
Cultivation of improved and hybrid varieties of maize
ମକା ଚାଷ ଏକ ଅର୍ଥକାରୀ ଫସଲ l ଖରିଫ ସମୟରେ ଆମ ରାଜ୍ୟ ଓଡ଼ିଶାରେ ୯୫% ମକା ଚାଷ ହୋଇଥାଏ ଏବଂ ରବି ଋତୁରେ ୫% ଚାଷ ହୋଇଥାଏ l ବର୍ଷା ଦିନରେ ଅଧିକ ଅମଳକ୍ଷମ ମକା ୮୫% ମକା ଚାଷ ହୋଇଥାଏ l ଏକକ ସ୍ଥାନରୁ ଅଧିକ ଅମଳ ହେଉଥିବାରୁ ଚାଷୀ ଅଧିକ ମକା ଚାଷ କରିବାକୁ ଉତ୍ସାହିତ ହେଉଛନ୍ତି l ମକା ଚାଷରେ ଚାଷୀ ଅଧିକ ଆୟ ମଧ୍ୟ କରୁଛନ୍ତି l ନବରଙ୍ଗପୁର, ଗଜପତି, ରାୟଗଡା, ଗଞ୍ଜାମ, ଏବଂ କୋରାପୁଟ ଭଳି ଜିଲ୍ଲାରେ ଅଧିକ ମକା ଚାଷ କରାଯାଉଛି l
ମକା ଚାଷ ପାଇଁ ଆବଶ୍ୟକ ମାଟି
ଉଚ୍ଚ ନିଗିଡ଼ା , ଉର୍ବର ବାଲିଆ ଦୋରସା , ପଟୁ ମାଟି ରେ ମକା ଚାଷ ଭଲ ହୋଇଥାଏ l ବର୍ଷା ଦିନରେ ଜମିରେ ଜଳ ନିଷ୍କାସନ ସୁବିଧା ରହିବା ଆବଶ୍ୟକ l ଧ୍ୟାନ ରଖିବା ଉଚିତ ଯେ ମକା ଚାଷ ଠିଆ ପାଣି ଅବସ୍ଥା ସହି ନଥାଏ l
ମକା ବିହନ ଲଗାଇବା ସମୟ
ମକା ଚାଷ ପାଇଁ ଜୁନ ମାସ ରୁ ଜୁଲାଇ ମଧ୍ୟ ଭାଗ ପର୍ଯ୍ୟନ୍ତ ପାଣିପାଗ ଭଲ ରହିଥାଏ l ଏହି ସମୟରେ ମକା ବିହନ ଲଗାଇବା ଆବଶ୍ୟକ l
ମକା ଚାଷ ପାଇଁ ଉନ୍ନତ କିସମ
ଉନ୍ନତ ମକା କିସମ ଦୁଇ ପ୍ରକାର ହୋଇଥାଏ l ଆମ ରାଜ୍ୟ ପାଇଁ ଅଧିକ ଅମଳକ୍ଷମ ମକା କିସମ ହେଉଛି - ଏଚ.ଏମ - ୪, ମକା ସଙ୍କର - ୧୭ , ବିବେକ ମକା ଶଙ୍କର - ୨୭ , ବିବେକ ମକା ସଙ୍କର - ୪୩ , ଏଚ.ଏମ - ୯ , ଏଚ.ଏମ - ୧୦ , ଏଚ.ଏମ - ୧୧ , ଏଚ.ଏମ - ୧୨ , ମାଳବୀୟ ସଙ୍କର ମକା - ୨ , କେ.ଏଚ.ଏଚ - ୨୧୮ , ଏନ.ଏମ.ଏଚ - ୭୨୩ ଇତ୍ୟାଦି l
ମକା ଚାଷ ପାଇଁ ବିହନ ପରିମାଣ ଓ ବିଶୋଧନ
ଏକର ପ୍ରତି ୫ ରୁ ୭ କି.ଗ୍ରା ବିହନ ଆବଶ୍ୟକ l ବିହନ ବିଶୋଧାନା ପାଇଁ କାର୍ବେଣ୍ଡାଜିମ୍ ଓ ଥିରାମ୍ ମିଶ୍ରିତ ଫିମ୍ପିନାଶକ ଆବଶ୍ୟକ ହୋଇଥାଏ l ବିହନ ବିଶୋଧନ କରିବା ଦ୍ୱାରା ଫସଲରେ ରୋଗ ପୋକ ଲାଗିବାର ସମ୍ଭାବନା କମିଥାଏ l ବିହନ ବୁଣିବା ପୂର୍ବରୁ ଗଜା ଶକ୍ତି ପରୀକ୍ଷା କରିବା ଆବଶ୍ୟକ l ସଙ୍କର ଜାତୀୟ ବିହନ ପ୍ରତିବର୍ଷ ବଦଳାନ୍ତୁ l ସିଆର କରନ୍ତୁ ମକା ଚାଷରେ ଏବଂ ସିଆର ମଧ୍ୟରେ ଆବଶ୍ୟକ ଅନୁଯାୟୀ ସାର ଦିଅନ୍ତୁ l ଏହାପରେ ଖତ ଓ ସାର କୁ ମାଟିରେ ଭଲ ଭାବରେ ମିଶାଇ ଦିଅନ୍ତୁ l ପରେ ପ୍ରସ୍ତୁତ ହୋଇଥିବା ସିଆର ରେ ବିହନ ବୁଣନ୍ତୁ l
ମକା ଚାଷରେ ସାର ପ୍ରୟୋଗ
ମକା ଚାଷରେ ରାସାୟନିକ ସାର ନିହାତି ଆବଶ୍ୟକ ହୋଇଥାଏ l ବିଶେଷକରି ମୂଳ ସାର ସଠିକ ପ୍ରୟୋଗ ନ କଲେ ଭଲ ଅମଳ ହୋଇନଥାଏ ମକା l ଉଚିତ ସମୟରେ ସଠିକ ସାର ପକାଇବା ଆବଶ୍ୟକ l ଯବକ୍ଷାରଜାନ , ଫସଫରସ , ପଟାସ ସାର ଆବଶ୍ୟକ ମକା ଚାଷ ପାଇଁ l
ମକା ଚାଷରେ ଜଳସେଚନ
ଶୀତ ଓ ଖରାଦିନରେ ମକା ଚାଷ ପାଇଁ ପାଣି ଆବଶ୍ୟକ ହୋଇଥାଏ l କିନ୍ତୁ, ଧ୍ୟାନ ରଖିବା ଉଚିତ ଯେ ଜମିରେ ଯେପରି ପାଣି ଅଧିକ ନ ହୁଏ l ମକା ବିହନ ପକାଇବା ପରେ ୮,୧୦ ଏବଂ ୧୨ ସପ୍ତାହରେ ଜଳସେଚନ କରନ୍ତୁ l
ମକା ଚାଷରେ ଘାସ ପରିଚାଳନା
ଅନାବନା ଘାସ ମକା ଚାଷ ପାଇଁ କ୍ଷତିକାରକ l କୋଡାଖୁସା କରି ଘାସ ବାଛିବା ଦରକାର l ଏହା ଦ୍ୱାରା ମାଟି ହାଲୁକା ହୋଇଥାଏ ଏବଂ ସାର ପ୍ରୟୋଗ ଭଲ ଭାବରେ କରିହୋଇଥାଏ l ସାର ଦେଲା ପରେ ହୁଡ଼ା ଟେକିବା ଦରକାର ଯାହାଦ୍ୱାରା ଗଛ ଶକ୍ତ ହୋଇଥାଏ ଏବଂ ଫଳର ଆକାର ମଧ୍ୟ ବଡ଼ ହୋଇଥାଏ l
ମକା ଚାଷରେ ଅମଳ ସମୟ
ମକା ଅମଳ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଛି କି ନାହିଁ l ଫଳ ଅମଳ ହେବା ପାଇଁ ପ୍ରସ୍ତୁତ ହେଲାପରେ ମକା ପତ୍ର ହଳଦିଆ ହୋଇ ଶୁଖିଯାଏ l ମକାକୁ ଛାଣି ଦେଖନ୍ତୁ ଏବଂ ମକା ମଞ୍ଜି କଠିନ ଏବଂ ଶୁଖିଲା ହୋଇଛି କି ନାହିଁ ଦେଖନ୍ତୁ l ଶସ୍ୟ କଠିନ ଏବଂ ଶୁଖିଲା ପରେ ହିଁ ଅମଳ କରନ୍ତୁ l ଧ୍ୟାନ ଦେବା ଜରୁରୀ ଅମଳ ସମୟରେ, ଶସ୍ୟରେ ଆର୍ଦ୍ରତା ୨୫ ପ୍ରତିଶତ ହେବା ଉଚିତ୍ l ମକା ଚାଷ ଏକ ଲାଭକାରୀ ଫସଲ ଭାବେ ଚାଷୀଙ୍କୁ ଉତ୍ସାହିତ କରୁଛି l ମକା ଚାଷ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିବିଶେଷ ଅଧିକ ତଥ୍ୟ ଜାଣିବାକୁ ନିଜ ଅଞ୍ଚଳର କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ବ୍ଲକ କୃଷି ବିଭାଗ ପରିଦର୍ଶନ କରନ୍ତୁ l
Read more
Share your comments