1. କୃଷି ବିଶ୍ବକୋଷ

ବିନା ହଳରେ କମ ଖର୍ଚ୍ଚରେ ଅଧିକ ଅମଳ ଆଳୁ ଚାଷ, ଜାଣିଛନ୍ତି କି ?

ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । ହେବେ ଲାବବାନ ।

Sudesna Nayak
Sudesna Nayak
Farmers benefit from growing Potatoes

Farmers benefit from growing Potatoes

ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ (potatoes farming)। କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ (potatoes farming) କରାଯାଉଛି । ଜମିରେ କେବଳ ଆଳୁମଞ୍ଜି ରଖି ଅଳ୍ପ ସାର ଓ ଖତ ଦେଇ ଅଦରକାରୀ କୁଟା ଘୋଡାଇ ରଖାଯାଉଛି ।

ସେହିପରି ଆଳୁ (potatoes) ଅମଳ ସମୟରେ ମଧ୍ୟ ବିନା କୋଡି କୋଦାଳରେ କୁଟାକୁ ଆଡେଇ ଅମଳ କରି ହେଉଛି । ଏହି ଆଳୁ ଅଧିକ ଦିନ ଘରେ ସଂରକ୍ଷିତ ରହିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପଯୋଗୀ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ରାଜ୍ୟରେ ଆଳୁ ଚାଷ (potatoes farming)ର ଚାହିଦା କମୁଥିବାବେଳେ ପରିଶ୍ରମ ଅନୁସାରେ ଫଳ ମିଳୁନଥିବାରୁ ଚାଷୀ (Farmers)ଏହି ଚାଷ ଠାରୁ ବିମୁଖ ହେଉଛନ୍ତି । ତେବେ ଓଡିଶା (Odisha)ର ଆଳୁ ଚାଷୀ (Farmers)ଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ଏହି ନୂତନ ପ୍ରଣାଳୀରେ ଆଳୁଚାଷ କରାଯାଉଛି ।

ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏହି ଆଳୁ ଚାଷ କରାଯାଉଛି । ଯାହା ବିନା ହଳରେ କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ସମ୍ଭବ ହୋଇପାରୁଛି ।

ପ୍ରକାଶ ଥାଉ କି, ପ୍ରଥମେ ଏହି ପ୍ରଣାଳୀ ୨୦୧୮ରେ ଆସାମ ରାଜ୍ୟରେ ଆରମ୍ଭ କରାଯାଇଥିଲା । ଏହା ସଫଳ ହେବା ପରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଏହି ପ୍ରଣାଳୀକୁ ଆପଣାଯାଉଛି । ଚଳିତ ଆଳୁ ଚାଷ (potatoes farming)ଋତୁରେ ସିଆଇପି ଦ୍ୱାରା କଟକ ଜିଲ୍ଳା, ପୁରୀ ଜିଲ୍ଳା, ଜଗତସିଂହପୁର ଜିଲ୍ଳା, ଖୋର୍ଦ୍ଧା ଜିଲ୍ଳା ଓ କୋରାପୁଟ ଜିଲ୍ଳାର ଶତାଧିକ ଚାଷୀ (Farmers)ଏହି ପ୍ରଣାଳୀରେ ଚାଷ କରିଛନ୍ତି । ଏହି ପ୍ରଣାଳୀରେ ଆଳୁ ଚାଷ (potatoes farming) କରିଥିବା ଚାଷୀମାନେ ଏବେ ଅଧିକ ଲାଭର ଆଶା ବାନ୍ଧିବା ସହ ଆଗାମୀ ଦିନରେ ଏହି ଚାଷକୁ ଅଧିକ ପରିମାଣରେ କରିବା ପାଇଁ ଯୋଜନା କରୁଛନ୍ତି ।

ଏହି ବ୍ୟବସାୟ କଲେ କମ ଖର୍ଚ୍ଚରେ ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା

Hydroponic farming:ବିନା ମାଟିରେ ଚାଷ, ଜାଣିଛନ୍ତି କି ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments