ଏମିତିରେ ଭାରତୀୟ କୃଷକ ଭାଇମାନେ ଅନେକ ଫସଲ କରିଥାନ୍ତି l ମାତ୍ର ଯେତେବେଳେ ତୈଳବୀଜ ଫସଲର କଥା ଆସେ ସେତେବେଳେ ଭାରତୀୟ କୃଷକଭାଇମାନଙ୍କ ଆତୁରତା ଚରମ ସୀମାରେ ପହଞ୍ଚି ଯାଏ l ତୈଳ ଜାତୀୟ ଫସଲରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ୟେଲୋ ରିଭୋଲ୍ୟୁସନ କରାଯାଇଥିଲା l
ୟେଲୋ ରିଭୋଲ୍ୟୁସନର ମୁଖ୍ୟ ଲକ୍ଷ୍ୟ ଥିଲା ଯେ କିପରି ତୈଳ ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି କରାଯାଇପାରିବ l ଯାହା ଦ୍ୱାରା ଆମେ ତୈଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବା l ତୈଳ ଜାତୀୟ ଫସଲରେ ଅନେକ ପ୍ରକାରର ଜିନିଷ ସାମିଲ ଅଟନ୍ତି ଯେଉଁମାନଙ୍କ ମଧ୍ୟରେ ବାଦାମ, ସୋୟାବିନ, ସୋରିଷ ସମେତ ଆହୁରି ଅନେକ ଫସଲ ସାମିଲ ଅଟନ୍ତି l କିନ୍ତୁ ଏହି ଲେଖାଟିରେ ଆମେ ଆପଣଙ୍କୁ ବାଦାମ ଚାଷ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଯାଉଛୁ l ତେଣୁ ଏହି ଲେଖାଟିକୁ ଆପଣ ନିଶ୍ଚିତ ପଢନ୍ତୁ l
ବାଦାମ ଏକ ତୈଳ ଜାତୀୟ ଫସଲ ଅଟେ l ଭାରତର ଅନେକ ରାଜ୍ୟରେ ଏହାର ଚାଷ କରାଯାଇଥାଏ ଯେଉଁଥିରେ ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ପଞ୍ଜାବ ସାମିଲ ଅଟନ୍ତି l କୁହାଯାଏ ଯେ, ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନରେ ସର୍ବାଧିକ ବାଦାମ ଉତ୍ପାଦନ କରାଯାଇଥାଏ l
ଜମିର ପ୍ରସ୍ତୁତି
ଯେ କୌଣସି ଫସଲ କରିବା ପୂର୍ବରୁ ମାଟିର ପ୍ରସ୍ତୁତି କରିବା ଅନିବାର୍ଯ୍ୟ ଅଟେ l ଯଦି ଆପଣ କୌଣସି ଫସଲ କରିବା ଆଗରୁ ମାଟିର ସଠିକ ଭାବରେ ଯାଞ୍ଚ କରି ନେଉଛନ୍ତି, ତେବେ ଆପଣଙ୍କ ଉତ୍ପାଦନ ଭଲ ହେବାର ସମ୍ଭାବନା ବଢି ଯାଇଥାଏ l ଏହା ସହିତ ଆପଣଙ୍କ କାମ ୫୦ପ୍ରତିଶତ ପର୍ଯ୍ୟନ୍ତ ସହଜ ହୋଇଯାଇଥାଏ l ଯେପରିକି ଆମେ ସମସ୍ତେ ଜାଣିଛେ ଯେ ଅଲଗା ଅଲଗା ଫସଲ କରିବା ପାଇଁ ମାଟିକୁ ପ୍ରସ୍ତୁତ କରିବାର ବିଧି ଅଲଗା ଅଲଗା ହୋଇଥାଏ l ସେପରି ବାଦାମ ଚାଷ କରିବା ପୂର୍ବରୁ ଆପଣଙ୍କୁ ବାଲିଆ ମାଟି ଓ ଭୁରୁଭୁରିଆ ମାଟିର ଚୟନ କରିବାକୁ ହୋଇଥାଏ l ଯାହାର ଜଳ ନିଷ୍କାସନ କରିବାର କ୍ଷମତା ଅଧିକ ରହିଥିବା ଆବଶ୍ୟକ l ଏହି ଭଳି ମାଟି ବାଦାମ ଉତ୍ପାଦନ ପାଇଁ ବହୁତ ଉପଯୋଗୀ ହୋଇଥାଏ l
ବାଦାମ ମଞ୍ଜି ବୁଣିବାର ବିଧି
ମାଟିର ପ୍ରସ୍ତୁତି ପରେ ମଞ୍ଜି ବୁଣିବା ହିଁ ସମସ୍ତ ଫସଲ ଉପାର୍ଜନର ବିଧି ହୋଇଥାଏ l ତେବେ ଅଲଗା ଅଲଗା ଫସଲର ମଞ୍ଜି ବୁଣିବାର ବିଧି ଅଳ୍ପ ବହୁତ ଭିନ୍ନ ଭିନ୍ନ ହୋଇଥାଏ l ବାଦାମ ଚାଷ କରିବା ପାଇଁ ହେଲେ ଆପଣଙ୍କୁ ୭୦-୮୦ କିଲୋଗ୍ରାମ ବାଦାମ ମଞ୍ଜି ନେଇ ଏହାକୁ ୭୦-୮୦ ହେକ୍ଟର ଜମିରେ ବୁଣିବା ଆବଶ୍ୟକ l ବୁଣିବା ପାଇଁ ଆପଣ ଯେଉଁ ମଞ୍ଜି ନେଉଛନ୍ତି ତାହାର ଚୟନ ମଧ୍ୟ ଧ୍ୟାନର ସହିତ କରନ୍ତୁ l ଏହା ସୁସ୍ଥ ମଞ୍ଜି ହୋଇଥିବା ଆବଶ୍ୟକ l
ଜଳ ସେଚନ
ସମସ୍ତ ଫସଲର ଭଲ ବୃଦ୍ଧି ପାଇଁ ଜଳ ସେଚନ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ l ଜଳ ସେଚନ ବିନା କୌଣସି ଫସଲ ଉତ୍ପାଦନ କରିବା ସମ୍ଭବପର ହୋଇନଥାଏ l କିନ୍ତୁ ଆପଣ ଜାଣିରଖିବା ଉଚିତ ଯେ ସବୁ ଫସଲରେ ଜଳ ସେଚନର ବିଧି ମଧ୍ୟ ଅଲଗା ଅଲଗା ହୋଇଥାଏ l ବାଦାମ ଚାଷ ପାଇଁ ଜଳ ସେଚନର ବିଶେଷ ଆବଶ୍ୟକତା ନ ଥାଏ l ମାତ୍ର ବର୍ଷା ହେବା ସମୟରେ ଏହାର ଅଳ୍ପ ବହୁତ ଜଳ ସେଚନ ହୋଇଯାଇଥାଏ l ମାତ୍ର ଯଦି ଗଛରେ ଫୁଲ ଆସିବା ସମୟରେ ଏହା ଶୁଖି ଯାଉଥାଏ ତେବେ ବୁଝି ନିଅନ୍ତୁ ଯେ ଏହାକୁ ଜଳ ସେଚନର ଆବଶ୍ୟକତା ରହିଛି l
ବାଦାମ ଉତ୍ପାଦନ
ସାଧାରଣତଃ ଯେତେବେଳେ ଗଛ ହଳଦିଆ ରଙ୍ଗର ହୋଇଯାଏ ଓ ପତ୍ର ଝଡ଼ିବା ଆରମ୍ଭ ହୋଇଯାଏ ସେତେବେଳେ ଫସଲ ଉତ୍ପାଦନର ବେଳ ଆସିଯାଇଥାଏ l ବାଦାମ ଗଛ ଓପାଡିବା ପରେ ତାହାକୁ ଏକ ସପ୍ତାହ ଶୁଖିବା ପାଇଁ ଛାଡ଼ି ଦିଆଯାଇଥାଏ l ବାଦାମ ଗଛକୁ ସେ ପର୍ଯ୍ୟନ୍ତ ଶୁଖାନ୍ତୁ ଯେପର୍ଯ୍ୟନ୍ତ ଏହାର ଓଦା ଅଂଶ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଯାଇ ନାହିଁ l ଏହା ପରେ ଏହାକୁ ଛିଣ୍ଡାଇ ଗଛରୁ ଅଲଗା କରି ଦିଅନ୍ତୁ ଓ ଭଲ ଭାବରେ ସୁରକ୍ଷିତ କରି ରଖିଦିଅନ୍ତୁ l
Share your comments