଷତିର ପରିମାଣ ବୃଦ୍ଧିପାଏ । ବାଲିଆ ମାଟିରେ ହେଉଥିବା ଫସଲରେ ମଧ୍ୟ ଉଇ, ସମସ୍ୟା ବୃଦ୍ଧିପାଏ । ଉଇଙ୍କୁ ସାଧାରଣତଃ ଚାରି ଜାତିରେ ବିଭକ୍ତ କରାଯାଏ । ସେମାନେ ହେଲେ ରାଜା ଓ ରାଣୀ ଉଇ। ତୃତୀୟଟି ଶ୍ରମିକ ଏବଂ ଚତୁର୍ଥଟି ସୈନିକ ଶ୍ରେଣୀର । ରାଜା ଓ ରାଣୀଙ୍କୁ ରାଜକୀୟ ଯୋଡି କୁହାଯାଏ । ସେମାନଙ୍କର ଦୁଇ ହଳ ଝିଲ୍ଲୀମୟ ଡେଣା ରହିଥାଏ l ରାଜା ଓ ରାଣୀ ନିଜ ଦଳର ଶ୍ରେଷ୍ଠ ସ୍ଥାନ ପାଆନ୍ତି । ସେମାନେ ଦଳ ଭିତରେ ରହନ୍ତି । ସେମାନେ ନୂତନ ଦଳ ସୃଷ୍ଟି କରିବା ପାଇଁ ନୂଆ ସ୍ଥାନକୁ ଉଡିକରି ଯାଆନ୍ତି । ସେ ସମୟରେ ସେମାନେ ଦୁଇ ହଳ, ଡେଣା ହରାନ୍ତି । ଡେଣାଯୁକ୍ତ ଉଇ, ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି । ଡେଣା ହରାଇ ସେମାନେ ତଳେ ବୁଲାବୁଲି କଲାବେଳେ ମାଟିରେ ଥିବା ଗାତ କିମ୍ବା କାଠ ନିର୍ମିତ ବ୍ୟବହାର୍ଯ୍ୟ ପଦାର୍ଥରେ କଣାରେ ସେମାନେ ସେଥିରେ ଆଶ୍ରୟ ନିଅନ୍ତି । ପୁରୁଷ ଓ ସ୍ତ୍ରୀ ଉଚ୍ଚ ପରସ୍ପର ପ୍ରତି ସହବାସ କରି ନୁତନ ଦଳ ସୃଷ୍ଟି କରନ୍ତି । ରାଣୀ ଉଇ, ସର୍ବଦା ରାଜକୀୟ ପ୍ରକୋଷ୍ଠରେ ରହେ । ରାଜା ଉଇ ସହିତ ରାଣୀ ଉଇ ମିଶି ସେମାନଙ୍କର ବଂଶ ବୃଦ୍ଧି କରନ୍ତି । ରାଣୀ ଉଇଟି ୫ ରୁ ୧୫ ବର୍ଷ ବଞ୍ଚିରହେ । ଶ୍ରମିକ ଉଇମାନେ ଅଣ୍ଡା ଓ ରାଣୀ ହେବାକୁ ଥିବା ଉଇମାନଙ୍କର ଯତ୍ନ ନିଅନ୍ତି । ଏମାନେ ଅନ୍ୟ ଉଇଙ୍କର ମଧ୍ୟ ଯତ୍ନ ନିଅନ୍ତି ଏବଂ ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରନ୍ତି । ହୁଙ୍କାରେ ହେଉଥିବା କବକକୁ ଉଇ ଖାଇ ବଞ୍ଚି ରୁହନ୍ତି । ଏମାନେ ବିଭିନ୍ନ ଗଛକୁ ଖାଆନ୍ତି । ସୈନିକ ଉଇମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ । ପ୍ରଥମଟି ହେଉଛି ତୀକ୍ଷଣ ଏବଂ ମଜଭୁତ ଦନ୍ତ ଯୁକ୍ତ ଉଇ। ଏମାନଙ୍କର ମୁଣ୍ଡ ଏବଂ ବେକ ଅତି ସୁଦୃଢ଼ । ଦ୍ଵିତୀୟ ଶ୍ରେଣୀଭୁକ୍ତ ଉଇମାନଙ୍କର ଦାନ୍ତ ଗୁଡିକ ଅତି କ୍ଷୁଦ୍ର । ତୃତୀୟ ଶ୍ରେଣୀର ଉଇମାନଙ୍କର ଦାନ୍ତଗୁଡିକ ଭିନ୍ନ ଭିନ୍ନ ଆକୃତିର । ଚତୁର୍ଥ ଶ୍ରେଣୀଭୁକ୍ତ ଉଇମାନେ ଉଇ ଦଳକୁ ପିମ୍ପୁଡି ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଆକ୍ରମଣରୁ ରକ୍ଷା କରନ୍ତି ।
ଗୃହ ମଧ୍ୟରେ ଉଇଙ୍କୁ ବିନାଶ କରିବା ପାଇଁ ଉଇ ଲାଗୁଥିବା କାଠ ଦ୍ୱାରବନ୍ଧ ଓ ଝରକାକୁ କ୍ଲୋରୋପାଇରିଫସ୍, ୦୫ ମିଲିଲିଟର ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଏହି କୀଟନାଶକ, ସିଞ୍ଚନ କରିବା ସମୟରେ ଘରର ସମସ୍ତ ଝରକା ଖୋଲା ରଖନ୍ତୁ । ଖାଦ୍ୟ ରୋଷେଇଶାଳାରେ ଉଇ, ସମସ୍ୟା ଉପଲବ୍ଧ ହେଲେ ସମସ୍ତ ଖାଦ୍ୟ ଦ୍ରବ୍ୟକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି କୀଟନାଶକ ପ୍ରୟୋଗ କରନ୍ତୁ । ଗୃହ ମଧ୍ୟରେ ଏହି କୀଟନାଶକକୁ ପିଲାଙ୍କଠାରୁ ଏବଂ ଗୃହପାଳିତ ପ୍ରାଣୀଙ୍କଠାରୁ ଦୂରରେ ରଖନ୍ତୁ । କୀଟନାଶକ ପ୍ରୟୋଗ କରିବା ବ୍ୟକ୍ତି କୀଟନାଶକ, ସିଞ୍ଚନ ପୂର୍ବରୁ ଜଳଖିଆ ଖାଇଦିଅନ୍ତୁ । ହାତ ଓ ମୁହଁରେ ଗ୍ଲୋବ୍ସ ଓ ମାସ୍କ ବ୍ୟବହାର କରନ୍ତୁ । କୀଟନାଶକ ସିଞ୍ଚନ ପରେ ହାତ, ମୁହଁ ଓ ଗୋଡ଼ ସାବୁନରେ ଧୁଅନ୍ତୁ । କୀଟନାଶକ, ସିଞ୍ଚନ କରିବା ସମୟରେ ସିଞ୍ଚନକାରୀ ଶାର୍ଟ ଓ ପ୍ୟାଣ୍ଟ ପିନ୍ଧନ୍ତୁ । ଏହା ଦ୍ଵାରା କୀଟନାଶକ ଶରୀରକୁ ସ୍ପର୍ଶ କରିପାରିବ ନାହିଁ । ସିଞ୍ଚନକାରୀ କୀଟନାଶକ, ସିଞ୍ଚନ ସମୟରେ ପାନ, ବିଡି, ସିଗାରେଟ ଆଦି ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । କୀଟନାଶକ ଥିବା ଡବାକୁ ପୋତିଦେବା ଦରକାର । ସିଞ୍ଚନ ଯନ୍ତ୍ରକୁ ପୋଖରୀ, ନାଳ ବା ନଦୀରେ ଧୋଇବା ଉଚିତ ନୁହେଁ । ଏହି ସବୁ ପ୍ରତି ସାବଧାନତା ଏବଂ ସତର୍କତା ରହିବା ଜରୁରୀ । ବାସଗୃହ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଜରୁରୀ । ଭଗ୍ନ କାଠ ନିର୍ମିତ ଆସବାବପତ୍ର ଇତସ୍ତତଃ ପଡିରହିବା ଉଚିତ ନୁହେଁ । ଗୃହ ପାଖରେ ଥିବା ଉଇ ହୁଙ୍କାଗୁଡିକୁ ମଧ୍ୟ କ୍ଳୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ। ଶସ୍ୟ କ୍ଷେତ୍ରରେ ଉଇ ସମସ୍ୟା ଦେଖାଦେଲେ । ଯେଉଁ ସ୍ଥାନର ଉଇ ଫସଲକୁ କ୍ଷତି ଘଟାଉଥିବେ ସେହି ସ୍ଥାନକୁ ମଧ୍ୟ କ୍ଲୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ । ପନିପରିବା ଓ ଫଳ ଆଦି ବଗିଚାରେ ଉଇ ସମସ୍ୟା ପ୍ରତିହତ କରିବା ପାଇଁ କୀଟନାଶକ, ସିଞ୍ଚନ କରିବାର ପ୍ରାୟ ୧୫ରୁ ୨୦ ଦିନ ପରେ ସେ ସ୍ଥାନରୁ ପନିପରିବା ଓ ଫଳ ତୋଳିବା ଆବଶ୍ୟକ ।
Share your comments