Agripedia

ଧନୀ ଲୋକଙ୍କ ପ୍ରଥମ ପସନ୍ଦ କଳା ଗହମ, ଚାଷ କରି ଏବେ ମାଲାମାଲ ଚାଷୀ..

ବଜାରରେ କଳା ଗହମର ଚାହିଦା ଅଧିକ ।ଏହି ଗହମର ଚାଷ ବିଷୟରେ କହିବାକୁ ଗଲେ ଏହା ସାଧାରଣ ଗହମ ପରି ବୁଣାଯାଏ ଏବଂ ସମଗ୍ର ପ୍ରକ୍ରିୟା ମଧ୍ୟ ସମାନ । ଏହି ଗହମ ଅନ୍ୟ ଗହମ ପରି ଦେଖାଯାଇଥାଏ ।ସବୁକିଛି ସବୁଜ ଦେଖାଦେଇଥାଏ କିନ୍ତୁ ଗହମ ଶୁଖିବା ଆରମ୍ଭ ହେବା ମାତ୍ରେ ଏଥିରେ ଥିବା ଗହମ ସବୁଜରୁ କଳା ହୋଇଯାଏ ।

21 May, 2023 11:46 AM IST By: Priyambada Rana

ଆମେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଖାଇଥିବା ଗହମ ହାଲୁକା ବାଦାମୀ ରଙ୍ଗର। ପ୍ରତିବର୍ଷ ଦେଶର ଲକ୍ଷ ଲକ୍ଷ କୃଷକ ଏହି ବାଦାମୀ ଗହମ ଲଗାନ୍ତି ଏବଂ ଅମଳ ହେବା ପରେ ଏହାକୁ ବଜାରରେ ବିକ୍ରି କରନ୍ତି । କିନ୍ତୁ ଦଶନ୍ଧି ଧରି ଚାଷୀଙ୍କ ନିକଟରେ ଅଭିଯୋଗ ରହିଛି ଯେ ଗହମ ପ୍ରସ୍ତୁତ କରିବା ପାଇଁ ଖର୍ଚ୍ଚ ଏବଂ ପ୍ରୟାସ ତୁଳନାରେ ସେମାନେ ପାଇଥିବା ଲାଭ ବହୁତ କମ୍ ଅଟେ। ତେବେ ବର୍ତ୍ତମାନ ଚାଷୀ ଗହମ ଚାଷ କରି ଏହାର ଲାଭ ଉଠାଇ ପାରିବେ ।କଳା ଗହମ ହେଉଛି ଏହି ସମସ୍ୟାର ସମାଧାନ। ବଜାରରେ ଏହାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଧନୀ ଲୋକମାନଙ୍କ ମଧ୍ୟରେ, ଏହି ଗହମ ବହୁତ ଲୋକପ୍ରିୟ ।ଏହାର ଲୋକପ୍ରିୟତା ଏପରି ଯେ ଲୋକମାନେ ବଜାରକୁ ଆସିବା ପୂର୍ବରୁ ଏହାକୁ ଚାଷ ଜମିରୁ ହିଁ କିଣି ନେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅନନ୍ୟ ଗହମ ବିଷୟରେ।

ଏହି କଳା ଗହମ ଆସିଲା କେଉଁଠୁ?

ଏହି କଳା ଗହମକୁ ବୈଜ୍ଞାନିକମାନେ ସ୍ୱତନ୍ତ୍ର ଭାବେ ବିକଶିତ କରିଛନ୍ତି ।ପଞ୍ଜାବର ମୋହାଲିରେ ଅବସ୍ଥିତ ନ୍ୟାସନାଲ ଏଗ୍ରି ଫୁଡ୍ ବାୟୋଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ଯଥା NABI ଏହି ଗହମକୁ ବିଶ୍ୱ ସାମ୍ନାରେ ପରିଚିତ କରାଇଛି । କଳା ଗହମ ବ୍ୟତୀତ ଏଠାରେ ଥିବା ବୈଜ୍ଞାନିକମାନେ ନୀଳ ଏବଂ ବାଇଗଣୀ ରଙ୍ଗର ଗହମ ମଧ୍ୟ ଆବିଷ୍କାର କରିଛନ୍ତି ।ତେବେ ବଜାରରେ କଳା ଗହମର ଚାହିଦା ଅଧିକ ।ଏହି ଗହମର ଚାଷ ବିଷୟରେ କହିବାକୁ ଗଲେ ଏହା ସାଧାରଣ ଗହମ ପରି ବୁଣାଯାଏ ଏବଂ ସମଗ୍ର ପ୍ରକ୍ରିୟା ମଧ୍ୟ ସମାନ । ଏହି ଗହମ ଅନ୍ୟ ଗହମ ପରି ଦେଖାଯାଇଥାଏ ।ସବୁକିଛି ସବୁଜ ଦେଖାଦେଇଥାଏ କିନ୍ତୁ ଗହମ ଶୁଖିବା ଆରମ୍ଭ ହେବା ମାତ୍ରେ ଏଥିରେ ଥିବା ଗହମ ସବୁଜରୁ କଳା ହୋଇଯାଏ ।

ଗହମ କିପରି କଳା ହୋଇଯାଏ?

ଗହମ କିପରି କଳା ହୋଇଯାଏ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିବ ।ବାସ୍ତବରେ ଏହା ପଛରେ ବିଜ୍ଞାନ ରହିଛି । ଗହମର ରଙ୍ଗ କଳା କାରଣ ଏହି ଗହମରେ ଏକ ବିଶେଷ ପ୍ରକାରର ପିଗମେଣ୍ଟ ମିଳିଥାଏ, ଯାହା ଏହି ଫସଲର ରଙ୍ଗ ପରିବର୍ତ୍ତନ କରିଥାଏ । ଏହି ପିଗମେଣ୍ଟକୁ ଆଣ୍ଟୋସିୟାନିନ କୁହାଯାଏ ।ଆନ୍ଥୋସିୟାନିନ ବିଷୟରେ ସବୁଠାରୁ ଅନନ୍ୟ ବିଷୟ ହେଉଛି ଏହା ଯେକୌଣସି ଫଳ, ଫୁଲ କିମ୍ବା ଖାଦ୍ୟ ପଦାର୍ଥର ରଙ୍ଗକୁ ଗଭୀର କରିଥାଏ ।ଗୋଟିଏ ଜିନିଷରେ ଏହାର ପରିମାଣ ଯେତେ ଅଧିକ ହେବ, ସେତେ ତାହା ସେତେ ଗାଢ଼ ଦେଖାଯିବ । ସାଧାରଣ ଗହମରେ ଏହା 5 ppm, ଯେତେବେଳେ କଳା ଗହମରେ ଏହା ୧୦୦ ରୁ ୨୦୦ ppm ମଧ୍ୟରେ ଥାଏ।

ଧନୀ ଲୋକଙ୍କ ମଧ୍ୟରେ ଏହି ଗହମ କାହିଁକି ଲୋକପ୍ରିୟ?

ଏହି ଗହମ ଗୁଣ ଯୋଗୁଁ ଧନୀମାନଙ୍କ ମଧ୍ୟରେ ଲୋକପ୍ରିୟ । ବାସ୍ତବରେ, ଏହି ଗହମରେ ଥିବା ପୋଷକ ତତ୍ତ୍ୱ ଏହାକୁ ସ୍ୱତନ୍ତ୍ର କରିଥାଏ । ଏଥିରେ ଜିଙ୍କ, ଆଇରନ୍, ପ୍ରୋଟିନ୍ ଏବଂ ଷ୍ଟାର୍ ଅଧିକ ପରିମାଣରେ ମିଳିଥାଏ ।ଏପରିକି ଏଥିରେ କେବଳ ଲୁହା ୬୦ ପ୍ରତିଶତ ଅଟେ । କୁହାଯାଏ ଯେ ଏହି ଗହମ ଆମକୁ କର୍କଟ, ମଧୁମେହ, ଚାପ, ହୃଦ ରୋଗ ଏବଂ ମୋଟାପଣ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ମାଣ୍ଡିଆ ଚାଷରୁ ପୁନରୁଦ୍ଧାର ପାଇଛି ଜୀବିକାର୍ଜନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)