1. କୃଷି ବିଶ୍ବକୋଷ

ଆପଣ କରନ୍ତୁ ଏହି କିସମର ଟମାଟୋ, କେବଳ ଲାଭ ହିଁ ଲାଭ !!

ଟମାଟୋ ଏକ ଏପରି ପରିବା ଯାହା ବିନା ଆମେ ରୋଷେଇ କରିବାକୁ ଅସମ୍ଭବ ମନେ କରୁ l ଏହା ତରକାରୀକୁ ସ୍ୱାଦିଷ୍ଟ କରିବାରେ ଓ ସୁନ୍ଦର ତଥା ଲୋଭନୀୟ ରଙ୍ଗ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ଏହାର ଉପଯୋଗ ପ୍ରାୟ ସମସ୍ତ ଲୋକ କରିଥାଆନ୍ତି l

Sugyan Kumar Nayak
Sugyan Kumar Nayak

ଟମାଟୋ ଏକ ଏପରି ପରିବା ଯାହା ବିନା ଆମେ ରୋଷେଇ କରିବାକୁ ଅସମ୍ଭବ ମନେ କରୁ l ଏହା ତରକାରୀକୁ ସ୍ୱାଦିଷ୍ଟ କରିବାରେ ଓ ସୁନ୍ଦର ତଥା ଲୋଭନୀୟ ରଙ୍ଗ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ଏହାର ଉପଯୋଗ ପ୍ରାୟ ସମସ୍ତ ଲୋକ କରିଥାଆନ୍ତି l ତରକାରୀ ଛଡା ଏହାର ଉପଯୋଗ ସାଲାଡରେ ମଧ୍ୟ କରାଯାଏ l ଏହାର ଫସଲ ବର୍ଷ ସାରା ମଧ୍ୟ କରାଯାଇ ପାରେ l ଏହାକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଏ, କାରଣ ଏଥିରେ ପ୍ରୋଟିନ, କ୍ୟାଲସିୟମ୍, ଫସଫରସ ଏବଂ ଭିଟାମିନ ସି ଭଳି ପୋଷକତତ୍ତ୍ୱ ରହିଛି l

ଯଦି ଆପଣ ଏକ କୃଷକ ଓ ଆପଣ ଟମାଟୋ ଚାଷ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଟମାଟୋର ଏକ ଏପରି ପ୍ରଜାତି ବିଷୟରେ କହିବାକୁ ଯାଉଛୁ ଯାହାକି ଅଧିକ ଅମଳ ଦେବା ସହିତ ଏହାର ରୋଗ ପ୍ରତିରୋଧ ଶକ୍ତି ରହିଛି l ଏହି ପ୍ରଜାତିର କୃଷି କରିବା କୃଷକମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ l ଯଦି ଆପଣ ଅଧିକ ଉତ୍ପାଦନ ଚାହୁଁଥାନ୍ତି ତେବେ ଆପଣ ଏହି ଉନ୍ନତ ପ୍ରଜାତିକୁ ରୋପଣ କରିପାରିବେ l ଏହି ପ୍ରଜାତିର ନାମ ଅର୍କ ରକ୍ଷକ ଅଟେ l ଏହି ପ୍ରଜାତିର ଗଛରେ ରୋଗ ତଥା କୀଟ ଲାଗିବାର ସମ୍ଭାବନା ବହୁତ କମ ରହିଥାଏ l ଟମାଟୋ ଗଛରେ ସାଧାରଣତଃ ଏହି ରୋଗ ହୋଇଥାଏ ଯଥା :

୧. ପତ୍ରମୋଚି ରୋଗ

୨. ଅଙ୍ଗମାରି ରୋଗ

ମନେରଖନ୍ତୁ ଯେ, କେବଳ ଅଙ୍ଗମାରି ରୋଗ ଏକା ହିଁ ଟମାଟୋ ଗଛର ୭୦ ରୁ ୧୦୦ ପ୍ରତିଶତ କ୍ଷତି କରିପାରେ l ତେଣୁ କୃଷି ବିଶେଷଜ୍ଞମାନେ ନିଜର ଜ୍ଞାନ ଓ ବୁଦ୍ଧି ବଳରେ ଟମାଟୋର ଅର୍କ ରକ୍ଷକ ପ୍ରଜାତିକୁ ବିକଶିତ କରିଛନ୍ତି l ଯାହାର ରୋଗ ସହ ଲଢ଼ିବାର ଶକ୍ତି ଅଧିକ l ଏହା ସହିତ ଏହି ପ୍ରଜାତି କୀଟମାନଙ୍କୁ ମଧ୍ୟ ଦୃଢ ଭାବରେ ସାମ୍ନା କରିପାରେ l କୁହାଯାଏ ଯେ ୨୦୧୨ -୧୩ ମସିହାରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର କୃଷକ ନିଜର ଟମାଟୋ ଚାଷକୁ ନେଇ ବହୁତ ଚିନ୍ତିତ ଥିଲେ, କାରଣ ତାଙ୍କ ପାଖରେ କୌଣସି ଭଲ ପ୍ରଜାତିର ବିହନ ଉପଲବ୍ଧ ନଥିଲା l ଯେଉଁ କାରଣରୁ ତାଙ୍କୁ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ମଧ୍ୟ ମିଳୁନଥିଲା l କୃଷି ବୈଜ୍ଞାନିକମାନେ ଏହି ସମସ୍ୟା ବିଷୟରେ ଜାଣିବା ପରେ, ସେମାନେ ଅର୍କ ରକ୍ଷକ ପ୍ରଜାତିର ବିହନ ବିକଶିତ କରାଇଲେ ଓ କୃଷକମାନଙ୍କୁ ଏହା ବିଷୟରେ ଜଣାଗଲା l ଆସନ୍ତୁ ଏହି ପ୍ରଜାତି ବିଷୟରେ ଅଧିକ ଜାଣିବା l

ଏହି ପ୍ରଜାତିକୁ ୨୦୧୦ ରେ ଭାରତୀୟ କୃଷି ଗବେଷଣା ସଂସ୍ଥା ର କୃଷି ବୈଜ୍ଞାନିକ ଡ଼ା.ଏ.ଟି. ସଦାଶିବ ବିକଶିତ କରିଥିଲେ l ପ୍ରଥମେ ଏହି ବିହନ ପାଖାପାଖି ୨୩୦ କୃଷକ ଭାଇମାନଙ୍କୁ ଯୋଗାଇ ଦିଆଯାଇଥିଲା l କର୍ଣ୍ଣାଟକର କୃଷକ ଚନ୍ଦ୍ରପ୍ୟା ଟମାଟୋ, ଆଳୁ, ସିମ୍ଲା ମିର୍ଚି, ଗାଜର ଆଦିର କୃଷି କରନ୍ତି l ତାଙ୍କୁ କୃଷିର ଅନେକ ଅନୁଭବ ରହିଛି l କିନ୍ତୁ କିଛି ଦିନ ଧରି ଟମାଟୋ ଚାଷରେ ତାଙ୍କୁ ଉଲ୍ଲେଖନୀୟ ଉତ୍ପାଦନ ମିଳୁନଥିଲା l ତେଣୁ ସେ ଟମାଟୋ ଚାଷ କରିବା ବନ୍ଦ କରିଦେଇଥିଲେ l  ଏହାପରେ ସେ ୨୦୧୪ ରେ ଅର୍କ ରକ୍ଷକ ପ୍ରଜାତିର ପ୍ରାୟ ୩୫୦୦ ଚାରା ଲଗାଇଲେ ଓ ବହୁତ ଭଲ ଫସଲ ମଧ୍ୟ ପାଇଲେ l

ଏହି ପ୍ରଜାତିର ଗୋଟିଏ ଗଛରୁ ପ୍ରାୟ ୧୮ କିଲୋ ଟମାଟୋ ମିଳିଥାଏ l ଏହାର ପ୍ରାରମ୍ଭିକ ଉତ୍ପାଦନ ପ୍ରାୟ ୭୫ ରୁ ୮୦ ଟନ ପ୍ରତି ହେକ୍ଟର ହୋଇଥାଏ l ଏହାର ଫଳ ବଡ଼ ଓ ଗୋଲ ହୋଇଥାଏ ଓ ଏହାର ରଙ୍ଗ ଗାଢ଼ ନାଲି ହୋଇଥାଏ l ଏହା ସହିତ ଗୋଟିଏ ଟମାଟୋର ଓଜନ ୯୦ ରୁ ୧୦୦ ଗ୍ରାମର ହୋଇଥାଏ l ତେଣୁ ଏହାକୁ ଦୂର ବଜାରକୁ ନେଇଯିବା ମଧ୍ୟ ସହଜ ହୋଇଥାଏ l କାରଣ ଏହା ଏତେ ସହଜରେ ଫାଟି ଯାଏ ନାହିଁ ଓ ନଷ୍ଟ ହୁଏ ନାହିଁ l ଏହି ପ୍ରଜାତିର ଚାହିଦା ଏତେ ବେଶୀ ହୋଇଯାଇଛି ଯେ, ବିଦେଶରେ ଏହାର ମଞ୍ଜିର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments