1. କୃଷି ବିଶ୍ବକୋଷ

ମଧୁର ମକାର ଚାହିଦା ଓ କିସମ

ମକାର ବହୁବିଧି ବ୍ୟବହାର ଏହାକୁ ଦିନ କୁ ଦିନ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ଗୋଖାଦ୍ୟ, କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ ।

Tanushree Mahapatra
Tanushree Mahapatra
Cultivation and farming of corn

Cultivation and farming of corn

ମକାର ( sweet corn )ବହୁବିଧି ବ୍ୟବହାର ଏହାକୁ ଦିନ କୁ ଦିନ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ଗୋଖାଦ୍ୟ, କୁକୁଡା  ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ । ଆମ  ରାଜ୍ୟରେ ମକାର ଲୋକପ୍ରିୟତା  କ୍ରମଶଃ  ବୃଦ୍ଧି ପାଇବାରେ ଲାଗିଛି  । ମକାରୁ ଖଇ, କର୍ଣ୍ଣଫେସ ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଉଛି  । ଅନେକ ଲୋକ କଞ୍ଚା ମକା ପୋଡି ଖାଇବାକୁ ଭଲ ପାଆନ୍ତି  ।

କଞ୍ଚା ମକାର ( green maize ) ଚାହିଦା ମଧ୍ୟ ବଜାରରେ ବହୁ ଉପରେ ରହିଛି । ସହରାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ବେଶେଷତଃ ଯୁବ ପିଢ଼ି ଏହାକୁ ଖାଇବାକୁ ବେଶୀ ଭଲ ପାଉଛନ୍ତି । ଆଜିକାଲି କଞ୍ଚା, ପୋଡି ଖାଇବା ପାଇଁ ସ୍ୱତନ୍ମ ଭାବେ ମକା, କିସମ ବାହାରିଲାଣି । ଏହାର ନାମ ମାଧୁରୀ, ପ୍ରିୟା, ସୁଗର ୭୫ ଇତ୍ୟାଦି ଇତ୍ୟାଦି ।  ଏହି କିସମର ମକା ଖୁବ୍ ମିଠା ଓ ନରମ । ଏହା ଖାଇବାକୁ ବେଶ୍ ସୁସ୍ୱାଦୁ । ଏହାକୁ ମିଠା ମକା ବା ସୁଇଚ୍ କର୍ଣ୍ଣ କୁହାଯାଏ ।

ମଧୁର ମକା ଚାଷ ପାଇଁ ଉଷ୍ମ ଜଳବାୟୁ ଆବଶ୍ୟକ ହୋଇଥାଏ । ସମୁଦ୍ର ପତ୍ତନରୁ ପ୍ରାୟ ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଚାଷ ହୋଇଥାଏ ମକା  । ଶୀତଦିନିଆ ( winter season ) ଫସଲ ଅକ୍ଟୋବର ମାସ ମଧ୍ୟ ଭାଗରୁ ନଭେମ୍ବର ମାସ ମଧ୍ୟ ଭାଗରେ ବୁଣିଲେ ଅମଳ ଭଲ ହୋଇଥାଏ । ଚାଷୀ ଏହି ସମୟ ରେ ଏହାକୁ ଚାଷ କରି ବେଶ ଲାଭବାନ ହୋଇଥାଏ  l  ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ଜମିରେ ମକା ଚାଷ କରାଯାଇଥାଏ ।

ମକାକୁ ମଞ୍ଜିର ଗଠନ, ଆକୃତି ଓ ଏହାର ବ୍ୟବହାର ଅନୁସାରେ ୮ ପ୍ରକାରରେ( types ) ବିଭକ୍ତ କରାଯାଇଛି । ଚାଷ ପରେ ଗଛ ଗୁଡିକରେ  ମକା ବାହାରିବାର ୨ ରୁ ୩ ଦିନ ପରେ ଏହାକୁ ତୋଳାଯାଇଥାଏ । ଏହାକୁ ପରିବା ଆକାରରେ କଞ୍ଚା କିମ୍ବା ରାନ୍ଧି ମଧ୍ୟ ଖିଆଯାଏ।

ମିଠା ମକା ଯାହାକି ଖୁବ୍ ନରମ ଏବଂ କଞ୍ଚା ମକା ହିସାବରେ ପୋଡି ଖାଇଲେ ଖୁବ୍ ମିଠା ଲାଗେ । ଉନ୍ନତ ମାନର ମଧୁର ମକା ବିହନ ମଧ୍ୟରୁ ଆମ ଅଞ୍ଚଳରେ ମାଧୁରୀ, ପ୍ରିୟା ଓ ହାଇବ୍ରିଡ ସୁଗର-୩୫ ଓ ସୁଇଟ୍ କର୍ଣ୍ଣ ଉପଲବ୍ଧ । ଏହା ୭୦-୭୫ ଦିନ ମଧ୍ୟରେ ଅମଳ ହୋଇଥାଏ । ଏକର ପାଇଁ ୪-୬ କିଗ୍ରା ବିହନ ଆବଶ୍ୟକ । ଆଜିକାଲିନ ଏହି ପ୍ରଜାତି ରା ମକା ଚାଷ ଅଧିକ କରୁଛନ୍ତି ଚାଷୀ କାରଣ ଏଥିରେ ଅଧିକ ଲାଭ ଅଛି l ତେବେ ଜମିକୁ ୨-୩ଥର ଗଭୀର ଚାଷ  କରି ସମତୁଲ କରନ୍ତୁ । ଜମିରେ ଉଇ ଥିଲେ ଏକର ପ୍ରତି ୧୦ କିଗ୍ରା କୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ । ପରେ ଧୀରେ ଧୀରେ ମେସିନ କିମ୍ବା ହାତ ସାହାଯ୍ୟରେ ମିଠା ମକାକୁ ଧାଡି କରି ଲଗାନ୍ତୁ ।

ବର୍ଷାଦିନେ ଧାଡିକୁ ଧାଡି ୭୦ ସେମି ଓ ଗଛକୁ ଗଛ ୩୦ ସେମି ଏବଂ ଶୀତଦିନେ ଧାଡିକୁ ଧାଡି ୬୦ ସେମି ଓ ଗଛକୁ ଗଛ ୨୫ ସେମି ବ୍ୟବଧାନରେ ମକା ମଞ୍ଜି ବୁଣନ୍ତୁ । ଚାଷ କରିବା ପୂର୍ବରୁ ମୃତ୍ତିକା ପରୀକ୍ଷା କରିବା ଆବଶ୍ୟକ ଓ ଏହା ଅନୁଯାୟୀ ଲଙ୍ଗଳ ସିଆର ର ମୂଳସାର ହିସାବରେ ଏକର ପ୍ରତି ୮ କିଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସଫରସ ଓ ୧୬ କି.ଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ । ଗଛ ହେବାର ୩ ସପ୍ତାହ ପରେ ୧୬ କିଗ୍ରା ଯବକ୍ଷାରଜାନ ଦେଇ ହୁଡା ଟେକନ୍ତୁ । ଏଥିସହିତ ଏକର ପ୍ରତି ୧୦ କିଗ୍ରା, ଜିଙ୍କ ସଲଫେ ଟକୁ ମୂଳସାର ସହିତ ମିଶାଇ ପ୍ରୟୋଗ କରନ୍ତୁ । ମକା ଲଗାଇବାର ୨ ଦିନ ପରେ ଏକର ପିଛା ୧୦୦ ଗ୍ରାମ ଆଗ୍ରୀଗଫ ଔଷଧକୁ ୪୦୦ ଲିଟର ପାଣିରେ ମିଶାଇ ମାଟି ଓଦା ଅବସ୍ଥାରେ ସ୍ପ୍ରେ କଲେ ଘାସ ନିୟନ୍ତ୍ରଣ ହୋଇଥାଏ । ଏକର ଜମିରୁ ସାଧାରଣତଃ ୧୮-୨୦ କୁଇଣ୍ଟାଲ କଞ୍ଚା ମକା ମିଳିଥାଏ ।

ମକା ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବରଣୀ : କୃଷକ ପାଇପାରିବେ ବହୁତ ଲାଭ !!

ରୋଗ ପୋକ କବଳରେ ରେ ଭାରତୀୟ ମକା ଚାଷ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments