1. କୃଷି ବିଶ୍ବକୋଷ

ଅଣ୍ଡା ଓ ଆପଣଙ୍କ ସ୍ୱାସ୍ଥ୍ୟ !

ଅଣ୍ଡା ଓ ଆପଣଙ୍କ ସ୍ୱାସ୍ଥ୍ୟ !

KJ Staff
KJ Staff

 ସବୁଠାରୁ ଉତ୍ତମ ଖାଦ୍ୟ ମାନଙ୍କ ତାଲିକା ରେ ଅଣ୍ଡା ର ନାମ ନିଶ୍ଚିନ୍ତ ଦେଖିବାକୁ ପାଇବେ |ସ୍ୱଳ୍ପ ବ୍ୟୟ ରେ ଅଧିକ ସ୍ନେହସାର ବା ପ୍ରୋଟିନ ଯୋଗାଇପାରୁଥିବା ଖାଦ୍ୟ ମାନଙ୍କ ମଧ୍ୟରୁ ଏହା ସବୁଠାରୁ ଉତ୍ତମ ବିକଳ୍ପ |ଅଣ୍ଡା ର ଅଧା ରୁ ବେଶୀ ସ୍ନେହସାର ଏହାର ଧଳା ଅଂଶ ରେ ଦେଖିବାକୁ ମିଳିଥାଏ ଏବଂ ସେହିପରି ଏହାର କେଶର ରେ ଅଳ୍ପ ଆବଶ୍ୟକ ଫ୍ୟାଟ ସହ ଭିଟାମିନ ବି୧୨ ପ୍ରଚୁର ଭାବେ ଭରି ରହିଥାଏ |ଏହା ବ୍ୟତୀତ ଏଥିରେ ଶିଳେନିଅମ ,ଭିଟାମିନ ଡି,ଲୌହ ଏବଂ କପର ମଧ୍ୟ ମାତ୍ରାଧିକ ଭାବେ ଅଧିକ ରହିଥାଏ |

କାହିଁକି ଖାଇବେ ଅଣ୍ଡା ?

-ବାରମ୍ବାର ବାହାରୁ ଫାଷ୍ଟ ଫୁଡ ଖାଇ ମେଧବହୁଳ କରିବା ଅପେକ୍ଷା ଦିନକୁ ଗୋଟେ ଲେଖା ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ପେଟ ପୁରିବା ସହ ଓଜନ ନିୟନ୍ତ୍ରଣ ହୋଇଥାଏ |ଦୈନିକ ୩୦୦ ମିଲିଗ୍ରାମ ର ଆବଶ୍ୟକ ଭଲ କୋଲେଷ୍ଟେରଲ ରୁ ୨୧୨ ମିଲିଗ୍ରାମ ଆପଣ ଅଣ୍ଡା ରୁ ପାଇବେ |ଏହା ହୃଦ ପିଣ୍ଡ ର ସ୍ୱାସ୍ଥ୍ୟ ଭଲ ରଖେ |
-ଅଧିକ ସୁସ୍ଥ ସବଳ ଓ ମଜଭୁତ ଶରୀର ର ଆକାଂକ୍ଷା ରଖିଥିଲେ ଅଣ୍ଡା ନିୟମିତ ଖାଇବା ଉଚିତ |ଏହା ଶରୀର ରେ ମାଂସ ବୃଦ୍ଧି କରିବାରେ ବିଶେଷ ସହାୟତା କରିଥାଏ |
-ଅଣ୍ଡା ରେ ଥିବା ଭିଟାମିନ ଏବଂ ମିନେରାଲ ଆପଣଙ୍କ ମସ୍ତିସ୍କ ର ସ୍ନାୟୁ କୁ ଅଧିକ ସତେଜ କରି ଏହାକୁ ସକ୍ଷମ କରିଥାଏ ଫଳରେ ବୃଦ୍ଧକାଲେ ମଧ୍ୟ ସ୍ମରଣଶକ୍ତି ଭଲ ରହିଥାଏ |
-ଦୀର୍ଘଦିନ ଧରି ଚଶ୍ମା ର ବ୍ୟବହାର କୁ ପରିତ୍ୟାଗ କରିବାକୁ ଚାହୁଁଥିଲେ ନିୟମିତ ଅଣ୍ଡା ଖାଇବା ଆବଶ୍ୟକ |ଏହାର କେଶରରେ ଥିବା ଲିୟୁଟିନ ଏବଂ ଜିଆଜାନଥିନ ଆପଣଙ୍କ ଦୃଷ୍ଟି ଶକ୍ତି କୁ ଦୀର୍ଘ ଦିନ ଯାଏ ସୁସ୍ଥ ରଖିଥାଏ |

-ଓଜନ ନିୟନ୍ତ୍ରଣ ଲାଗି ସବୁଠାରୁ ଉତ୍ତମ ଉପାୟ ଦିନକୁ ଅତି କମ ରେ ୨ ଟି ଅଣ୍ଡା ଖାଇବା |ଏହାକୁ ଖାଇଲେ ଆପଣଙ୍କୁ ବାରମ୍ବାର ଭୋକ ଲାଗେ ନାହିଁ ଏବଂ ଏଥିରେ ଥିବା ଅଧିକ ପ୍ରୋଟିନ ଆପଣଙ୍କ ଶରୀର ର ଓଜନ ନିୟନ୍ତ୍ରଣ କରିଥାଏ |
-ଅଣ୍ଡା ରେ ଶରୀର କୁ ଉର୍ଜା ଦେବାର ସମସ୍ତ ଗୁଣ ଭରି ରହିଛି |ଅର୍ଥାତ ଏହାକୁ ଖାଇଲେ ଆପଣ ଦିନ ଭରି ସତେଜ ରହି କାର୍ଯ୍ୟ କରିପାରିବେ |
-ଭିଟାମିନ ଏ ,ସିଲେନିଅମ ଏବଂ ଭିଟାମିନ ବି-୧୨ ଆପଣାକୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ
-ଗର୍ଭବତୀ ମହିଳା ଙ୍କ ଲାଗି ଅଣ୍ଡା ଏକ ଉତ୍ତମ ଖାଦ୍ୟ |ଏହା ଗର୍ଭ ରେ ଥିବା ଶିଶୁ ର ସ୍ୱାସ୍ଥ୍ୟ ଉତ୍ତମ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ |
-ସୁନ୍ଦର ତ୍ୱଚା ଏବଂ ଦୀର୍ଘଦିନ ଧରି ତ୍ୱଚା କୁ ବାର୍ଦ୍ଧକ୍ୟ ଠାରୁ ଦୁରେଇ ରଖିବାକୁ ଚାହୁଁଥିଲେ ନିଶ୍ଚିନ୍ତ ଭାବେ ଅଣ୍ଡା ଖାଆନ୍ତୁ |

ମନେ ରଖନ୍ତୁ ସମସ୍ତ ପ୍ରଧାନ ଖାଦ୍ୟ ମାନଙ୍କ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହାକୁ ପିଲା ଠାରୁ ବୁଢା ସମସ୍ତ ଖାଇ ପାରିବେ |ତେଣୁ ଏହାକୁ ସିଝାଇ ,ତରକାରୀ ଇତ୍ୟାଦି କରି ନିୟମିତ ଖାଇଲେ ସ୍ୱାସ୍ଥ୍ୟ ଉତ୍ତମ ରହେ |ଦିନକୁ ଅଧିକ ଅଣ୍ଡା ର କେଶର ଏକ ବେଳେ ଖାଇଲେ ପେଟ ଜନିତ ସମସ୍ୟା ଦେଖିବାକୁ ମିଳିପାରେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments