1. କୃଷି ବିଶ୍ବକୋଷ

ପ୍ରକୃତିର ଆଉ ଏକ ସନ୍ତାନ !

ପ୍ରକୃତିର ଆଉ ଏକ ସନ୍ତାନ !

KJ Staff
KJ Staff

ସଂଗ୍ରହ କରିଛନ୍ତି ୧୪୨୦ ପ୍ରକାର ଧାନ
ବିରଳ ଦେଶୀ ଧାନ ସହ ୭ ରାଷ୍ଟ୍ରରୁ ସଂଗାହ କରିଛନ୍ତି ସ୍ଥାନୀୟ ପ୍ରଜାତିର ବିହନ

 

୨୫ ବର୍ଷ ର ଅବିରତ ପରିଶ୍ରମ ବଳରେ ୧.୭ ଏକର ଚାଷ ଜମିରେ  ୧୪୨୦ ପ୍ରକାର ବିହନ ସଂରକ୍ଷଣ କରିଛନ୍ତି ପଶ୍ଚିମବଙ୍ଗର ସନ୍ତାନ ଡଃ ଦେବଲ ଦେବ |ଯେଉଁ ଦେଶୀ ବିହନ ଗୁଡିକ ବିଲୁପ୍ତ ହେବାକୁ ବସିଥିଲା ସେସବୁକୁ ସଂରକ୍ଷଣ କରିବା ସାଙ୍ଗରେ ରାୟଗଡା ଜିଲା ବିଷମକଟକ ବ୍ଲକ ନିୟମଗିରି ପାହାଡ ପାଦଦେଶରେ ଗାଁ ଗାଁ ବୁଲି ଏସବୁ ସ୍ବଦେଶୀ ବିହନ କୁ ଆଦିବାସୀ ଚାଷୀଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରି ସଚେତନତା ସୃଷ୍ଟି କରିବା ସହ ସମଗ୍ର ଚାଷୀ କୁଳ ଲାଗି ଆଦର୍ଶ ପାଲଟିଛନ୍ତି ଦେବଲ ଦେବ |

୧୯୯୦ ଦଶକରେ ଭାରତ ର ସର୍ବବୃହତ ପ୍ରକୃତି ସଂରକ୍ଷଣ କାରୀ  ଏନଜିଓ ରେ କାମ କରୁଥିଲା ବେଳେ ସେ ଉଲ୍ଲେଖ କରିଥିଲେ ଯେ ପ୍ରାଚୀନ କାଳରେ ଆମ ଦେଶରେ ପ୍ରାୟେ ୧ ଲକ୍ଷ ୧୦୦୦୦ ସ୍ବଦେଶୀ ପ୍ରଜାତି ର ଧାନ ଚାଷ କରାଯାଉଥିଲା ଯାହା ୧୯୬୦ ରେ ସବୁଜ ବିପ୍ଳବ ଆରମ୍ଭ ହେଲା ପର୍ଯ୍ୟନ୍ତ ଚାଲିଥିଲା |

ସବୁଜ ବିପ୍ଳବ ର ପ୍ରାୟେ ୨୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ରେ ଆଶାତୀତ ଭାବେ ହ୍ରାସ ପାଇ ମାତ୍ର ୭ ହଜାରରେ ସୀମିତ ହୋଇ ରହିଲା |ଏହାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସବୁଜ ବିପ୍ଳବ ର ନୀତି ନିର୍ଧାରଣକାରୀ କୃଷି ବିଜ୍ଞାନୀ ଏବଂ ଭାରତୀୟ କୃଷକମାନେ ଅଧିକ ଅମଳକ୍ଷମ କିସମର ଧାନ ଚାଷ କରିବାକୁ ଅଣ୍ଟା ଭିଡ଼ିବାରୁ ସ୍ବଦେଶୀ ଧାନ ପ୍ରଜାତି ଲୋପ ପାଇବାକୁ ଲାଗିଲା |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସବୁଜ ବିପ୍ଳବ ପରେ ଭାରତ ରେ ଯେତିକି ଧାନ ଉତ୍ପାଦିତ ହେଲା ତାହାର ୭୫% ମାତ୍ର ୧୦ ଟି କିସମ ର ଧାମ ବିହନ ରୁ ସଂଗୃହିତ ହୋଇଥିଲା |ଏହା ତାଙ୍କୁ ବ୍ୟଥିତ କରିବାରୁ ସେ ସ୍ବଦେଶୀ କିସମ ର ଧାନ ବିହନ ସଂରକ୍ଷଣ ଅଭିଯାନ କୁ ବ୍ୟକ୍ତିଗତ ଭାବେ ଆରମ୍ଭ  କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments