1. କୃଷି ବିଶ୍ବକୋଷ

ଲୁହା ରଷ୍ଟ(କଳଙ୍କି ) ରୁ ବିଦ୍ୟୁତ ଉତ୍ପାଦନ !

ଲୁହା ରଷ୍ଟ(କଳଙ୍କି ) ରୁ ବିଦ୍ୟୁତ ଉତ୍ପାଦନ !

KJ Staff
KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ ମାତ୍ର ଏହା ବେଶ ସାଧାରଣ |ଲସ ଆଞ୍ଜେଲେସ ବୈଜ୍ଞାନିକ ମାନେ ଆଇରନ ଅକ୍ସାଇଡ ବା ରଷ୍ଟ ର ଏକ ପତଳା ପରତ ଲୁଣି ପାଣି ବା ସମୁଦ୍ର ଜଳ ର ସଂସ୍ପର୍ଶ ରେ ଆସି ବିଦ୍ୟୁତ ଉତ୍ପାଦନ ହେବାର ଦେଖିଛନ୍ତି |ଏହା ବିଦ୍ୟୁତ ଉତ୍ପାଦନ ର ଏକ ସମ୍ପୂର୍ଣ ନୂତନ ଜରିଆ ଏବଂ ଏଥିରୁ କୌଣସି ପ୍ରକାର ପରିବେଶ ପ୍ରଦୂଷଣ ହୁଏ ନାହିଁ ବରଂ ଏହା ବହୁ ମାତ୍ରା ରେ କଳଙ୍କି କୁ ହ୍ରାସ କରାଇଥାଏ |ଏନେଇ ବିସ୍ତୃତ ଟିପଣି ନେସନାଲ ଅକାଡେମୀ ଅଫ ସାଇନ୍ସ ରେ ପ୍ରକାଶିତ ହୋଇଥିଲା |

କୌଣସି ଧାତୁ ଲୁଣ ପାଣି ସଂସ୍ପର୍ଶ ରେ ଆସିବା ଦ୍ୱାରା ସେଇଥିରୁ ବିଦ୍ୟୁତ ଖୁବ  ଉତ୍ପାଦିତ ହୋଇଥାଏ ,ମାତ୍ରା ଏହା ଏକ କେମିକାଲ ରୀଆକ୍ସନ ଏବଂ ଏଥିରୁ ଏକ ସମୟରେ ନୂତନ ଦ୍ରବ୍ୟ ବା କମ୍ପାଉଣ୍ଡ ମଧ୍ୟ ତିଆରି ହୋଇଥାଏ |
କ୍ୟାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ର ପ୍ରଫେସର ,ଟମ ମିଲର କହିଛନ୍ତି ଯେ ଏହି ପରି କିଛି ରୀଆକ୍ସନ ଆମେ ବ୍ୟବହାର କରୁଥିବା ବେଟେରି ମାନଙ୍କ ମଧ୍ୟ ରେ ଦେଖିବାକୁ ମିଳେ |ବେଟେରି ରେ ଏହି ସବୁ ଧାତୁ ସମାପ୍ତ ହୋଇଗଲେ ବେଟେରି ଅକାମି ହୋଇଯାଏ |

ଏହା ପରିବର୍ତେ ନର୍ଥ ୱେଷ୍ଟର୍ନ ବିଶ୍ୱବିଦ୍ୟାଳୟ ର ଗବେଷକ ମାନେ ସମୁଦ୍ର ର ଲୁଣି ପାଣି ରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ର ପ୍ରୟାସ ଜାରି ରଖିଛନ୍ତି |ଏହାକୁ ଇଲେକ୍ଟ୍ରୋ କାଇନେଟିକ ପ୍ରକ୍ରିୟା ବୋଲି କୁହାଯାଏ ଏବଂ ଗବେଷକ ଙ୍କ ମତରେ ବହୁତ ଗୁଡ଼େ କାର୍ବନ ଆଟମ କୁ ଯଦି ଏକ ପରତ ବା ସିଟ ରେ ସଜା ଯାଏ ତେବେ ଏଥିରୁ ବେଶ ଅଧିକ ମାତ୍ରା ରେ ବିଦ୍ୟୁତ ଉତ୍ପାଦନ ହୋଇପାରିବ |ଏହି ସିଟ କୁ ଗ୍ରାଫିନ ସିଟ ବୋଲି କୁହାଯାଏ ଏବଂ ଏହା ୩୦ % ଦକ୍ଷତା ସହ ବିଦ୍ୟୁତ ଉତ୍ପାଦନ କରିପାରିବ ଯାହା ସୋଲାର ପ୍ୟାନେଲ ଠାରୁ ୧୦ % କମ |
ଟମ ମିଲର ଙ୍କ ଅନୁଯାୟୀ ଏକ ବୁନ୍ଦା ଲୁଣିପାଣି କୁ ଯଦି ଏହି ଗ୍ରାଫିନସିଟ ଉପରେ ପକାଇ ଘଷି ଦିଆ ଯାଏ ତେବେ ସେଥିରୁ ମଧ୍ୟ ବିଦ୍ୟୁତ ଉତ୍ପାଦିତ ହେବାର ଦେଖିବାକୁ ମିଳିଥାଏ |ମାତ୍ରା ଏହି ଗ୍ରାଫିନ ସିଟ କୁ ଉଚିତ ଆକାର ରେ ନିର୍ମାଣ କରିବା କଷ୍ଟସାଧ୍ୟ |ତେଣୁ ଗ୍ରାଫିନ ବଦଳରେ କଳଙ୍କି କୁ ବିଦ୍ୟୁତ ଉତ୍ପାଦନ କରିବା ଅଧିକ ସହଜ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments