1. କୃଷି ଖବର

ମାଣ୍ଡିଆ ଚାଷରୁ ପୁନରୁଦ୍ଧାର ପାଇଛି ଜୀବିକାର୍ଜନ

ଯେଉଁ ମାଣ୍ଡିଆ ବା ମିଲେଟକୁ କେହି ଜାଣିନଥିଲେ ତାକୁ ପରିଚୟ ଦେଇଛି କରୋନା l ଏହି ମହାମାରୀ ସମୟରେ ମିଲେଟ ବା ମାଣ୍ଡିଆକୁ ଘରେ ଘରେ ଲୋକ ଜାଣିଲେ l ଆଉ ଏବେ ଏହା ବିଦେଶରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛି l

Tanushree Mahapatra
Tanushree Mahapatra
The restoration of ragi agriculture has created new possibilities, image source- twitter

The restoration of ragi agriculture has created new possibilities, image source- twitter

ଯେଉଁ ମାଣ୍ଡିଆ ବା ମିଲେଟକୁ କେହି ଜାଣିନଥିଲେ ତାକୁ ପରିଚୟ ଦେଇଛି କରୋନା l ଏହି ମହାମାରୀ ସମୟରେ ମିଲେଟ ବା ମାଣ୍ଡିଆକୁ ଘରେ ଘରେ ଲୋକ ଜାଣିଲେ l ଆଉ ଏବେ ଏହା ବିଦେଶରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛି l ମିଲେଟରେ ଥିବା ପୋଷକତତ୍ତ୍ୱ ଯାହା ଶରୀର ପାଇଁ ଖୁବ ଲାଭବାନ l ଏବେ ରାଜ୍ୟରେ ରାଜ୍ୟ ସରକାର ଚାଷୀଙ୍କୁ ମିଲେଟ ଚାଷ ପାଇଁ ସବସିଡି ରୁ ଆରମ୍ଭ କରି ମାଗଣା ବିହନ ପର୍ଯ୍ୟନ୍ତ ଯୋଗାଇ ଦେଉଛନ୍ତି l

ରାଜ୍ୟରେ ରାଜ୍ୟ ସରକାର ସମୟୋପଯୋଗୀ ପଦକ୍ଷେପ ଫଳରେ ରାଜ୍ୟରେ ମାଣ୍ଡିଆ ଚାଷର ଅଭ୍ୟୁଦୟ ପାଇଁ 'ଓଡ଼ିଶା ମିଲେଟ୍‌ ମିଶନ୍‌' ପ୍ରତିଷ୍ଠା ନୂଆ ସୁଯୋଗ ସୃଷ୍ଟି କରିଥିଲା । ଏହି ପୁଷ୍ଟିଶସ୍ୟ ଜନଜାତି ସଂସ୍କୃତି ସହିତ ଜଡ଼ିତ ମଧ୍ୟ । ରାଜ୍ୟରେ ବଣ ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଜନଜାତି ଚାଷୀମାନଙ୍କ ଖାଦ୍ୟ, ପୁଷ୍ଟି ଏବଂ ଆୟର ସୁରକ୍ଷା ଯୋଗାଇବାରେ ଏହା ବେଶ୍‌ ମହତ୍ତ୍ୱ ରଖିଛି  । ଏବେ ବଜାରରେ ମାଣ୍ଡିଆ ପ୍ରସ୍ତୁତ ଅନେକ ଖାଦ୍ୟ ମିଳୁଛି ଯାହା ଲୋକଙ୍କୁ ଖାଇବା ପାଇଁ ବେଶ ପସନ୍ଦ ମଧ୍ୟ ଆସୁଛି l

ଏହି ପୁଷ୍ଟିଶସ୍ୟ ମାଣ୍ଡିଆର  ଉତ୍ପାଦନ ବୃଦ୍ଧି ପଦ୍ଧତି ପ୍ରସ୍ତୁତ, ସାମୂହିକ ଚାଷ ଓ ଏଥିପାଇଁ ବଜାରକୁ ପ୍ରୋତ୍ସାହନ ଯୋଗାଇବା l  ଏହି ପୁଷ୍ଟିଶସ୍ୟକୁ ରାଜ୍ୟ ପୋଷଣ କାର୍ଯ୍ୟକ୍ରମ ଏବଂ ସାଧାରଣ ବିତରଣ ପ୍ରଣାଳୀରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ 'ଓଡ଼ିଶା ମିଲେଟ୍‌ ମିଶନ' ପ୍ରତିଷ୍ଠା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ୮ଟି ପୁଷ୍ଟିଶସ୍ୟକୁ ପ୍ରାଧାନ୍ୟ ଦିଆଯାଇଥିଲା ଏବଂ ସେଥି ମଧ୍ୟରୁ ମାଣ୍ଡିଆ ହେଉଛି ଅନ୍ୟତମ । ସବୁଠାରୁ ବଡ଼କଥା ହେଲା ମାଣ୍ଡିଆ ଚାଷ ପାଇଁ କମ ଜଳର ଆବଶ୍ୟକତା ପଡିଥାଏ  l ଆଞ୍ଚଳିକ ଜଳବାୟୁ ଓ ପାଣି ପାଗ ଏଥି ପାଇଁ ଉପଯୋଗୀ ହୋଇଥିବାରୁ ପୂର୍ବରୁ କେନ୍ଦୁଝର ଜିଲ୍ଲାର ଜନଜାତି ସମୁଦାୟ ମାଣ୍ଡିଆ ଚାଷ କରୁଥିବା ସୂଚନା ରହିଛି । ଏଥିରେ ଚାଉଳ ଓ ଗହମ ତୁଳନାରେ ୩୦ ପ୍ରତିଶତ ଗୁଣ ଅଧିକ କ୍ୟାଲ୍‌ସିୟମ୍‌, ୪ ଗୁଣ ଅଧିକ ଲୌହସାର, ଫାଇବର, ମିନେରାଲ୍‌ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ରହିଛି । ଆହୁରି ମଧ୍ୟ ମାଣ୍ଡିଆ ବୃକକ୍‌ ଓ ଯକୃତର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ l କୋଲୋଷ୍ଟ୍ରଲକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ ମାଡିଆ ।

ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ଜନଜାତି ଅଧ୍ୟୁଷିତ ତଥା ଖଣି ପ୍ରଭାବିତ ଅଞ୍ଚଳରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଚାଷୀଙ୍କୁ ମାଣ୍ଡିଆର ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ କରାଇ ସେମାନଙ୍କର ଜୀବନଜୀବିକାର ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ହାତକୁ ନିଆଯାଇଛି ଅନେକ କାର୍ଯ୍ୟକ୍ରମ  ।

ମାଣ୍ଡିଆ ପ୍ରସ୍ତୁତକୁ ସହଜ ଆଉ ସରଳ କରିବା ପାଇଁ ଏବଂ  ସ୍ୱାସ୍ଥ୍ୟକର କରିବା ତଥା ଉତ୍ତମ ମାନ ବଜାୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟରେ ଗ୍ରେଡ୍‌ର ଆସ୍ପିରେଟର୍‌ ଓ ଡିଷ୍ଟୋନ୍‌ର ବ୍ୟବସ୍ଥା ସହ ସେଣ୍ଟା୍ରଲାଇଜଡ୍‌ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଯାହାର ପରିଚାଳନା ଭାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ଦିଆଯାଇଛି ଯେଉଁଥିପାଇଁ ମହିଳା ରୋଜଗାର ପାଇଛନ୍ତି । ଯାହାଫଳରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଅତିରିକ୍ତ ଆୟ ବୃଦ୍ଧି ପାଇଛି ଏବଂ ରୋଜଗାର ଦ୍ଵିଗୁଣ ହୋଇଛି  ।

ଏ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ । ମାଣ୍ଡିଆର ବିକେନ୍ଦ୍ରୀକରଣ ଉତ୍ପାଦନ, ପ୍ରକ୍ରିୟାକରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ନେଇଛି ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ । ସୂଚନାଯୋଗ୍ୟ ଯେ, ମାଣ୍ଡିଆର ଘରୋଇ ବ୍ୟବହାର ତଥା ଲୋକପ୍ରିୟତା ସୃଷ୍ଟି ଦିଗରେ କେନ୍ଦୁଝର ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି l ଯେଉଁଥିପାଇଁ ୨୦୨୨ ନଭେମ୍ବର ୧୦ ତାରିଖ ଦିନ ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲା ପାଳ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ ଏଥିପାଇଁ  । ଏହି କ୍ଷୁଦ୍ରଶସ୍ୟ ଆଜି ଗରିବଙ୍କୁ ରୋଜଗାର ଦେଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments