1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବଳ ସ୍ୱାସ୍ଥ୍ୟ ନୁହେଁ, ତ୍ବଚା ପାଇଁ ମଧ୍ୟ ଲାଭକାରୀ କଞ୍ଚାକ୍ଷୀର

କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ବହୁତ ସାହାଯ୍ୟ କରିଥାଏ । ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ । ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ମଧ୍ୟ ହୋଇଥାଏ ।

Sudesna Nayak
Sudesna Nayak
Health and skin benefits of raw milk

Health and skin benefits of raw milk

କଞ୍ଚାକ୍ଷୀର ଶରୀର ପାଇଁ ବହୁତ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ। ଏଥିରେ ଭିଟାମନ୍‌ ଏ, କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌, ଫ୍ୟାଟ୍‌, କୋଲେଷ୍ଟ୍ରଲ୍‌ ପରି ଅନେକ ପୋଷକତତ୍ତ୍ୱ ଭରି ରହିଛି । ସୈାନ୍ଦର୍ଯ୍ୟର ସିକ୍ରେଟ ହେଉଛି କଞ୍ଚାକ୍ଷୀର ।


କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ବହୁତ ସାହାଯ୍ୟ କରିଥାଏ । ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ । ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ମଧ୍ୟ ହୋଇଥାଏ ।

କଞ୍ଚାକ୍ଷୀର ବ୍ୟବହାର କରିବା ଦ୍ବାରା ତ୍ବଚାର ସୁନ୍ଦରତା ବଢିଥାଏ ଏବଂ ତ୍ବଚାରେ କୌଣସି ପ୍ରକାର କ୍ଷତି ହୋଇନଥାଏ । ଘରେ ମଧ୍ୟ ଆପଣ କ୍ଷୀର ସାହାଯ୍ୟରେ ଫେଶିଆଲ କରିପାରିବେ । କ୍ଷୀରରେ ଥିବା ପୋଷକ ତତ୍ତ୍ବ ତ୍ବଚାକୁ ପୋଷଣ ଏବଂ ନମନୀୟତା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

ତାହେଲେ ଆସନ୍ତୁ ଜାଣିବା ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ କଞ୍ଚାକ୍ଷୀରକୁ କିପରି ଭାବେ ବ୍ୟବହାର କରାଯାଇପାରିବ ।

ବୟସ ବଢ଼ିଲେ ତ୍ୱଚାରେ କୁଞ୍ଚନ ଆସିଥାଏ । ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ଟିକେ ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ମୁହଁରେ ଉଜ୍ଜ୍ୱଳ ଆସିବ ।

ବେସନ ସହିତ ମସୁର ଡ଼ାଲି ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତୁ । ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ । ଏପରି କଲେ ତ୍ୱଚା ସଫା ହେବା ସହିତ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ

ଧୂଳି ଓ ଧୂଆଁ ଯୋଗୁ ତ୍ୱଚାରେ ମଳିନ ଲାଗିଥାଏ । ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ମହୁ ତ୍ୱଚାରେ ଥିବା ଟାନ୍‌କୁ ସଫା କରିଥାଏ ।

ପେଜ ପିଇବା ଦ୍ଵାରା ମିଳିଥାଏ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments