1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପେଜ ପିଇବା ଦ୍ଵାରା ମିଳିଥାଏ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପେଜ ପିଇବା ଦ୍ୱାରା ଶରୀରରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ବଢିଥାଏ ।

Sudesna Nayak
Sudesna Nayak
HEALTH benefits OF Rice water

HEALTH benefits OF Rice water

ସାଧାରଣତ ଭାତ ରାନ୍ଧିବା ପରେ ଆମେ ଏଥିରୁ ପେଜକୁ ବାହାର କରିଦେଇଥାଉ । ଫଳରେ ଭାତ ଗୋଟା ଗୋଟା ଏବଂ ସୁନ୍ଦର ହୋଇଥାଏ । କିନ୍ତୁ ଆମେ ପରେ ଏହି ପେଜକୁ ଫୋପାଡ଼ିଦେଇଥାଉ । କଣ ଆପଣ ଜାଣିଛନ୍ତି କି ଏଥିରେ ସବୁଠାରୁ ଅଧିକ କ୍ୟାଲୋରି , ଭିଟାମିନ B, E,ଏବଂ ପ୍ରୋଟିନ ରହିଥାଏ । ଯାହାକି ଆମ ଶରୀର ପାଇଁ ବହୁତ ଉପକାରୀ । ଚାଲନ୍ତୁ ଜାଣିବା ପେଜର ଉପକାରିତା ବିଷୟରେ ...

  • ପେଜ ପିଇବା ଦ୍ୱାରା ଶରୀରରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ବଢିଥାଏ ।
  • ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଅଛି, ତା’ହେଲେ ନିୟମିତ ପେଜ ପିଅନ୍ତୁ । ଏଥିରେ ସୋଡିୟମ୍‌ର ମାତ୍ରା କମ୍‌ ଥିବାରୁ ଏହା ରକ୍ତଚାପକୁ ସାମାନ୍ୟ ରଖେ ।
  • ମୁଁହରେ 4/5 ମିନିଟ ସମୟ ପର୍ଯ୍ୟନ୍ତ ପେଜକୁ ମସାଜ କରିବା ଦ୍ୱାରା ମୁଁହରେ ଥିବା କଳାଦାଗ ଲିଭିଯାଇଥାଏ । ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍ କରି କେଶକୁ ସୁସ୍ଥ ରଖିଥାଏ ।
  • କେବଳ ଏତିକି ନୁହେଁ ଏହାକୁ ସ୍ୟାମ୍ପୁ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ପାଇଥାଏ ।
  • ଶରୀରରେ ପାଣି ଅଭାବରୁ ଡିହାଇଡ୍ରେସନ୍‌ ହୋଇଥାଏ । ଖାସ୍‌ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଦିଏ । ପେଜ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୋଇଥାଏ ।
  • ପେଜ ଶରୀରକୁ ଥଣ୍ଡା ରଖିଥାଏ । ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ ।
    ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।
  • ପେଜରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ପେଜରେ ଲୁଣ ଓ ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରାଯାଇଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍‌ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ । ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍‌ କରିଥାଏ । ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ । ପେଜର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ନାହିଁ ।

କ'ଣ ଆପଣ ଜାଣନ୍ତି ପାଣି ପିଇବାର ସଠିକ୍ ତରିକା!

ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments