Agripedia

ଧନିଆ ଚାଷ

ଧନିଆ ଏକ ସବୁଦିନିଆ ଫସଲ । ପାହାଡ଼ିଆ ଅଞ୍ଚଳରେ ବିଶେଷତଃ ଦକ୍ଷୀଣ ଭାରତରେ ଏହା ବର୍ଷା ଋତୁରେ ମଧ୍ୟ ଚାଷ କରାଯାଏ । ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ ।

08 December, 2020 2:13 PM IST By: KJ Staff

ଧନିଆ ଏକ ସବୁଦିନିଆ ଫସଲ । ପାହାଡ଼ିଆ ଅଞ୍ଚଳରେ ବିଶେଷତଃ ଦକ୍ଷୀଣ ଭାରତରେ ଏହା ବର୍ଷା ଋତୁରେ ମଧ୍ୟ ଚାଷ କରାଯାଏ । ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଚାଷ କରାଯାଏ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ଉତ୍ପାଦନ ପାଇଁ ଏକାନ୍ତ ଆବଶ୍ୟକ ।

ଆବଶ୍ୟକ ମୃତ୍ତିକା:

ପଟୁ, ଆଲୁଭିଆଲ ଏବଂ କଳା ମାଟିରେ ଧନିଆ ଭଲ ହୁଏ । ବାଲିଆ ମାଟିରେ ଏ ଫସଲ ଉଧାଏ ନାହିଁ ।

କେଉଁ କିସମ ଲଗାଇବେ:

ସି.-, ସିଓ-, ସିଓ-, ସ୍ୱାତୀ, ସାଧନା, ଲାମ ସିଲେକ୍ସନ୍‌, ୟୁଡି ।

ବୁଣା ସମୟ:

ଜୁନ୍‌-ଜୁଲାଇ କିମ୍ବା ଅକ୍ଟୋବର-ନଭେମ୍ବର ଧନିଆ ବୁଣିବାର ପ୍ରକୃଷ୍ଟ ସମୟ ।

ଚାଷ ପ୍ରଣାଳୀ:

ଜମିକୁ ଭଲ ଭାବେ ଚାଷ କରି, ମାଟି ଗୁଣ୍ଡ କରି ଶେଷ ଓଡ଼ ଚାଷରେ ହେକ୍ଟର ପ୍ରତି ୨୦ ଟନ୍ ସଢ଼ା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ । ୧୫ ବର୍ଗମିଟର ଛୋଟ ପଟାଳୀ କରି ଚାରିପଟେ ପାଣି ନାଳି ଛାଡ଼ନ୍ତୁ । ହେକ୍ଟର ପ୍ରତି ୧୫ କିଗ୍ରା ବିହନକୁ ଥିରାମ ବା କାପ୍‌ଟାନରେ ବିଶୋଧନ କରି ୧୦-୧୨ ଘଣ୍ଟା ପାଣିରେ ଭିଜାଇ ଛୋଟ ଛୋଟ ପଟାଳିରେ ୨୫-୩୦ ସେମି ବ୍ୟବଧାନରେ ଧାଡ଼ିରେ ବୁଣନ୍ତୁ । ବିହନ ବୁଣା ପରେ ପରେ ପଟାଳୀ ଗୁଡ଼ିକ ନଡ଼ାରେ ଘୋଡ଼ାଇ ରଖି ପ୍ରତିଦିନ ଜଳ ସିଞ୍ଚନ କରନ୍ତୁ । ୧୦-୧୫ ଦିନ ମଧ୍ୟରେ ମଞ୍ଜି ଗଜା ହୋଇଯିବା ପରେ ନଡ଼ା ବାହାର କରାଯାଏ ।

ସାର ପ୍ରୟୋଗ: ଶେଷ ଓଡ଼ ଚାଷରେ ହେକ୍ଟର ପ୍ରତି ୧୦ କିଗ୍ରା ଯବକ୍ଷାରଜାନ ଓ ୪୦ କିଗ୍ରା ଫସ୍‌ଫରସ୍ ସାର ମାଟିରେ ମିଶିଯାଏ । ବୁଣିବାର ଏକମାସ ପରେ ଆଉ ୧୦ କିଗ୍ରା ଯବକ୍ଷରଯାନ ସାର ପ୍ରୟୋଗ କରନ୍ତୁ ।

ଅନ୍ତଃଚାଷ: ବୁଣିବାର ଏକମାସ ବେଳକୁ ପ୍ରତି ବୁଦାରେ ୨-୩ଟି ଗଛ ରଖି ସାର ବୁଣି ଘାସ ବାଛି ମାଟି ଖୁସାଇ ଦିଅନ୍ତୁ ।

ଯଦି ପାଉଁଶିଆ ରୋଗ ଦେଖାଦିଏ ତେବେ ହେକ୍ଟର ପ୍ରତି ସଲ୍‌ଫର୍ ଗୁଣ୍ଡ ୧ କିଗ୍ରା ବା କାରାଥେନ୍ (.%) ବା ଡିନୋକାପ ୨୫୦ ମିିଲି - ୫୦୦ ଲିଟର ପାଣିରେ ଦ୍ରବଣରେ ପତ୍ର ସିଞ୍ଚନ କରନ୍ତୁ ।

ଜଉପୋକ ଦେଖାଦେଲେ, ମେଟାସିସ୍‌ଟକ୍ସ/ଏଣ୍ଡୋସଲ୍‌ଫାନ୍‌/ଡାଇମେଥୋଏଟ୍ ହେକ୍ଟର ପ୍ରତି ୧ ଲିଟର- ୫୦୦ ଲିଟର ପାଣିରେ ଦ୍ରବଣରେ ସିଞ୍ଚନ କରନ୍ତୁ ।

ଅମଳ: ଗଛ ଉଠିବାର ୧୫ ଦିନ ପରେ ଫୁଲ ଧରିବା (୪୫ଦିନ) ପର୍ଯ୍ୟନ୍ତ ପତ୍ର ଓ ଅଗ ଖୁଣ୍ଟା ଆରମ୍ଭ ହୋଇ ବିକ୍ରି ହୁଏ । ହେକ୍ଟର ପ୍ରତି ୮ କ୍ୱିଣ୍ଟାଲ ମଞ୍ଜି ଅମଳ ହୁଏ ।

ଗଡିଲା ମାଣ୍ଡିଆ ବିକ୍ରୟ ସଚେତନ ରଥ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)