1. କୃଷି ଖବର

ଗଡିଲା ମାଣ୍ଡିଆ ବିକ୍ରୟ ସଚେତନ ରଥ

ଫୁଲବାଣୀ: କନ୍ଧମାଳ ଜିଲା ଓଡ଼ିଶା ମିଲେଟ୍ ମିଶନ୍ ତରଫରୁ ଖରିଫ୍ ମାଣ୍ଡିଆ ବିକ୍ରିୟ ନିମେନ୍ତ ଦାରିଙ୍ଗବାଡ଼ି ବ୍ଳକରେ ଆଜି ଗଡ଼ିଛି ମାଣ୍ଡିଆ ବିକ୍ରୟ ସଚେତନ ରଥ। ସ୍ୱେଚ୍ଛାସେବୀ ଅନୁଷ୍ଠିତ ଜାଗୃତି ଓ ସ୍ଥାନୀୟ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ବିଧାୟକ ସାଲୁଗା ପ୍ରଧାନ ପତକା ଦେଖାଇ ଉଦଘାଟନ କରିଥିଲେ। ବ୍ଳକର ସମସ୍ତ ୨୫ଟି ପଞ୍ଚାୟତରେ ଏହି ସଚେତନତା ରଥ ଗସ୍ତ କରି ଅଞ୍ଚଳବାସୀଙ୍କୁ ସଚେତନ କରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

KJ Staff
KJ Staff
Millet Mission

ଜାଗୃତି ଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ କୌଳାଶ ଦଣ୍ଡପାଟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରା, ତହସିଲ୍‌ଦାର କଳାକୃଷ୍ଣ ପ୍ରଦାନ, ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ପାହାଡ଼ି କୃଷକ ଉତ୍ପାଦନ କମ୍ପାନି ସଭାପତି ଶରତ ଚନ୍ଦ୍ର ପ୍ରଧାନ ଓ ଶିଶୁ ବିକାଶ ଅଧିକାରିଣୀ ସକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଅବସରରେ ମାଣ୍ଡିଆ ଚାଷୀମାନେ ଯେଭଳି ଭାବେ ଉଚିତ୍ ମୂଲ୍ୟ ପାଇବେ ଓ ମାନ ଉପରେ ପ୍ରକାଶ କରିଥିଲେ। ଏନେଇ ବ୍ଳକର ୪ଟି ସ୍ଥାନ ଭ୍ରମରବାଡ଼ି , ଦାରିଙ୍ଗବାଡ଼ି, ସିମନବାଡ଼ି ଓ ବ୍ରାହ୍ମଣୀଗାଁରେ ଚାଷୀ ମାନଙ୍କୁ କ୍ରୟ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି।

ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷି, ସମାଧାନ ହେଉନି ବର୍ଷ ବର୍ଷର ସମସ୍ୟା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments