କୃଷି କ୍ଷେତ୍ରରେ ଜଳର ଗୁରୁତ୍ୱ ବହୁତ ବେଶୀ ରହିଥାଏ l କାରଣ ଏହା ବିନା କୃଷକ ନିଜ ଫସଲରେ ଜଳସେଚନ କରିପାରି ନଥାଏ l ବର୍ଷା ଦିନକୁ ଛାଡିଲେ ଫସଲରେ ଜଳସେଚନ ପାଇଁ କୃଷକକୁ କୂଅ, ନଳକୂପ ଆଦି ଉପରେ ହିଁ ନିର୍ଭର କରିବାକୁ ପଡିଥାଏ l ମାତ୍ର ଏବେ ଜଳ ସ୍ରୋତକୁ ଅନେକ କାର୍ଯ୍ୟରେ ଲଗାଯାଉଛି ତେଣୁ ଜଳର ଅଭାବ ଦେଖା ଯାଉଛି l ଏହି ସମସ୍ୟାର ସମ୍ମୁଖୀନ ଝାଡ଼ଖଣ୍ଡର କୃଷକ ମାନଙ୍କୁ ମଧ୍ୟ କରିବାକୁ ପଡିଛି l କାରଣ ଭୂଗର୍ଭ ଜଳସ୍ଥର ମଧ୍ୟ କମିବାକୁ ଲାଗୁଛି, ଯେଉଁ କାରଣରୁ ଜଳର ପ୍ରାକୃତିକ ସ୍ରୋତ ମଧ୍ୟ କମିବାକୁ ଲାଗୁଛି l ତେଣୁ କୃଷକ ଭାଇମାନେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଉଛନ୍ତି l ତେବେ ଆଜିର ଏହି ଲେଖା ମାଧ୍ୟମରେ ଆସନ୍ତୁ ଜାଣିବା କିପରି ଭାବରେ ଝାଡ଼ଖଣ୍ଡର କୃଷକମାନେ ଜଳ ସଂରକ୍ଷଣ ପାଇଁ କେଉଁ ସବୁ ଉପାୟମାନ ଆପଣାଉଛନ୍ତି l
କୃଷି କ୍ଷେତରେ ଟ୍ରେଞ୍ଚ
କ୍ଷେତରେ ଟ୍ରେଞ୍ଚ କରିବା ପାଇଁ ୨ଫୁଟ ଗଭୀର ଗାତ ଖୋଳିବାକୁ ହୋଇଥାଏ ଯାହାର ଓସାର ମଧ୍ୟ ୨ ଫୁଟ ହୋଇଥାଏ l ଏହା ଫଳରେ ପାଣି ଜମି ରହେ l ଜାଣିରଖନ୍ତୁ ଯେ ଖରା ପରେ ପରେ ଯେତେ ବେଳେ ବର୍ଷା ହୋଇଥାଏ ବର୍ଷା ପାଣି ସହିତ ମାଟିର ଉପରି ଭାଗ ମଧ୍ୟ ପାଣିରେ ବହି ଯାଇଥାଏ l ମାତ୍ର ୱାଟର ଟ୍ରେଞ୍ଚ କାରଣରୁ ସମସ୍ତ ମାଟି ସେହି ଗାତ ରେ ହିଁ ଜମା ହୋଇଥାଏ l ଯାହାକୁ କୃଷକ ପାଣି ଛିଞ୍ଚିବା ସମୟରେ ପୁନର୍ବାର ଜମିରେ ପକାଇବାରେ ସମର୍ଥ ହୋଇଥାଏ l ଏପରି କରିବା ଦ୍ୱାରା ଜମିର ଉର୍ବରତା ମଧ୍ୟ କମ ହୋଇନଥାଏ l ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର କୃଷକ ମାନେ ଏହି ଉପାୟରେ ଜଳ ସଂରକ୍ଷଣ କରିଥାନ୍ତି l
ଲୁଜ ବୋଲଡର ଷ୍ଟ୍ରକ୍ଚର
ଜଳସେଚନର ଏହି ଉପାୟ ଉଚ୍ଚ ପାହାଡ ଅଞ୍ଚଳରେ ଥିବା କୃଷକମାନେ ଆପଣାଉଛନ୍ତି l ଝାଡ଼ଖଣ୍ଡର ଭୌଗୋଳିକ ସ୍ଥିତିକୁ ଦେଖିଲେ ଜଣାଯାଏ ଯେ ଏହି ପ୍ରଣାଳୀ ଝାଡ଼ଖଣ୍ଡ ପାଇଁ ବହୁତ ପ୍ରଭାବଶାଳୀ ଅଟେ l ଯେତେବେଳେ ପାହାଡ଼ରୁ ପାଣି ତଳକୁ ଆସେ ତାହା ଏକ ଝରଣାର ରୂପ ନେଇଥାଏ l ଯାହାକୁ ମଝିରେ ମଝିରେ ରୋକି ଜଳ ସଂରକ୍ଷଣ କରାଯାଇଥାଏ l ଏହିଭଳି ଭାବରେ ପାହାଡ ତଳେ ବିଭିନ୍ନ ଖାଲ ମାଧ୍ୟମରେ ଜଳକୁ ସୁରକ୍ଷିତ କରି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ବିନିଯୋଗ କରାଯାଇପାରେ l ଜଳସେଚନର ଏହି ଉନ୍ନତ ଉପାୟ ଦ୍ୱାରା ଝାଡ଼ଖଣ୍ଡର କୃଷକମାନେ ବହୁତ ଲାଭବାନ ହୋଇପାରୁଛନ୍ତି l
Share your comments