1. କୃଷି ବିଶ୍ବକୋଷ

ଜୈବିକ ଉପାୟରେ କରନ୍ତୁ ହାନୀକାରକ କୀଟଙ୍କୁ ନିୟନ୍ତ୍ରଣ

ନିଜର ଶସ୍ୟ, ଫଳ, ଫୁଲ, ପନିପରିବା ଆଦିକୁ କୀଟମାନଙ୍କ କବଳରୁ ରକ୍ଷା କରିବା ପାଇଁ କୃଷକମାନଙ୍କ ଦ୍ୱାରା ଅନେକ ରାସାୟନିକ ତଥା ବିଷାକ୍ତ ଔଷଧର ପ୍ରୟୋଗ କରାଯାଇଥାଏ l ଯାହା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଉପୁଜୁଛି l ଯେପରିକି ଅଧିକ ରାସାୟନିକ ପ୍ରୟୋଗ ଫଳରେ କୀଟମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା,

Sugyan Kumar Nayak
Sugyan Kumar Nayak
Organic

Organic

ନିଜର ଶସ୍ୟ, ଫଳ, ଫୁଲ, ପନିପରିବା ଆଦିକୁ କୀଟମାନଙ୍କ କବଳରୁ ରକ୍ଷା କରିବା ପାଇଁ କୃଷକମାନଙ୍କ ଦ୍ୱାରା ଅନେକ ରାସାୟନିକ ତଥା ବିଷାକ୍ତ ଔଷଧର ପ୍ରୟୋଗ କରାଯାଇଥାଏ l ଯାହା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଉପୁଜୁଛି l ଯେପରିକି ଅଧିକ ରାସାୟନିକ ପ୍ରୟୋଗ ଫଳରେ କୀଟମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା, କିଛି ଉପକାରୀ କୀଟମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ, ମୃତ୍ତିକାର ଗୁଣବତ୍ତା ଉପରେ ଖରାପ ପ୍ରଭାବ, ମଣିଷମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ଆଦି ଅନେକ l ଆମ ଦେଶର ପଞ୍ଜାବ ଭଳି ରାଜ୍ୟରେ ରାସାୟନିକର ପ୍ରୟୋଗ ବହୁତ ବଢି ଯାଇଛି ଏବଂ କ୍ୟାନ୍ସର ଭଳି ରୋଗରେ ସମ୍ପୂର୍ଣ୍ଣ ରାଜ୍ୟ ଆଜି ଆକ୍ରାନ୍ତ l ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେବଳ ଗୋଟିଏ ରାସ୍ତା ହେଉଛି ଜୈବିକ ପ୍ରଣାଳୀରେ କୃଷି ତଥା ରାସାୟନିକ ପଦାର୍ଥବିହୀନ କୃଷି l ଆପଣ କିପରି ଜୈବିକ କୃଷି କରିପାରିବେ ଜାଣିବା ପାଇଁ ଏହି ଲେଖାଟିକୁ ନିଶ୍ଚିତ ପଢ଼ନ୍ତୁ l

ଫସଲ ଚକ୍ର

ଗୋଟିଏ ହିଁ ଫସଲକୁ  ଗୋଟିଏ ଜମିରେ ବାରମ୍ବାର କାରିବା ଦ୍ୱାରା ମାଟିରୁ ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ l ଏହା ଫସଲକୁ ନଷ୍ଟ କରିବା ସହିତ ଫସଲରେ କୀଟ ଲାଗିବା ପାଇଁ ମଧ୍ୟ ଦାୟୀ ହୋଇଥାଏ ଏବଂ ରୋଗ ମଧ୍ୟ ସୃଷ୍ଟି କରନ୍ତି l ତେଣୁ ଫସଲ ଚକ୍ର ଦ୍ୱାରା ବିଭିନ୍ନ ପ୍ରକାର ଫସଲକୁ ଅଦଳ ବଦଳ କରି ଲଗାଯାଇ ପାରିବ l ଯାହା ଦ୍ୱାରା କୀଟର ପ୍ରଭାବ ମଧ୍ୟ ହ୍ରାସ ହୋଇପାରିବ l

ଇଣ୍ଟରକ୍ରପିଙ୍ଗ୍

ଦକ୍ଷିଣ ଭାରତରେ କୀଟ ଠାରୁ ନିଜ ଫସଲକୁ ବଞ୍ଚାଇବା ପାଇଁ କୃଷକମାନେ ଇଣ୍ଟରକ୍ରପିଙ୍ଗ୍ ପ୍ରଣାଳୀରେ କୃଷି କାର୍ଯ୍ୟ କରିଥାନ୍ତି l ଏଥିରେ କପା ସହିତ ମୁଗ ହରଡ଼ ସହିତ କୋଳଥ ଆଦି ଲଗାଇଦିଆଯାଏ l

ନିକୋଟିନ୍

ତମ୍ବାଖୁ ପତ୍ରକୁ ଗୁଣ୍ଡ କରି ଏହାକୁ ପାଣିରେ ମିଶାଇ ଏହାକୁ ନିଜ ଫସଲ ଉପରେ ଛିଞ୍ଚି ଦିଅନ୍ତୁ ଦେଖିବେ କୀଟର ପ୍ରଭାବ କମିବାକୁ ଲାଗିବ l ଏହା କୀଟର ଶରୀରରେ ପ୍ରବେଶ କରି ଏହାର ସ୍ନାୟୁକୁ ଦୁର୍ବଳ କରିଦିଏ ଓ କିଛି ସମୟ ମଧ୍ୟରେ ହିଁ କୀଟ ମୃତ୍ୟୁ ବରଣ କରେ l

ଭୂ-ପରିଷ୍କରଣ କ୍ରିୟା

ଭୂ-ପରିଷ୍କାରଣ କ୍ରିୟାରେ ଆମେ ଜମିକୁ ଅଧିକ ଗଭୀର ପର୍ଯ୍ୟନ୍ତ ହଳ କରିଥାଉ l ଯାହା ଦ୍ୱାରାକି ମାଟିର ବେଶୀ ତଳେ ଥିବା କୀଟମାନେ ଉପରକୁ ଆସିଯାଆନ୍ତି ଓ ବିଭିନ୍ନ ପକ୍ଷୀମାନେ ତାଙ୍କୁ ଖାଇ ନଷ୍ଟ କରିଦିଅନ୍ତି l

ଫସଲ ଚକ୍ର

ଗୋଟିଏ ହିଁ ଫସଲକୁ  ଗୋଟିଏ ଜମିରେ ବାରମ୍ବାର କାରିବା ଦ୍ୱାରା ମାଟିରୁ ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ l ଏହା ଫସଲକୁ ନଷ୍ଟ କରିବା ସହିତ ଫସଲରେ କୀଟ ଲାଗିବା ପାଇଁ ମଧ୍ୟ ଦାୟୀ ହୋଇଥାଏ ଏବଂ ରୋଗ ମଧ୍ୟ ସୃଷ୍ଟି କରନ୍ତି l ତେଣୁ ଫସଲ ଚକ୍ର ଦ୍ୱାରା ବିଭିନ୍ନ ପ୍ରକାର ଫସଲକୁ ଅଦଳ ବଦଳ କରି ଲଗାଯାଇ ପାରିବ l ଯାହା ଦ୍ୱାରା କୀଟର ପ୍ରଭାବ ମଧ୍ୟ ହ୍ରାସ ହୋଇପାରିବ l

ଇଣ୍ଟରକ୍ରପିଙ୍ଗ୍

ଦକ୍ଷିଣ ଭାରତରେ କୀଟ ଠାରୁ ନିଜ ଫସଲକୁ ବଞ୍ଚାଇବା ପାଇଁ କୃଷକମାନେ ଇଣ୍ଟରକ୍ରପିଙ୍ଗ୍ ପ୍ରଣାଳୀରେ କୃଷି କାର୍ଯ୍ୟ କରିଥାନ୍ତି l ଏଥିରେ କପା ସହିତ ମୁଗ ହରଡ଼ ସହିତ କୋଳଥ ଆଦି ଲଗାଇଦିଆଯାଏ l

ନିକୋଟିନ୍

ତମ୍ବାଖୁ ପତ୍ରକୁ ଗୁଣ୍ଡ କରି ଏହାକୁ ପାଣିରେ ମିଶାଇ ଏହାକୁ ନିଜ ଫସଲ ଉପରେ ଛିଞ୍ଚି ଦିଅନ୍ତୁ ଦେଖିବେ କୀଟର ପ୍ରଭାବ କମିବାକୁ ଲାଗିବ l ଏହା କୀଟର ଶରୀରରେ ପ୍ରବେଶ କରି ଏହାର ସ୍ନାୟୁକୁ ଦୁର୍ବଳ କରିଦିଏ ଓ କିଛି ସମୟ ମଧ୍ୟରେ ହିଁ କୀଟ ମୃତ୍ୟୁ ବରଣ କରେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments