1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ୱଚା ପାଇଁ ସୋରିଷ ତେଲ

Sudesna Nayak
Sudesna Nayak
Health and skin benefits of mustard oil

Health and skin benefits of mustard oil

ପ୍ରତି ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ, ବଡି ମସାଜ ଓ ଦାନ୍ତ ସଫା ଆଦି ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ ହୋଇଥାଏ । ଯଦି ଆପଣମାନେ ଶୀତ ଦିନେ ଗାଧୋଇବା ପୂର୍ବରୁ ସୋରିଷ ତେଲ ଲଗାଉଥାନ୍ତି । ଏହା ଦ୍ୱାରା ତ୍ୱଚାରୁ ଧୂଳି-ମଳି ସହଜରେ ଛାଡିଯାଇଥାଏ । ତ୍ୱଚା ମୂଳ ଶକ୍ତ ରହେ ।

ଏଥିରେ ଭିଟାମିନ୍ ଇ ରହିଛି, ଯାହା ତ୍ୱଚାକୁ ଉଜ୍ଜ୍ୱଳ କରାଇଥାଏ । ତ୍ୱଚା ଶିଥିଳତା କିମ୍ବା କୁଞ୍ଚନ ହେବାରୁ ରକ୍ଷାପାଏ । ବିଶେଷ କରି ଶୀତଦିନେ ସୋରିଷ ତେଲର ଉପକାରିତା, ତ୍ୱଚା ପାଇଁ ବେଶ ଉପଯୋଗୀ ଏବଂ ସୌନ୍ଦର୍ଯ୍ୟ ବଢାଏ । ତେବେ ଚାଲନ୍ତୁ ଜାଣିବା ସୋରିଷ ତେଲର ଉପକାରିତା ବିଷୟରେ ।

ପ୍ରତିଦିନ ମୁହଁରେ ଖାଣ୍ଟି ସୋରିଷ ତେଲ ଲଗାଇ ଦଶ ମିନିଟ୍ ପରେ ଥଣ୍ଡା ପାଣିରେ ଧୁଅନ୍ତୁ, ଦେଖିବେ ମୁହଁ ଫାଟିବ ନାହିଁ ।

ସୋରିଷ ତେଲରେ ବେସନ, ଦହି, ଲେମ୍ବୁ ରସ ଫେଣ୍ଟି ସପ୍ତାହରେ ତିନି ଥର କିମ୍ବା ଚାରି ଥର ମୁହଁରେ ଲଗାନ୍ତୁ । ତ୍ୱଚା ନରମ ହେବ ।

ସୋରିଷ ତେଲ ଲଗାଇଲେ କେଶ ଚମକେ । କେଶ ମୂଳକୁ ସୋରିଷ ତେଲରେ ନିୟମିତ ଘଷନ୍ତୁ । କେଶ ସୁସ୍ଥ ରହିବା ସହ ରୁପି ମଧ୍ୟ ହେବ ନାହିଁ କି କେଶ ଝଡିବନାହିଁ ।

କେଶରେ ଉଷୁମ ସୋରିଷ ତେଲ ଲଗାଇ ଅଧ ଘଣ୍ଟା ପରେ ଧୁଅନ୍ତୁ, କେଶ ବଢିବ ।

କେଶରେ ଯଦି କୌଣସି କେମିକାଲ ଟ୍ରିଟମେଂଟ୍ କରିଥାନ୍ତି, ତେବେ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । ଏପରି ସମସ୍ୟା ଦେଖାଦେଉଥିଲେ ସୋରିଷ ତେଲରେ ମେଥିଗୁଣ୍ଡ ମିଶାଇ, କେଶରେ ପ୍ୟାକ୍ ଭଳି ଲଗାଇ କିଛି ସମୟ ରଖିବା ପରେ ସାମ୍ପୁ କରି କେଶ ଧୋଇ ଦିଅନ୍ତୁ । ଦେଖିବେ ଫାଇଦା ।

ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ସୋରିଷ ତେଲ ନିୟମିତ ଦେହ ଏବଂ ତ୍ବଚାରେ ମାଲିସ୍ କରିବା ଦ୍ବାରା ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ ।

ତ୍ୱଚାରେ କଳାଦାଗ ହୋଇଥିଲେ, ବେସନରେ ସୋରିଷ ତେଲ ମିଶାଇ ତ୍ୱଚାରେ ପ୍ୟାକ୍ ଭଳି ଲଗାଇ ପାରିବେ । ଏହି ପ୍ୟାକ୍ ତ୍ୱଚାକୁ ବହୁ ପୋଷଣ ଯୋଗାଇଥାଏ ।

କେଶକୁ ଘନ ଓ ଲମ୍ୱା କରିବ ଅଦା

ଗ୍ଲୋ କରିବ ସ୍କିନ୍‌, ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News