
dap urea crisis strict action of haryana government licenses of 88 shops selling fertilizers suspended this is the reason
ରେକର୍ଡ ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଏବଂ DAP ଯୋଗାଇଛନ୍ତି, କିନ୍ତୁ ଏହା ଚାଷୀଙ୍କ ନିକଟରେ ପହଞ୍ଚି ନାହିଁ। ସେଥିପାଇଁ ଅନେକ ରାଜ୍ୟରେ ସାର ପାଇଁ ଚାଷୀଙ୍କ ଲମ୍ବା ଧାଡିର ଫଟୋ ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମଧ୍ୟସ୍ଥିମାନେ ବ୍ଲାକ ମାର୍କେଟିଂ କରି ସବୁ ଲୁଟିନେଇଛନ୍ତି ।
ସାର ସଙ୍କଟର ସମ୍ମୁଖୀନ ହେଉଥିବା ରାଜ୍ୟରେ ହରିୟାଣା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ କହିଛନ୍ତି ଯେ, ବ୍ଲାକ ମାର୍କେଟିଂ କରୁଥିବା ଲୋକମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 22 ଟି ଜିଲ୍ଲାରେ 61 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, 88 ଟି ଲାଇସେନ୍ସକୁ ନିଲମ୍ବିତ କରାଯାଇଥିଲା ଏବଂ 20 ରେ FIR ପଞ୍ଜୀକୃତ ହୋଇଥିଲା ।
କୃଷି ମନ୍ତ୍ରୀ ଦାବି କରିଛନ୍ତି ଯେ, 1685 ଟି ଟିମ କ୍ରମାଗତ ଭାବରେ ବିଭିନ୍ନ ଜିଲ୍ଲା ଉପରେ ଚଢାଉ କରି ବ୍ଲାକ ମାର୍କେଟିଂ ଯାଞ୍ଚ କରୁଛନ୍ତି ।
କହିବାକୁ ଗଲେ, ବହୁ ରାଜ୍ୟ ଏବେ ସାର ସଙ୍କଟର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଇତି ମଧ୍ୟରେ ବହୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବ୍ଲାକ ମାର୍କେଟିଂ କରି ସାର ଲୁଟିନେଉଛନ୍ତି । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଉ ଚାଷୀ ରାସ୍ତା ଅଟକ କରୁଛନ୍ତି । ସାର ସଙ୍କଟରେ ଚାଷୀ ଆତ୍ମହତ୍ୟା କରୁଥିବାର ଖବର ମଧ୍ୟ ଶୁଣିବାକୁ ମିଳୁଛି । ହରିୟାଣାରେ ମଧ୍ୟ ଚାଷୀ ସାର ଅଭାବର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଏବେ ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ କହିଛନ୍ତି ଯେ, ବ୍ଲାକ ମାର୍କେଟିଂ କରୁଥିବା ଲୋକମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 88 ଟି ଲାଇସେନ୍ସକୁ ନିଲମ୍ବିତ କରାଯାଇଛି ।
ପଡୋଶୀ ରାଜ୍ୟରେ କୌଣସି ସାର ପ୍ରବେଶ ନକରିବାକୁ କଡା ପଦକ୍ଷେପ ନେବାକୁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି। ଡେପୁଟି କମିଶନରଙ୍କ ଦ୍ବାରା ସାରର ଷ୍ଟକ୍ ଯାଞ୍ଚ କରାଯିବା ଉଚିତ ଏବଂ ସାର ମନିଟରିଂ ସିଷ୍ଟମରେ ପ୍ରତ୍ୟେକ ଦୋକାନରେ ଷ୍ଟକ୍ ସ୍ଥିତି ପ୍ରଦର୍ଶିତ ହେବା ଉଚିତ୍ । ବ୍ଲାକ ମାର୍କେଟିଂ ଏବଂ ଚୋରିକୁ ରୋକିବା ପାଇଁ ଡେପୁଟି କମିଶନରଙ୍କ ଦ୍ବାରା ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।
Share your comments