1. କୃଷି ବିଶ୍ବକୋଷ

ଅଗଷ୍ଟ ମାସରେ କୃଷକମାନେ ନିଶ୍ଚିତ ଲଗାନ୍ତୁ ଏହି ଔଷଧୀୟ ଗଛ !!

ଦୁନିଆ ବଡ ବିଚିତ୍ର l ଭଗବାନ ସୃଷ୍ଟିକୁ ଅତି ଭିନ୍ନ ଢଙ୍ଗରେ ଗଢ଼ିଛନ୍ତି l ଏଠି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ଆମକୁ ପ୍ରକୃତି ହିଁ ଦେଇଥାଏ l ଯେମିତି ଶରୀରରେ ବିଭିନ୍ନ ରୋଗ ରହିଥାଏ, ସେମିତି ଅନେକ ଗୁଡିଏ ଔଷଧୀୟ ବୃକ୍ଷ ମଧ୍ୟ ରହିଛି l ତାହା ଆମକୁ ରୋଗରୁ ଉପଶମ ଦେଇଥାଏ l

Sugyan Kumar Nayak
Sugyan Kumar Nayak

ଦୁନିଆ ବଡ ବିଚିତ୍ର l ଭଗବାନ ସୃଷ୍ଟିକୁ ଅତି ଭିନ୍ନ ଢଙ୍ଗରେ ଗଢ଼ିଛନ୍ତି l ଏଠି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ଆମକୁ ପ୍ରକୃତି ହିଁ ଦେଇଥାଏ l ଯେମିତି ଶରୀରରେ ବିଭିନ୍ନ ରୋଗ ରହିଥାଏ, ସେମିତି ଅନେକ ଗୁଡିଏ ଔଷଧୀୟ ବୃକ୍ଷ ମଧ୍ୟ ରହିଛି l ତାହା ଆମକୁ ରୋଗରୁ ଉପଶମ ଦେଇଥାଏ l କୃଷକମାନଙ୍କ ମଧ୍ୟରେ ଔଷଧୀୟ କୃଷିକୁ ନେଇ ରୁଚି ବଢ଼ିବାରେ ଲାଗିଛି l କିନ୍ତୁ କୃଷକଙ୍କୁ ଏହି କୃଷି ବିଷୟରେ ଅଧିକ ଧାରଣା ହିଁ ନାହିଁ l

ଏହି କାରଣରୁ ଫସଲରୁ ଅଧିକ ଲାଭ ମିଳିପାରୁନାହିଁ l ଯଦି ଔଷଧୀୟ ବୃକ୍ଷର ରୋପଣ ଠିକ ସମୟରେ କରାଯାଏ ଓ ଜଳସେଚନ ଏବଂ କୀଟନାଶକର ପ୍ରୟୋଗ ଠିକ ମାତ୍ରାରେ କରାଯାଏ, ତେବେ ଫସଲରୁ ବହୁତ ଭଲ ଉତ୍ପାଦନ ମିଳିପାରିବ l ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଏମିତି ଦୁଇଟି ଗଛ ବିଷୟରେ ଜଣାଇବୁ, ଯାହାର ରୋପଣ ଅଗଷ୍ଟ ମାସରେ ସହଜରେ କରଯାଇ ପାରିବ l ଦିନକୁ ଦିନ ଆୟୁର୍ବେଦିକ ଔଷଧର ଚାହିଦା ବୃଦ୍ଧି ପାଉଛି l ଏହାକୁ ଦୃଷ୍ଟିରେ ରଖି ଚାଷୀ ଭାଇମାନେ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ଔଷଧୀୟ ଗଛଗୁଡ଼ିକ ଚାଷ କରିଲେ ନିଶ୍ଚିତ ଭାବରେ ଲାଭବାନ ହୋଇପାରିବେ l ଆସନ୍ତୁ ଆଜି ଏହିପରି ଦୁଇଟି ଔଷଧୀୟ ଗଛର ଚାଷ ସମ୍ପର୍କରେ ଆଲୋଚନା କରିବା l ଏହା ଦ୍ୱାରା କୃଷକ ଭାଇ ଠିକ ସମୟରେ ପର୍ଯ୍ୟାପ୍ତ ପରିମାଣେରେ ଉତ୍ପାଦନ ପାଇପାରିବେ l ସେହି ଦୁଇଟି ବୃକ୍ଷ ହେଉଛି :

୧. କଲିହାରୀ                       

୨. ସନାଇ

କୃଷକମାନେ ଅଗଷ୍ଟ ମାସରେ କଲିହାରୀ ରୋପଣ କରିପାରିବେ l ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ  ହୋଇପାରିବ l ବର୍ଷା ହେବଲ ପରେ ପରେ ସେମାନେ ଏହାକୁ ଲଗାଇ ପାରିବେ l ଯଦି କୃଷକମାନେ ଏକ ହେକ୍ଟର ଜମିରେ ଏହି ଫସଲ କରିବାକୁ ଚାହୁଁଥାଆନ୍ତି ତେବେ ପାଖାପାଖି ୧୦ କୁଇଣ୍ଟାଲ କାଲିହାରୀ ଫଳର ଆବଶ୍ୟକତା ହୋଇଥାଏ l ଏହି ଫସଲ ପାଇଁ ମାଟି ପ୍ରସ୍ତୁତ କରିବା ସମୟରେ ଜମିରେ ପ୍ରାୟ ୧୫ ରୁ ୨୦ ଟନ ଗୋବର ଖତ ମିଶେଇଦବା ଆବଶ୍ୟକ l ଏହା ପରେ କଲିହାରୀର ମଞ୍ଜି ଲଗାଯାଇଥାଏ l ଏହା କୃଷକମାନଙ୍କୁ ଆଶାତୀତ ଉତ୍ପାଦନ ସହିତ ଲାଭ ମଧ୍ୟ ଯୋଗାଇପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ