ବାଇଗଣ ଏକ ପ୍ରମୁଖ ପନିପରିବା ଫସଲ l ଯାହା ବର୍ଷସାରା ବଜାରରେ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ l ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରନ୍ତି। ଏହା ଆୟୁର୍ବେଦିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ଏହାକୁ ପନିପରିବାର ରାଜା ମଧ୍ୟ କୁହାଯାଏ । ଖରା ଦିନରେ ଅଧିକ ଚାହିଦା ରହିଥାଏ ଏହି ପରିବାର l ବଡ଼ ପରିମାଣରେ ବାଇଗଣ ଚାଷ ପାଇଁ, ଜମି ଚୟନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ହାଲୁକାରୁ ମଧ୍ୟମ ବର୍ଗର ଏବଂ ଭଲ ଜଳ ନିଷ୍କାସନ ଯୋଗ୍ୟ ସ୍ଥାନ ଚୟନ କରିବା ଉଚିତ ବାଇଗଣ ଚାଷ କରିବାକୁ ହେଲେ । ମାଟିର ପି.ଏଚ୍. ୫.୫ ରୁ ୬.୮ ମଧ୍ୟରେ ହେବା ଉଚିତ ।
ଉନ୍ନତ କିସମ
ଚାରା ଲଗାଇବାର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ କ୍ଷେତ ପ୍ରସ୍ତୁତ କରିବା ଆରମ୍ଭ କରନ୍ତୁ। କ୍ଷେତରେ ପ୍ରାୟ ୨୦୦ କ୍ୱିଣ୍ଟାଲ ଗୋବର ଖତ, ଫସଫେଟ୍ ଏବଂ ପଟାସ ଏବଂ ନାଇଟ୍ରୋଜେନ୍ ସିଞ୍ଚନ କରନ୍ତୁ l କ୍ଷେତକୁ ଦୁଇରୁ ତିନିଥର ଭଲ ଭାବରେ ହଳ କରନ୍ତୁ ଏବଂ ଜମିକୁ ସମତଳ କରନ୍ତୁ । ଜବାହାର କିସମ ବାଇଗଣ 64 ଏବଂ 15, ପୁସା ପର୍ପଲ୍ ଲଙ୍ଗ, ପୁସା ପର୍ପଲ୍ କ୍ଲଷ୍ଟର, ପନ୍ତ ସମ୍ରାଟ, ପନ୍ତ ଋତୁରାଟ, ପୁସା କ୍ରାନ୍ତି, କାଶୀ ତରୁ, କାଶୀ ସନ୍ଦେଶ, କାଶୀ କୋମଲ୍ ଏବଂ କାଶୀ ପ୍ରକାଶ, ଅର୍କା କେଶନ, ଅର୍କା କୁସୁମକର, ଅର୍କା ନବନୀତ। ଆର୍କା ଶୀଳ, ଆର୍କା ସିରିସ୍ ଇତ୍ୟାଦି ବାଇଗଣର ଉନ୍ନତ କିସମ ଯାହା ଚାଷୀଙ୍କୁ ଭଲ ଅମଳ ପ୍ରଦାନ କରେ ।
ବିଭିନ୍ନ କିସମର ବିହନ ପରିମାଣ ହେକ୍ଟର ୫୦୦ ରୁ ୬୦୦ ଗ୍ରାମ ଆବଶ୍ୟକ । ବାଇଗଣ ବିହନ ବର୍ଷକୁ ଜଣେ ଚାଷୀ ଦୁଇ ଥର ବୁଣି ପାରିବ l ବର୍ଷା ଦିନରେ ଚାଷ କରିବାକୁ ଜୁଲାଇ ରୁ ଅଗଷ୍ଟ ମାସ ଏବଂ ଜାନୁଆରୀ ରୁ ମାର୍ଚ୍ଚ ଏପ୍ରିଲ ମାସ ପର୍ଯ୍ୟନ୍ତ ବିହନ ବୁଣାଯାଇ ପାରିବ l
ଚାରା ପ୍ରସ୍ତୁତ କରିବା
ମୁଖ୍ୟ କ୍ଷେତରେ ବିହନ ଲଗାଇବା ପୂର୍ବରୁ ପ୍ରାୟ ୧ ରୁ ୨ ମାସ ପୂର୍ବରୁ ନର୍ସରୀରେ ବିହନ ବୁଣିବା ଆବଶ୍ୟକ। ସଫା, ଘାସମୁକ୍ତ ଖୋଲା ସ୍ଥାନ ଯେଉଁଠାରେ ସୂର୍ଯ୍ୟକିରଣ ପଡୁଥିବ। ବର୍ଷା ଋତୁ ଶେଷରେ, ବେଡ୍ଗୁଡ଼ିକୁ ଭୂମିଠାରୁ ୪'' ରୁ ୬'' ଉଚ୍ଚତାର କରନ୍ତୁ ଏବଂ ଗ୍ରୀଷ୍ମ ଋତୁ ପାଇଁ, ସେଗୁଡ଼ିକୁ ୨'' ରୁ ୩'' ଇଞ୍ଚ ଗଭୀରରେ ରୋପଣ କରନ୍ତୁ। ଏହିପରି, ଗୋଟିଏ ହେକ୍ଟର ପାଇଁ ପ୍ରାୟ ୨୫ ଟି ଶଯ୍ୟା ଆବଶ୍ୟକ ହେବ । ବୁଣିବା ପୂର୍ବରୁ ବିହନଗୁଡ଼ିକ ଚିକିତ୍ସା ନିଶ୍ଚିତ କରନ୍ତୁ। ଯାହା ଆଗାମୀ ଭବିଷ୍ୟତରେ ରୋଗପୋକ ଦାଉରୁ ଗଛକୁ ରକ୍ଷା କରିବ l
ସାରର ପରିମାଣ
ବିଲାତିର ପ୍ରଚୁର ଅମଳ ପାଇବା ପାଇଁ, ଗଛଗୁଡ଼ିକୁ ପର୍ଯ୍ୟାପ୍ତ ପୁଷ୍ଟିସାର ମିଳିବା ଅତ୍ୟନ୍ତ ଜରୁରୀ। ପ୍ରତି ହେକ୍ଟର ପାଇଁ ହାରାହାରି ୨୦୦ କ୍ୱିଣ୍ଟାଲ ଗୋବର ଖତ, ୧୦୦ କିଲୋଗ୍ରାମ ନାଇଟ୍ରୋଜେନ୍, ୫୦ କିଲୋଗ୍ରାମ ଫସଫରସ୍ ଏବଂ ୫୦ କିଲୋଗ୍ରାମ ପଟାସ ଆବଶ୍ୟକ ହୁଏ। ଫଳ ଅମଳ ପରେ ଜମି ପ୍ରସ୍ତୁତି ପରେ ବଳକା ନାଇଟ୍ରୋଜେନ ପ୍ରୟୋଗ କରନ୍ତୁ। ଯାହା ଚାଷକୁ ପୂର୍ଣ୍ଣ ସାର ଗ୍ରହଣ କରିବାରେ ସହାୟତା ପ୍ରଦାନ କରେ l ଉନ୍ନତ କିସମ ବାଇଗଣ ତୁଳନାରେ, ହାଇବ୍ରିଡ୍ କିସମଗୁଡ଼ିକ କିଛି ଦିଗରୁ ଭିନ୍ନ ହୋଇଥାଏ ଯେପରିକି ବିହନର ପରିମାଣ, ସାରର ପରିମାଣ ଏବଂ ଫଳର ଓଜନ ଇତ୍ୟାଦି। ଯଦି ଜଣେ ଚାଷୀ ଏହି ଉନ୍ନତ କିସମ ବାଇଗଣ ଚାଷକୁ ଜୈବିକ ପ୍ରଣାଳୀରେ ତେବେ ଉତ୍ପାଦନ ଅଧିକ ହେବ l
Read more:
Share your comments