1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇଯାଆନ୍ତୁ ସାବଧାନ

କୋରୋନା ପାଇଁ ଲୋକେ ଏବେ ବାରମ୍ବାର ଗରମ ପାଣି ପିଉଛନ୍ତି । ପ୍ରତି ଘଣ୍ଟାଏ ଲେଖାଁଏ ଗ୍ୟାପରେ ଗରମ ପାଣି ପିଉଛନ୍ତି ଲୋକେ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।

Sudesna Nayak
Sudesna Nayak
side effects of drinking hot water

side effects of drinking hot water

କୋରୋନା ସମୟରେ ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକେ ଆଣ୍ଟିବାୟୋଟିକଠୁ ନେଇ ବିଭିନ୍ନ ଘରୋଇ ଉପଚାରମାନ ଆପଣାଉଛନ୍ତି । କିନ୍ତୁ କୌଣସି ଜିନିଷ ଅତ୍ୟଧିକ ବ୍ୟବହାର ଶରୀର ପାଇଁ ହାନିକାରକ ହୋଇପାରେ । ଆଜ୍ଞା ହଁ କୋରୋନା ପାଇଁ ଲୋକେ ଏବେ ବାରମ୍ବାର ଗରମ ପାଣି ପିଉଛନ୍ତି । ପ୍ରତି ଘଣ୍ଟାଏ ଲେଖାଁଏ ଗ୍ୟାପରେ ଗରମ ପାଣି ପିଉଛନ୍ତି ଲୋକେ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।

ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବା ଦ୍ୱାରା ଶରୀରର କେଉଁ ଅଙ୍ଗରେ ପ୍ରଭାବ ପଡିଥାଏ । ତେବେ ଜାଣନ୍ତୁ ଜାଣିବା ଅଧିକ ଗରମ ପାଣି ପିଇବାର ଅସୁବିଧା ।

  • ଅଧିକ ଗରମ ପାଣି ପିଉଥିବା ଲୋକଙ୍କ ମୁହଁରେ ଛାଲି ପଡ଼ିପାରେ । ଫଳରେ ଆପଣ ଖାଇବା ପିଇବାରେ ଅସୁବିଧା ଭୋଗ କରିପାରନ୍ତି ।
  • ଏଥିସହିତ ଗରମ ପାଣି ପିଇବା ଦ୍ୱାରା ମସ୍ତିସ୍କରେ ଥିବା କୋଷ ଫୁଲିବା ଆଶଙ୍କା ଥାଏ । ଏହାଦ୍ୱାରା ଶରୀରକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡେ ।
  • ଅଧିକ ଗରମ ପାଣି ଓ ବେଶୀ ମାତ୍ରାରେ ଏହାର ସେବନ ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ । ଯାହାଫଳରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।
  • ଯଦି ଆପଣ ରାତିରେ ଗରମ ପାଣି ପିଅନ୍ତି ତେବେ ଶୌଚାଳୟ ସମସ୍ୟା ଉପୁଜିପାରେ । ଠିକ ଭାବେ ନିଦ ମଧ୍ୟ ହେବ ନାହିଁ ।
  • କୀଡନୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଏହା କୀଡନୀ କୁ ତାର କାମ ଭଲ ଭାବେ କରିବାରେ ରୋକିଥାଏ । ଫଳରେ ଶରୀରରେ ବହୁ ଅସୁବିଧା ସୃଷ୍ଟି ହୋଇଥାଏ ।
  • ଗରମ ପାଣି ପିଇବା ଦ୍ୱାରା ପେଟ ଜଳା ପୋଡା ହୋଇଥାଏ । ଶରୀରରେ ଥିବା ଟିସୁଗୁଡିକ ସୂକ୍ଷ୍ମ ହୋଇଯାଏ ।

କ'ଣ ଆପଣ ଜାଣନ୍ତି ପାଣି ପିଇବାର ସଠିକ୍ ତରିକା!

ଜୁଆଣୀର ପାଣି ସକାଳୁ ସକାଳୁ ପିଇବା ଦ୍ଵାରା ଯାହା ହେବ ଆପଣ ଜାଣି ବିଶ୍ଵାସ କରି ପାରିବେନି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments