1. କୃଷି ବିଶ୍ବକୋଷ

ବିଭିନ୍ନ ପ୍ରକାର କୃଷି ପାଇଁ କୃଷକ ଓ ମହିଳାମାନଙ୍କୁ ମିଳିବ ସହାୟତା

ଦେଶରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ପାଇଁ ବିଭିନ୍ନ ମୌଳିକ ଅବଶ୍ୟାକତା ଗୁଡିକର ଚାହିଦା ମଧ୍ୟ ବଢୁଛି । କୃଷିଜାତ ଦ୍ରବ୍ୟ, ଖାଦ୍ୟ, ଖାଦ୍ୟ ପଦାର୍ଥ ପ୍ରଣାଳୀ ଗୁଡିକର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ସହ ତାଳମିଳାଇ କ୍ଷୁଦ୍ର ବା ମଧ୍ୟମ ବର୍ଗର ଉତ୍ପପାଦନକରୀ ମାନେ ସେମାନଙ୍କ ଉତ୍ପାଦନକୁ ବଢାଇ ପାରୁନାହାନ୍ତି ।

KJ Staff
KJ Staff

ଦେଶରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟା ପାଇଁ ବିଭିନ୍ନ ମୌଳିକ ଅବଶ୍ୟାକତା ଗୁଡିକର ଚାହିଦା ମଧ୍ୟ ବଢୁଛି । କୃଷିଜାତ ଦ୍ରବ୍ୟ, ଖାଦ୍ୟ, ଖାଦ୍ୟ ପଦାର୍ଥ ପ୍ରଣାଳୀ ଗୁଡିକର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ସହ ତାଳମିଳାଇ କ୍ଷୁଦ୍ର ବା ମଧ୍ୟମ ବର୍ଗର ଉତ୍ପପାଦନକରୀ ମାନେ ସେମାନଙ୍କ ଉତ୍ପାଦନକୁ ବଢାଇ ପାରୁନାହାନ୍ତି । ଏ ପରିପ୍ରେକ୍ଷୀରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବଡ ବଡ ଫାର୍ମ ପ୍ରତିଷ୍ଠା କରି ଉତ୍ପପାଦନ ବୃଦ୍ଧି କରିବାକୁ ସରକାର ବ୍ୟବସାୟିକ କୃଷି ଉଦ୍ୟୋଗୀ ଯୋଜନା (ସିଏଇ) ଯୋଜନାର ଶୁଭାରମ୍ଭ କରିଛନ୍ତି । ୨୦୧୩ ମସିହା ଏପ୍ରିଲ୍ ୧ ତାରିଖ କୃଷିନୀତିରେ ସିଏଇ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବଡ ଆକାରରେ ଅଧିକ ଉତ୍ପାଦନ କ୍ଷମ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ବା ଅନୁଷ୍ଠାନଗୁଡିକୁ ସରକାରଙ୍କ ତରଫରୁ ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ଋଣ ବ୍ୟବସ୍ଥା କରିବା ସହ ସେମାନଙ୍କୁ ମୂଳଧନ ଉପରେ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ।

  • ବିଭିନ୍ନ କୃଷି ଓ ଆନୁଷଙ୍ଗିକ ଉତ୍ପାଦନ ଓ ଗୁଣ ତଥା ମାନ ବୃଦ୍ଧି କରିବା ।

  • ସରକାରୀ ସହାୟତା ତଥା ରିହାତି ମାଧ୍ୟମରେ ବଡ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରି ଆଗ୍ରହୀ ବ୍ୟକ୍ତି ତଥା ଅନୁଷ୍ଠାନର ମନୋବଳ ବୃଦ୍ଧି କରିବା ।

  • ବଡ ଫାର୍ମ ପ୍ରତିଷ୍ଠା ଦ୍ଵାରା ଦେଶର ଯୁବକ ଯୁବତୀଙ୍କ ପାଇଁ ସ୍ଵବଲମ୍ବୀ ହେବା ପାଇଁ ପଥ ପ୍ରଦର୍ଶନ କରାଯାଇପାରିବ ତଥା ସେମାନେ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ନିଜ ଫାର୍ମରେ ଅନ୍ୟମାନଙ୍କ ପାଇଁ କାମ କରିବାକୁ ସୁଯୋଗ ସୃଷ୍ଟି କରିପାରିବ ।

  • ହିତାଧିକାରରୀ ଭାରତୀୟ ନାଗରିକ ହୋଇଥିବେ ,ଏହି ଯୋଜନାରେ ସାମିଲ ହୋଇପାରିବେ । ଯେକୌଣସି ବ୍ୟକ୍ତି ବିଶେଷ ଜଣେ,କିମ୍ବା କେତେଜଣ ମିଶି ଏକ ସଂଘବଦ୍ଧ ଭାବରେ ,କିମ୍ବା ସ୍ବୟନ ସହାୟକ ଗୋଷ୍ଠୀ , ବେସରକାରୀ ଅନୁଷ୍ଠାନ ଇତ୍ୟାଦି ଏହି ଯୋଜନାରେ ଲାଭ ପାଇପାରିବେ । ଜଣେ ବ୍ୟକ୍ତି ପୂର୍ବରୁ ଏହି ଯୋଜନାରେ ସୁଫଳ ପାଇଥିଲେ, ଅନ୍ତତଃ ପକ୍ଷେ ଆଉ ପାଞ୍ଚବର୍ଷ ପରେ ପୁନଃ ଏହି ଯୋଜନାରେ ସାମିଲ ହୋଇପାରିବେ । ଯଦି ସେ ସଂପୂର୍ଣ୍ଣ ଋଣ ପରିଶୋଧ କରିଥିବେ।

  • ପୁରୁଷ ଓ ସ୍ତ୍ରୀ ଉଭୟ ଏହି ଯୋଜନାରେ ସାମିଲ ହୋଇପାରିବେ।

ରୂପରେଖ-କୃଷି ବିଭାଗ ଏହି ଯୋଜନାର ମୁଖ୍ୟ ଉପଦେଷ୍ଠା ତଥା ମୁଖ୍ୟ ଅନୁଷ୍ଠାନ ଅଟେ। ତେବେ ପ୍ରତି ଜିଲ୍ଲାସ୍ତରରେ କୃଷି ଉପନିର୍ଦ୍ଦେଶକ ତଥା ଜିଲ୍ଲା କୃଷି ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଏହି ଯୋଜନାର ସଫଳ ରୂପାୟନ ପାଇଁ ବ୍ୟବସ୍ଥା ଗ୍ରହଣ କରିଥାନ୍ତି । ଯେପରି ସିଏଇ ଯୋଜନାରେ କୌଣସି ଇଚ୍ଛୁକ ବ୍ୟକ୍ତି କୁକୁଡା ଫାର୍ମ କିମ୍ବା କୁକୁଡା ଚିଆଁ ଉତ୍ପପାଦନ କେନ୍ଦ୍ର କରିବାକୁ ଚାହିଁଲେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବେ । ମୋଟ ୬୩ ପ୍ରକାର ପ୍ରକଳ୍ପ ଏହି ଯୋଜନାରେ ସାମିଲ କରାଯାଇଛି । କୃଷିଭିତ୍ତିକ,ପ୍ରଶୁ ପାଳନ, ମାଛ ଚାଷ , ଉଦ୍ୟାନ ଚାଷ ଭିତ୍ତିକ ଉତ୍ପାଦନ ଫାର୍ମ ମାନ ତଥା ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ମଧ୍ୟ ପ୍ରକଳ୍ପଗୁଡିକୁ ଏହି ଯୋଜନାରେ ସାମିଲ କରାଯାଇଛି । ଯୋଜନାର ନିୟମ ମୁତବକ ସମୂର୍ଣ୍ଣ ଅଟକଳ ପରିମାଣ ଅତିକମ୍ ରେ ୧୦ ଶତକଡା ଟଙ୍କା ବାର୍ଷିକ ଆୟ ଭାବରେ ଉଦ୍ୟୋଗୀକୁ ମିଳିବା ଆବଶ୍ୟକ । ଚାଷ ଜାତୀୟ ବ୍ୟବସାୟ ଯଥା ଅଳ୍ପ ଦିନିଆ ଧାନ ଚାଷ ବା ଅନ୍ୟାନ୍ୟ ଚାଷ ,ବିହନ ଉତ୍ପାଦନ,ଅମୃତଭଣ୍ଡା ଚାଷ ,କଦଳୀ ଚାଷ ଆଦି କୃଷିଭିତିକ କାର୍ଯ୍ୟକୁ  ଏହି ଯୋଜନାରେ ସାମିଲ କରାଯାଇ ନାହିଁ। ଏହି ଯୋଜନା ମାଧ୍ୟମରେ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ୬୩ ଟି ପ୍ରକଳ୍ପ ଗୁଡିକର ଯଦି କୌଣସି ପ୍ରକଳ୍ପ ପୂର୍ବରୁ ଆଂଶିକଭାବେ  ଆରମ୍ଭ ହୋଇଥାଏ କିମ୍ବା ପ୍ରକଳ୍ପଟିକୁ ଅଧିକ ବଢାଇବାକୁ ଦରକାର ହୋଇଥାଏ,ତେବେ ଏହି ଯୋଜନାରେ ସରକାରୀ ସହାୟତା ମିଳିପାରେ ।

ଏହି ଯୋଜନାରେ ଶତକଡା ୫୦ ଭାଗ ପର୍ଯ୍ୟନ୍ତ ରିହାତିର ସୁବିଧା ରହିଛି । ତେବେ ସ୍ବଂୟ ସହାୟକ ଗୋଷ୍ଠୀ ,ବେସରକାରୀ ସଂସ୍ଥା ,ବେସରକାରୀ କମ୍ପାନୀଗୁଡ଼ିକୁ ଅଟକର ୪୦% ରିହାତି ମିଳିପାରିବ ଯାହାକି ୭୫% ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ । ସେହିପରି ଅନୁସୂଚିତ ଜାତି ଓ ଉପଜାତି ,ସ୍ତ୍ରୀ ଲୋକ ,କୃଷି ବା ଆନୁଷଙ୍ଗିକ ବିଭାଗରେ ସ୍ନାତକ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ରିହାତିର ପରିମାଣ ୫୦% ଯାହାକି ୭୫ ଲକ୍ଷ ପର୍ଯ୍ୟନ୍ତ ସୀମିତ ରହିଛି । ଏହି ଯୋଜନାରେ ଆବଶ୍ୟକ ଜମି ବା ଭୂମିକୁ ଛାଡି ଅନ୍ୟାନ୍ୟ ଖର୍ଚ୍ଚ ଉପରେ ରିହାତିର ବ୍ୟବସ୍ଥା ରହିଅଛି । ସର୍ବାଧିକ ରିହାତି ୭୫% ଲକ୍ଷ୍ୟ ରଖାଯାଇଛି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments