1. କୃଷି ବିଶ୍ବକୋଷ

ଫୁଲକୋବି ଚାଷ କରିବ ମାଲାମାଲ....

ଯଦି ଆପଣ ଫୁଲକୋବି ଚାଷ କରି ଟଙ୍କା କମେଇବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ସାଧାରଣ ପୋକ ଏବଂ ଫସଲ ଉପରେ ପ୍ରଭାବ ପକାଉଥିବା ରୋଗ ବିଷୟରେ ଜାଣିବା ଆବଶ୍ୟକ ।

Sudesna Nayak
Sudesna Nayak
Dramatic loss in Cauliflower due to some major pest and disease

Dramatic loss in Cauliflower due to some major pest and disease

ଯଦି ଆପଣ ଫୁଲକୋବି (Cauliflower)ଚାଷ କରି ଟଙ୍କା କମେଇବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ସାଧାରଣ ପୋକ ଏବଂ ଫସଲ ଉପରେ ପ୍ରଭାବ ପକାଉଥିବା ରୋଗ ବିଷୟରେ ଜାଣିବା ଆବଶ୍ୟକ ।

ସୂଚନା ଅନୁଯାୟୀ, ଭାରତ ଫୁଲକୋବି (Cauliflower)ସବୁଆଡେ ଚାଷ କରାଯାଏ , ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଶୀତକାଳୀନ ପନିପରିବା | ଫୁଲକୋବି ହେଉଛି ବ୍ରାସୀକାସୀ( Brassicaceae) ପରିବାରରେ ବାର୍ଷିୟ (annual crop) କିମ୍ବା ଦ୍ୱିବର୍ଷୀୟ ଉଦ୍ଭିଦ (bineal crop)ଯାହା ସାଧାରଣତଃ ଖାଇବାପାଇଁ ଚାଷ କରାଯାଇ ଥାଏ | ଫୁଲକୋବି ଉଦ୍ଭିଦଗୁଡିକରେ ଛୋଟ, ମୋଟା ଡାଳ ଏବଂ ଅସ୍ଥାୟୀ ଚେର ରାହିଥାଏ | ହାଲକା ସବୁଜ ପତ୍ରଗୁଡିକ ଷ୍ଟେମର ଉପରୁ ବଢି ଥାଆନ୍ତି |
ରୋପଣର 60-100 ଦିନ ମଧ୍ୟରେ ଫୁଲକୋବି ଅମଳ କରାଯାଇଥାଏ | ରୋଗ ଆଉ ପୋକ ଫୁଲକୋବି ଫସଲରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କାରଣ ଏହାକୃଷକର ଗୁରୁତର ଆର୍ଥିକ କ୍ଷତି ଘଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରେ |

ଆମେ ଆପଣଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ରୋଗ ଆଉ ପୋକ ବିଷୟରେ ଜଣେଇବୁ....

1.ଡ଼lମ୍ପିଂ ଅଫ୍ (damping off )

ଫୁଲ କୋବିର ଡlମ୍ପିଂ ଦୁଇଟି ପର୍ଯ୍ୟାୟରେ ଘଟିଥାଏ, ଯଥା ଉତ୍ପାଦନ ପୂର୍ବରୁ ଏବଂ ଉତ୍ପାଦନର ପରବର୍ତ୍ତୀ ପର୍ଯ୍ୟାୟରେ | ଉତ୍ପାଦନ ପୂର୍ବ ପର୍ଯ୍ୟାୟରେ ବିହନଗୁଡିକ ମୃତ୍ତିକା ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମରି ଯାଇଥାଏ | ଉତ୍ପାଦନ ପରବର୍ତ୍ତୀ ପର୍ଯ୍ୟାୟରେ ଭୂତଳ ସ୍ତରରେ ଥିବା ନୂଆ ଟିସୁ ସଂକ୍ରମିତ ହୋଇଥାଏ | ସଂକ୍ରମିତ ଟିସୁଗୁଡ଼ିକ ନରମ ହୋଇ ଭୁଶୁଡ଼ି ପଡନ୍ତି |

ନିୟନ୍ତ୍ରଣ –ମୁଖ୍ୟତ ଭଲ ପରିମଳ, ଉଚ୍ଚମାନର ବୃକ୍ଷରୋପଣ ସାମଗ୍ରୀ ଏବଂ ଉପଯୁକ୍ତ ସାଂସ୍କୃତିକ ଏବଂ ପରିବେଶ ନିୟନ୍ତ୍ରଣ ମାଧ୍ୟମରେ ଡ଼lମ୍ପିଂ ଅଫ୍(damping off ) ନିୟନ୍ତ୍ରଣ କରାଯାଇପାରିବ | ମୃତ୍ତିକା ଓଦା କିମ୍ବା ଅଧିକ ଜଳସେଚନ କଲେ | ରୋପଣ ଶଯ୍ୟା ଏପରି ପ୍ରସ୍ତୁତ କରନ୍ତୁ ଯାହା ଦ୍ୱାରା ଭଲ ଭାବରେ ଜଳ ନିଷ୍କାସନ ହେବ |

2.କଳା ରଟ (black rot )

ପ୍ରଥମେ ପତ୍ରର ମାର୍ଜିନ ନିକଟରେ କ୍ଲୋରୋଟିକ୍ (chlorotic )କିମ୍ବା ହଳଦିଆ ରଙ୍ଗ ଦେଖାଯାଏ | ହଳଦିଆ ଅଞ୍ଚଳରେ ଶିରା 'v' ଆକୃତିର କ୍ଲୋରୋଟିକ୍ ଦାଗ ସୃଷ୍ଟି କରେ ଯାହା ପରବର୍ତ୍ତୀ ସମୟରେ କଳା ଏବଂ ବାଦାମୀ ରଙ୍ଗର ଶିରା ଭଳି ଦେଖାଯାଏ ଏବଂ ଶେଷରେ ଏହି କଳା କଳା ଦାଗ ଶିରା ଠାରୁ ପେଟିଓଲ୍ (petiole) ଏବଂ ଷ୍ଟେମ୍ ପର୍ଯ୍ୟନ୍ତ ବିସ୍ତାରହୋଇଯାଏ | ଫୁଲକୋବି ବହୁଶୀଘ୍ର କ୍ଷୀଣ ହୋଇ ମରିଯାଏ l

ନିୟନ୍ତ୍ରଣ -ଗରମ ପାଣି ଚିକିତ୍ସା ବ୍ୟାକ୍ଟେରିଆକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୋଇପାରେ ଯାହା ଆପଣଙ୍କ ବିହନକୁ ସଂକ୍ରମିତ କରିବାରୁ ରକ୍ଷା କରିପାରିବ | କ୍ଷେତରେ ଏବଂ ଆଖପାଖରେ ଥିବା ତୃଣକକୁ (weeds)ଦୂର କରନ୍ତୁ ଯାହା କଳା ରଟ ରୋଗ ପାଇଁ ଏକ ଭଣ୍ଡାର ଭାବରେ କାର୍ଯ୍ୟ କରିଥାଏ |

3.ପାଉଡରି ମିଲଡିଉ –( powdery mildew )

ପତ୍ରର ଉପର ଭାଗରେ ,କାଣ୍ଡ ,ଫୁଲ ରେ ଧଳା ଦାଗ ଦେଖାଯାଏ l ପରବର୍ତ୍ତୀ ସମୟରେ ଏହା ପୁରା ଗଛ ରେ ଦେଖାଯାଏ l ଏହି ରୋଗ ରେ ଆକ୍ରାନ୍ତ ଗଛଗୁଡ଼ିକ ଭଲ ଭାବରେ ବଢନ୍ତିନାହିଁ l

ନିୟନ୍ତ୍ରଣ -ସଲଫର୍ (Bonide Sulfur Plant Fungicide) ଏବଂ ତମ୍ବା ଫଙ୍ଗିସାଇଡ୍ (BONIDE Copper Fungicide Dust) ପାଉଡରି ମିଲଡିଉ ସମସ୍ୟାକୁ ଦୂର କରାଯାଇ ପାରିବ l ନାଇଟ୍ରୋଜେନ ସାରର ଅଧିକ ପ୍ରୟୋଗରୁ ଦୂରେଇ ରୁହନ୍ତୁ; ଏକ ସର୍ବୋତ୍କୃଷ୍ଟ, ସନ୍ତୁଲିତ ରାସାୟନିକ ସାରା ବ୍ୟବହାର କରନ୍ତୁ |

 

4. ବିଟ୍ ସେନା କୀଟ(Beet armyworm )

ପତ୍ରରେ ଅନିୟମିତ ଆକୃତିର ଛିଦ୍ର ସହିତ ନୂଆ ସବୁଜ ଆଉ ହଳଦିଆ ରଙ୍ଗର ଲାର୍ଭା ଦେଖିବାକୁ ମିଳେ l 50 ରୁ 100ଟି ଛୋଟ ଛୋଟ ଅଣ୍ଡା ପତ୍ରର ଉପରଭାଗରେ ଦେଖାଯାଏ l

ନିୟନ୍ତ୍ରଣ -ବିଟ୍ ସେନା କୀଟରୁ (Beet armyworm ) ରକ୍ଷା ପାଇବା ପାଇଁ ପ୍ରାକୃତିକ ଶତ୍ରୁ ଏବଂ ଲାର୍ଭାକୁ ପରଜୀବୀ ବିଟି (Bacillus thuringiensis) କୁ ମଧ୍ୟ ବ୍ୟବହାର କରିହବ l

5. କୋବି ଆଫିଡ଼ (cabbage aphid)

କୋବି ଆଫିଡ଼ ମୁଖ୍ୟତଃ ଉ ପତ୍ରରେ ଦୃଶ୍ୟମାନ ହୁଏ ଏବଂ ଏକ ଧଳା ମହମବତୀ ରଙ୍ଗର ଆବରଣରେ ପତ୍ରକୁ ଆଚ୍ଛାଦିତ କରିଥାଏ l

ନିୟନ୍ତ୍ରଣ -ଗଛ ରୋପଣ ପୂର୍ବରୁ ଭଲ ଭାବରେ ଅଫିଡ଼ ସଂକ୍ରମଣ ହୋଇଛିକି ନାହିଁ ଧ୍ୟାନ ଦିଅନ୍ତୁ | ପତ୍ରରୁ ଆଫିଡକୁ ଧକ୍କା ଦେବା ପାଇଁ ନିମ ତେଲ (neem oil)ସ୍ପ୍ରେୟର ବ୍ୟବହାର କରନ୍ତୁ l

ପରିବେଶ ପ୍ରିୟ ତଥା ସ୍ୱଳ୍ପ ଖର୍ଚ୍ଚ ଯୁକ୍ତ ଏହି ଉପାୟଗୁଡିକ କୃଷକ ଭାଇ ଏବଂ ଭଉଣୀ ମାନଙ୍କୁ ଚାଷ କ୍ଷେତ୍ର ରେ ପ୍ରୟୋଗ କରି ଏହାର ଉପାଦେୟତା ସମ୍ବନ୍ଧରେ ନିଶ୍ଚିତ ହେବା ଉଚିତ୍। ଏହି ଉପାୟଗୁଡିକ ବହୁଳ ବ୍ୟବହାର ତଥା ସଂପ୍ରସାରଣ ହେବ ଦ୍ୱାରା ନା କେବଳ ପରିବେଶ ସୁସ୍ଥତା ବଢିବା ଏହା ସଙ୍ଗେ ସଙ୍ଗେ ଅନିଷ୍ଟକାରୀ ଅନୂଜୀବ ଏବଂ କିଟ ଗୁଡ଼ିକର ପ୍ରାକୃତିକ ପରିଚାଳନା କରି ଫସଲ ଗୁଡ଼ିକୁ ସୁରକ୍ଷା ଦେଇ ପାରିବେ। ଏହି ପଦ୍ଧତି ଗୁଡ଼ିକୁ ସମନ୍ୱିତ ରୋଗ ଓ ପୋକ ପରିଚାଳନା (integrated pest management) ଏକ ବିକଳ୍ପ ଉପାୟ ଭାବରେ ସବୁ ସମୟରେ ଏବଂ ସବୁ ସ୍ଥାନରେ ଗ୍ରହଣ କରାଯାଇପାରିବ ।

କୋଟିପତି କରିଦେବ ଏହି ଚାଷ ପ୍ରଣାଳୀ...

ମହୁମାଛି ଚାଷ କରି ହୋଇପାରିବେ କୋଟିପତି, ଜାଣନ୍ତୁ ପ୍ରଣାଳୀ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments