1. କୃଷି ବିଶ୍ବକୋଷ

ବ୍ୟବସାୟିକ ପଦ୍ଧତିରେ ଲଙ୍କା ଚାଷ କରନ୍ତୁ, ଅଧିକ ଟଙ୍କା ରୋଜଗାର କରନ୍ତୁ !!

ମସଲା କଥା ଆଲୋଚନା କରିବା ବେଳେ ପ୍ରଥମେ ମନକୁ ଆସେ ଲଙ୍କା, କାରଣ ଆମର ପ୍ରତିଦିନର ରୋଷେଇରେ ଲଙ୍କାକୁ ବିଭିନ୍ନ ପ୍ରକାରର ମସଲାରେ ବ୍ୟବହାର କରାଯାଏ l ଲଙ୍କା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ ରହିଥାଏ l ଯଦିଓ ଏହା ସାଧାରଣତଃ ଖାଦ୍ୟର ସ୍ୱାଦ ବଢେଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ନିକଟରେ ଅନେକ ଗବେଷଣା ହୋଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ସବୁଜ ଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଥାଏ l

Sugyan Kumar Nayak
Sugyan Kumar Nayak
Red Chilli

Red Chilli

ମସଲା କଥା ଆଲୋଚନା କରିବା ବେଳେ ପ୍ରଥମେ ମନକୁ ଆସେ ଲଙ୍କା, କାରଣ ଆମର ପ୍ରତିଦିନର ରୋଷେଇରେ ଲଙ୍କାକୁ ବିଭିନ୍ନ ପ୍ରକାରର ମସଲାରେ ବ୍ୟବହାର କରାଯାଏ l ଲଙ୍କା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ ରହିଥାଏ l ଯଦିଓ ଏହା ସାଧାରଣତଃ ଖାଦ୍ୟର ସ୍ୱାଦ ବଢେଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ନିକଟରେ ଅନେକ ଗବେଷଣା ହୋଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ସବୁଜ ଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଥାଏ l ଏଭଳି ପରିସ୍ଥିତିରେ ଲଙ୍କା ଚାଷରୁ ଭଲ ଟଙ୍କା ରୋଜଗାର ହୋଇପାରିବ l ଉନ୍ନତ ଧରଣର ଲଙ୍କା ଚାଷ କରି ବଜାରରେ ସବୁଜ ଏବଂ ନାଲି ଲଙ୍କା ଭାବରେ ବିକ୍ରି ହୋଇପାରିବ l 9 ରୁ 10 ମାସ ମଧ୍ୟରେ ଏହି ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମିଳିବ l କିନ୍ତୁ ଏହାର ଚାଷରେ ଅନେକ ଜିନିଷର ଯତ୍ନ ନେବାକୁ ପଡିବ l ଜମି କିପରି ହେବା ଉଚିତ, ଜଳସେଚନ ଏବଂ ସାର ଇତ୍ୟାଦି ପ୍ରତି ଧ୍ୟାନ ଦେବାକୁ ପଡ଼ିବ l ଏପରି ପରିସ୍ଥିତିରେ, ଯଦି ଲଙ୍କା ଚାଷ କରି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଲଙ୍କା ଚାଷ କରି ବ୍ୟବସାୟ କରିବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ l

ଲଙ୍କା ଚାଷରେ ଖର୍ଚ୍ଚ

ଏକ ହିସାବରୁ ଜଣାପଡ଼ିଛି ଯେ, ଯଦି ଗୋଟିଏ ହେକ୍ଟରରେ ଲଙ୍କା ଚାଷ ହୁଏ ତେବେ ଏଥି ପାଇଁ ପ୍ରାୟ 7 ରୁ 8 କିଲୋଗ୍ରାମ ଲଙ୍କା ମଞ୍ଜି ଆବଶ୍ୟକ l ଏହି ମଞ୍ଜି ପାଇଁ 20 ରୁ 25 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ l ଯଦି ହାଇବ୍ରିଡ୍ ମଞ୍ଜି ବୁଣନ୍ତି, ତେବେ ଏହାର ମୂଲ୍ୟ 35 ରୁ 40 ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ l ଏହା ପରେ କ୍ଷେତରେ ମଲଚିଂ, ଖତ ପ୍ରୟୋଗ, ଜଳସେଚନ ବ୍ୟବସ୍ଥା, ସାର ପ୍ରୟୋଗ, କୀଟନାଶକ ପ୍ରୟୋଗ, ଅମଳ, ଏବଂ ମାର୍କେଟିଂ କାର୍ଯ୍ୟ କରିବାକୁ ପଡିବ l ଏଭଳି ପରିସ୍ଥିତିରେ ଗୋଟିଏ ହେକ୍ଟର ପ୍ରତି ପ୍ରାୟ 2.5 - 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ l

ବର୍ଷର ଯେ କୌଣସି ସମୟରେ ଲଙ୍କା ଚାଷ ହୋଇପାରିବ l ଏହାର ଚାଷ ଧାଡ଼ି ଧାଡ଼ି କରି କରାଯାଇଥାଏ l ବିଭିନ୍ନ ପ୍ରକାରର ଲଙ୍କାର ଯତ୍ନ ନେବାକୁ ପଡିବ l ଏଥି ପାଇଁ ଜଣେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିବ l ବାସ୍ତବରେ, ଗରମ ଏବଂ ଆର୍ଦ୍ର ଜଳବାୟୁ ଲଙ୍କା ଚାଷ ପାଇଁ ଉପଯୁକ୍ତ ଅଟେ l କିନ୍ତୁ ମନେରଖିବାକୁ ହେବ ଯେ ଲଙ୍କା ଚାଷ ପାଇଁ ଉନ୍ନତ କିସମ ବାଛିବା ଉଚିତ୍ l ଯଦି ନିଜେ ଏକ ନର୍ସରୀ ସ୍ଥାପନ କରିବାକୁ ଚାହୁଁନାହାଁନ୍ତି, ତେବେ ଏକ ଭଲ ନର୍ସରୀରୁ ଲଙ୍କା ବିହନ ନେଇପାରିବେ l 2-2 ଫୁଟ ଦୂରରେ ଲଙ୍କା ଗଛ ଲଗାଇବାକୁ ହେବ l ଏହା ସହିତ ଦୁଇଟି ଧାଡ଼ି ମଧ୍ୟରେ ପ୍ରାୟ 2-3ଫୁଟ ସ୍ଥାନ ରଖିବାକୁ ପଡିବ l  ଲଙ୍କା ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ସ୍ଥାନ ରହିବା ଉଚିତ, ଯାହା ଦ୍ୱାରା ବାୟୁ ଚଳାଚଳ କରିପାରିବ l ଏହା ଫଳରେ ଗଛଗୁଡିକ ମଧ୍ୟ ଶୀଘ୍ର ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ l ଏହା ବ୍ୟତୀତ, ପ୍ରତିଦିନ ଗଛଗୁଡିକ ଉପରେ ନଜର ରଖନ୍ତୁ ଯେପରି ସେଗୁଡ଼ିକ କୌଣସି ପ୍ରକାରର କୀଟ ପତଙ୍ଗର ଆକ୍ରମଣର ଶିକାର ହୁଅନ୍ତି ନାହିଁ l ଯଦି ଏପରି ହୁଏ ତେବେ ବିଳମ୍ବ ନକରି ଗଛଗୁଡ଼ିକରେ କୀଟନାଶକ ସ୍ପ୍ରେ କରନ୍ତୁ, ନଚେତ୍ ଫସଲର ଉତ୍ପାଦନ ହ୍ରାସ ପାଇପାରେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ