1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗ୍ଲୋ କରିବ ସ୍କିନ୍‌, ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

ପିଜୁଳି ଖାଇବା ସହିତ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ । ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ ।

Sudesna Nayak
Sudesna Nayak
guava leaves face packs for glowing skin

guava leaves face packs for glowing skin

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏଥିରେ ଥିବା ପୋଷକତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଏଥିସହିତ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ । ତେଣୁ ଆପଣ ଚାହିଁଲେ ପିଜୁଳି ଖାଇବା ସହିତ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମଧ୍ୟ ମୁହଁରେ ଲଗାଇପାରିବେ । ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ ।

ଫଳ ମଧ୍ୟରେ ପିଜୁଳି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ବହୁତ ଉପକାରୀ ବୋଲି ଜଣାଯାଏ । ପିଜୁଳି ପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଆକ୍ସନ ହୋଇଥାଏ । ପିଜୁଳି ପତ୍ରରେ ଗ୍ୟାଲିକ ଏସିଡ୍‌, ଏସ୍କୋର୍ବିକ ଏସିଡ, କାରୋଟେନାଇଡ୍‌ସ ଭଳି ଆକ୍ଟିଭ ଇନ୍‌ଗ୍ରୀଡିଏଣ୍ଟସ୍‌ ମହଜୁଦ ଥାଏ, ଯାହାକି ସ୍କିନ୍‌ ଇନ୍‌ଫେକ୍ସନ ଏବଂ ଜ୍ୱଳନ ଆଦିକୁ ଠିକ୍‌ କରିପାରିଥାଏ । ଆଜି ଆମେ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତି ବିଷୟରେ କହିବାକୁ ଯାଉଛୁ ।

ପ୍ରଥମେ କଅଁଳ ପିଜୁଳି ପତ୍ର ନିଅନ୍ତୁ । ପରେ ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।

କେମିତି ମୁହଁରେ ଲଗେଇବେ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ଜାଣନ୍ତୁ...

ଏହାକୁ ଲଗାଇବା ପାଇଁ ପ୍ରଥମେ ଚେହେରାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ନଚେତ୍‌ ଆପଣ ନିଜ ଚେହେରାକୁ ୫ ମିନିଟ୍‌ ପାଇଁ ଷ୍ଟିମ୍‌ ମଧ୍ୟ ଦେଇପାରିବେ, ଯାହାଫଳରେ କି, ଲୋମକୂପ ଖୋଲିଯିବ । ଏବେ ଏହି ପେଷ୍ଟକୁ ପୁରା ଚେହେରାରେ ଲଗାନ୍ତୁ । ପେଷ୍ଟ ଶୁଖିଯିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପରେ ଚେହେରାରେ ମସ୍ଚରାଇଜର ଲଗାନ୍ତୁ ।

ଏଥିସହିତ ପିଜୁଳି ପ୍ୟାକ ମଧ୍ୟ ତ୍ବଚା ପାଇଁ ବେଶ ଉପକାରୀ । ଗୋଟିଏ ଛୋଟ ସାଇଜ୍‌ର ପିଜୁଳି ଆଣି ଏହାକୁ କାଟି ଛୋଟ ଛୋଟ କରନ୍ତୁ । ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ପରେ ଗ୍ରାଇଣ୍ଡିଂ ହୋଇଥିବା ପିଜୁଳିରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ । ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ମାଲିସ କରନ୍ତୁ ଏବଂ କିଛି ସମୟ ଏହାକୁ ସେମିତି ମୁହଁରେ ଛାଡ଼ି ଦିଅନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।

ପିଜୁଳି ମୁହଁର ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ । ଏଥିପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଲେମ୍ବୁ ରସ ଓ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ । ଏହି ପ୍ୟାକ୍‌କୁ ଆପଣ ସପ୍ତାହକୁ ତିନିଥର ଲଗାଇ ପାରିବେ । ଦେଖିବେ ତ୍ବଚାର ଚମକ ।

କେବଳ ସ୍ୱାସ୍ଥ୍ୟ ନୁହେଁ, ତ୍ବଚା ପାଇଁ ମଧ୍ୟ ଲାଭକାରୀ କଞ୍ଚାକ୍ଷୀର

ପେଜ ପିଇବା ଦ୍ଵାରା ମିଳିଥାଏ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments