1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେଶକୁ ଘନ ଓ ଲମ୍ୱା କରିବ ଅଦା

ଆପଣମାନେ ଜାଣିଥିବେ ଲମ୍ବା,ଘନ କେଶ ନାରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ହେଲେ ଆଜିକାଲି ଅନେକ ତ କେଶ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଶ ଝଡିବା, ପାଚିବା ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣମାନେ ଅନେକ ଉପଚାର କରିଥାନ୍ତି । ଅଦା କେଶ ପାଇଁ ଏକ ଆୟୁର୍ବେଦିକ ଉପଚାର ଭାବରେ କାର୍ଯ୍ୟ କରିଥାଏ ।

Sudesna Nayak
Sudesna Nayak
Hair benefits for ginger

Hair benefits for ginger

ଆପଣମାନେ ଜାଣିଥିବେ ଲମ୍ବା, ଘନ କେଶ ନାରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ହେଲେ ଆଜିକାଲି ଅନେକ ତ କେଶ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଶ ଝଡିବା, ପାଚିବା ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣମାନେ ଅନେକ ଉପଚାର କରିଥାନ୍ତି । ଅଦା କେଶ ପାଇଁ ଏକ ଆୟୁର୍ବେଦିକ ଉପଚାର ଭାବରେ କାର୍ଯ୍ୟ କରିଥାଏ । ଅଦାରେ ଥିବା ମ୍ୟାଗ୍ନେସିୟମ୍‌, ପୋଟାଟିୟମ୍‌, ଫସଫରସ୍‌ ଓ ଭିଟାମିନ୍‌ କେଶ ଝଡ଼ିବାକୁ ବନ୍ଦ କରିଥାଏ । ଅଦା ଏକ ନାଚୁରାଲ୍ କଣ୍ଡିସନର୍‌ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ । ଏହାକୁ ସଠିକ୍ ଉପାୟରେ ବ୍ୟବହାର କଲେ କେଶ ମଜବୁତ ହେବା ସହ ଏଥିସହିତ ଜଡ଼ିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କେଶ ପାଇଁ ଅଦାର ବ୍ୟବହାର ଏବଂ ଏହାର ଲାଭ ବିଷୟରେ ...

ବଜାରରେ ମିଳୁଥିବା ଜିଞ୍ଜର୍‌ ଅଏଲକୁ କେଶରେ ଲଗାନ୍ତୁ । ନଚେତ୍‌ ନିଜେ ଘରେ ଜିଞ୍ଜର୍‌ ଅଏଲକୁ ପ୍ରସ୍ତୁତ କରି କେଶରେ ଲଗାନ୍ତୁ । ଏଥିପାଇଁ ପ୍ରଥେମ ଗୋଟିଏ ଚାମଚ ଘିଅରେ ଜୋଜୋବା ଅଏଲ୍‌, ଅଲିଭ୍‌ ଅଏଲ୍‌ ଓ ଅଦା ରସ ମିଶାନ୍ତୁ । ପରେ ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ । ୩୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ସପ୍ତାହକୁ ଏହିପରି ଦୁଇ ଥର କରନ୍ତୁ । ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ମଧ୍ୟ ବନ୍ଦ ହେବ ।

ଏକ ପାତ୍ରରେ ଅଦା ପେଷ୍ଟକୁ ଆପଣ ଲଗାଉଥିବା ତେଲ ସହ ଭଲଭାବରେ ମିଶାଇ ଦିଅନ୍ତୁ । ଏହାପରେ କେଶର ମୂଳରେ ଏହାକୁ ଭଲଭାବରେ ମାଲିସ୍ କରନ୍ତୁ । ଏହା ଦ୍ବାରା ଆପଣଙ୍କ ରକ୍ତ ସଂଚାଳନରେ ବହୁତ ସୁଧାର ଆସିଥାଏ ।

ତେଲ ଓ ଅଦାର ମିଶ୍ରଣ ଆପଣଙ୍କ କେଶକୁ ଭରପୁର୍ ମାତ୍ରାରେ ପୋଷଣ ପ୍ରଦାନ କରିବା ସହିତ କେଶକୁ ମଜବୁତ୍ ମଧ୍ୟ କରିଥାଏ ।

କିଛି ମାତ୍ରାର ଅଦା ନେଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହି ଅଦା ପେଷ୍ଟକୁ ପାଣିରେ ଭଲଭାବେ ଫେଣ୍ଟନ୍ତୁ । ତାପରେ ଏହାକୁ କେଶର ମୂଳରେ ଲଗାଇ ୪୫ ମିନିଟ୍ ପରେ ସାମ୍ପୁରେ ଭଲଭାବରେ ଧୋଇଦିଅନ୍ତୁ । ଏହାଦ୍ବାରା କେଶ ସମସ୍ୟା ଦୂର ହେବା ସହ କେଶ ସୁରକ୍ଷିତ ମଧ୍ୟ ରହିଥାଏ ।

ଅଦା ଓ ଲେମ୍ବୁ ରସ ମଧ୍ୟ କେଶ ପାଇଁ ଆପଣମାନେ ବ୍ୟବହାର କରିପାରିବେ । ୨ ଚାମଚ ଅଦା ରସରେ ୩ ଚାମଚ ରାଶି ତେଲ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ କରି ରଖନ୍ତୁ । ଏହାପରେ ସାମ୍ପୂ କରିନିଅନ୍ତୁ । ଏହା ଦ୍ୱାରା ରୁପି ସମସ୍ୟା ଦୂର ହେବ । ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଆପଣମାନେ କେଶରେ ଲଗାଇପାରିବେ ।

କେଶ ପତଳା ଥିଲେ ଅଦା ଓ ପିଆଜ ରସ ଆପଣମାନେ ଲଗାଇପାରିବେ । ପ୍ରଥମେ ୨ ଚାମଚ ଅଦା ରସରେ ୧ ଚାମଚ ପିଆଜ ରସ ମିଶାନ୍ତୁ । ପରେ ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଭଲ କରି ଧୋଇ ନିଅନ୍ତୁ । ସପ୍ତାହକୁ ଏହିପରି ଦୁଇରୁ ତିନିଥର କଲେ କେଶ ମୋଟା ହେବା ସହିତ କେଶକୁ ମଜବୁତ୍ ମଧ୍ୟ କରିଥାଏ ।

ଗ୍ଲୋ କରିବ ସ୍କିନ୍‌, ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

କେବଳ ସ୍ୱାସ୍ଥ୍ୟ ନୁହେଁ, ତ୍ବଚା ପାଇଁ ମଧ୍ୟ ଲାଭକାରୀ କଞ୍ଚାକ୍ଷୀର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments