Agripedia

ଗୁଡ ନ୍ୟୁଜ ! ହ୍ରାସ ପାଇଲା ସୋରିଷ ତେଲ ଦର

ଯଦି ଆପଣମାନେ ସୋରିଷ ତେଲ (Mustard Oil) ର କ୍ରେତା ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ । ଆଜିକାଲି ସୋରିଷ ତେଲର ଦାମ (Mustard Oil Price) ରେ କିଛି ପରିମାଣର ହ୍ରାସ ଘଟିଛି ।

22 December, 2021 3:39 PM IST By: Sudesna Nayak

ଆଜିକାଲି ଭାରତରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଛି, ଯେଉଁଥିପାଇଁ ସାଧାରଣ ଲୋକମାନଙ୍କ ଘରର ବଜେଟ୍ ପୁରା ବିଗିଡ଼ି ଯାଇଛି । ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ (Petrol Diesel Price) ଏବଂ ଖାଦ୍ୟ ସାମଗ୍ରୀ ଅତ୍ୟଧିକ ମହଙ୍ଗା ହେବାକୁ ଲାଗୁଛି, ଯେଉଁଥିପାଇଁ ଥାଳିର ସ୍ୱାଦ ମଧ୍ୟ କମିବାରେ ଲାଗିଛି ।

ଏହି ସମୟରେ ଯଦି ଆପଣମାନେ ସୋରିଷ ତେଲ (Mustard Oil) ର କ୍ରେତା ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ । ଆଜିକାଲି ସୋରିଷ ତେଲର ଦାମ (Mustard Oil Price) ରେ କିଛି ପରିମାଣର ହ୍ରାସ ଘଟିଛି । ନୂତନ ମୂଲ୍ୟ ଅନୁଯାୟୀ, ସୋରିଷ ତେଲ ୧୬୦-୧୭୦ ଟଙ୍କା ପ୍ରତି କିଲୋଗ୍ରାମ ମଧ୍ୟରେ ବିକ୍ରି ହେଉଛି । ଗ୍ରାହକମାନଙ୍କ ପାଖରେ କ୍ରୟ କରିବା ପାଇଁ ଏହା ଏକ ବହୁତ ଭଲ ସୁଯୋଗ ।

କହିବାକୁ ଗଲେ, ଅନ୍ୟପଟେ ସାଧାରଣ ବ୍ୟବସାୟ ମଧ୍ୟରେ ସୋୟାବିନ୍ ତେଲ (Soyabean Oil), ସିପିଓ, ପାମୋଲିନ ତେଲ (Palmolein Oil) ସମେତ ଅନ୍ୟ ସମସ୍ତ ତେଲ ବିହନର ମୂଲ୍ୟ ପୂର୍ବ ସ୍ତରରେ ବନ୍ଦ ହୋଇଛି । ବ୍ୟବସାୟୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ଧୁରିଆରେ ପ୍ଲାଣ୍ଟ ସୋୟାବିନ୍ ଶସ୍ୟ କ୍ୱିଣ୍ଟାଲ ପିଛା ୬,୬୨୫-୬,୬୫୦ ଟଙ୍କା ମୂଲ୍ୟରେ କିଣୁଛି । ଏହି କାରଣରୁ ସୋୟାବିନ୍ ଦାନା ଓ ଲୁଜ୍ ମୂଲ୍ୟରେ ଉନ୍ନତି ହୋଇଛି ।

ମିଲରମାନେ ଚୂର୍ଣ୍ଣ ହେବା ପରେ ସୋୟାବିନ୍ ତେଲ ବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି କାରଣ ବଜାରରେ ମୂଲ୍ୟ ଚୂର୍ଣ୍ଣ ମୂଲ୍ୟଠାରୁ ବହୁତ ଶସ୍ତା ଅଟେ । ଯାହାକୁ ନେଇ ମିଲର୍, ପ୍ଲାଣ୍ଟ, ଆମଦାନୀକାରୀମାନେ ସମସ୍ତେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ସୂତ୍ର ଅନୁସାରେ, ସରକାରଙ୍କୁ ଏହି ବିଷୟ ଉପରେ ଧ୍ୟାନ ଦେବାକୁ ଆବଶ୍ୟକ ଯେ, ଖାଇବା ତେଲର ଆବଶ୍ୟକତା ପାଇଁ ୬୫ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ ଦେଶର ବ୍ୟବସାୟୀ ତଥା ଆମଦାନୀକାରୀମାନଙ୍କୁ ଅଯଥା ମୂଲ୍ୟରେ ତେଲ ବିକ୍ରୟ କାହିଁକି କରିବାକୁ ପଡ଼ୁଛି ? ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରୟ କରିବାର ଦାୟିତ୍ୱ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ ।

ସୋରିଷ ତେଲ ଦାଦ୍ରି- ୧୬,୬୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ

ସୋରିଷ କାଚ୍ଚି ଘାନି- ୨,୬୪୫ - ୨,୭୫୫ ଟଙ୍କା ପ୍ରତି ଟିନ

ସୋୟାବିନ୍ ତେଲ ମିଲ୍ ବିତରଣ ଦିଲ୍ଲୀ- ୧୨,୭୮୦ ଟଙ୍କା

ସୋୟାବିନ୍ ମିଲ୍ ବିତରଣ ଇନ୍ଦୌର- ୧୨,୪୫୦ ଟଙ୍କା

ସୋୟାବିନ୍ ତେଲ ଡିଗମ୍, କାଣ୍ଡଲା-୧୧,୪୦୦ ଟଙ୍କା

ତ୍ୱଚା ପାଇଁ ସୋରିଷ ତେଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)