1. କୃଷି ବିଶ୍ବକୋଷ

ଚାଷୀଭାଇମାନେ ଜାଣନ୍ତୁ, ବ୍ୟବସାୟିକ ଭିତିରେ କାଙ୍କଡ଼ ଚାଷ !!!

ପନିପରିବା ଭିତରେ କାଙ୍କଡ଼ର ସ୍ୱାଦ ହିଁ ନିଆରା l କାଙ୍କଡ଼ ଭଜାର ମଜା ଭୋଜନର ଆନନ୍ଦକୁ ଦ୍ବିଗୁଣିତ କରିଦିଏ l ସେଇଥିପାଇଁ ବଜାରରେ କାଙ୍କଡ଼ର ଚାହିଦା ବର୍ଷ ସାରା ରହିଥାଏ l କାଙ୍କଡ଼ର ଦର ମଧ୍ୟ ଅତ୍ୟଧିକ ଉଚ୍ଚ ନ ହେଲେ ମଧ୍ୟ ଠିକ୍ ରହିଥାଏ l ବଜାରରେ ମିଳୁଥିବା ପ୍ରାୟ ସମସ୍ତ କାଙ୍କଡ଼ ଅନ୍ୟ ରାଜ୍ୟଗୁଡ଼ିକରୁ ଆସିଥାଏ l ବାହାର ରାଜ୍ୟର ଚାଷୀମାନେ ଓଡ଼ିଶାକୁ କାଙ୍କଡ଼ ଚାଲାଣ କରି ଲାଭବାନ ହେଉଛନ୍ତି l ଆମର ଓଡ଼ିଶାର ଚାଷୀଭାଇମାନେ ମଧ୍ୟ ଏହି ଚାଷକୁ ନିଜର ଜମିରେ କରିପାରିବେ ଏବଂ ଭଲ ଲାଭ ପାଇପାରିବେ l ଏହାକୁ ଦୃଷ୍ଟିରେ ରଖି ଆଜିର ଏହି ଉପସ୍ଥାପନା l

Sugyan Kumar Nayak
Sugyan Kumar Nayak
Spine gourd farming

Spine gourd farming

ପନିପରିବା ଭିତରେ କାଙ୍କଡ଼ର ସ୍ୱାଦ ହିଁ ନିଆରା l କାଙ୍କଡ଼ ଭଜାର ମଜା ଭୋଜନର ଆନନ୍ଦକୁ ଦ୍ବିଗୁଣିତ କରିଦିଏ l  ସେଇଥିପାଇଁ ବଜାରରେ କାଙ୍କଡ଼ର ଚାହିଦା ବର୍ଷ ସାରା ରହିଥାଏ l କାଙ୍କଡ଼ର ଦର ମଧ୍ୟ ଅତ୍ୟଧିକ ଉଚ୍ଚ ନ ହେଲେ ମଧ୍ୟ ଠିକ୍ ରହିଥାଏ l ବଜାରରେ ମିଳୁଥିବା ପ୍ରାୟ ସମସ୍ତ କାଙ୍କଡ଼ ଅନ୍ୟ ରାଜ୍ୟଗୁଡ଼ିକରୁ ଆସିଥାଏ l  ବାହାର ରାଜ୍ୟର ଚାଷୀମାନେ ଓଡ଼ିଶାକୁ କାଙ୍କଡ଼ ଚାଲାଣ କରି ଲାଭବାନ ହେଉଛନ୍ତି l ଆମର ଓଡ଼ିଶାର ଚାଷୀଭାଇମାନେ ମଧ୍ୟ ଏହି ଚାଷକୁ  ନିଜର ଜମିରେ କରିପାରିବେ ଏବଂ ଭଲ ଲାଭ ପାଇପାରିବେ l ଏହାକୁ ଦୃଷ୍ଟିରେ ରଖି ଆଜିର ଏହି ଉପସ୍ଥାପନା l

କାଙ୍କଡ଼ ଚାଷ ପାଇଁ ଆଦ୍ର ଜଳବାୟୁ, ଉର୍ବର ଶୁଷ୍କ ମୃତ୍ତିକା ଏବଂ ସମତଳ ଗଡ଼ାଣିଆ ଭୂମି ଆବଶ୍ୟକ । ଏହା ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ ଚାଷ କରାଯାଏ । ଏଥିପାଇଁ ମଧ୍ୟମ ଅମ୍ଳ ମାଟି ପିଏଚ୍ ୬-୮ ଏବଂ ୨୫-୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଉତ୍ତାପ ଦରକାର ହୁଏ । କାଙ୍କଡ଼ର ଅଧିକ ଅମଳକ୍ଷମ କିସମଗୁଡ଼ିକ ହେଉଛନ୍ତି ଅର୍କ ନୀଳାଚଳ, ଗୌରବ l ଏହି ସବୁ କିସମଗୁଡ଼ିକ ଓଡ଼ିଶାରେ ବ୍ୟବସାୟିକ ଚାଷ ପାଇଁ ଖୁବ୍ ଉପଯୋଗୀ । ଗଛ ପ୍ରତି ହାରାହାରି ଅମଳ ୧୦ କିଲୋଗ୍ରାମ ଥିଲାବେଳେ ଏହାର ଡାଉନୀ ମିଲଡ଼ିଉ ଓ ଆତ୍ମାକେକ୍ୟୁତ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଅଧିକ ଅମଳ ପାଇଁ ଏହା ୪୦-୫୦ କିଲୋଗ୍ରାମ ଯବକ୍ଷାରଜାନ ଏବଂ ୪୦ କିଲୋଗ୍ରାମ ଲେଖାଏଁ ଫସଫରସ ଓ ପଟାସ ଦରକାର କରିଥାଏ । ଗଛ ଲଗାଇବା ସମୟରେ ଅଧାଭାଗ ଯବକ୍ଷାରଜାନ ଏବଂ ପୂରାଭାଗ ଫସଫରସ ଓ ପଟାସ ଦିଆଯାଏ । ଦ୍ଵିତୀୟ ଥର ପାଇଁ ସାର ପ୍ରୟୋଗ ତିନି ସପ୍ତାହ ପରେ  କରିବା ଆବଶ୍ୟକ । ଫୁଲ ବାହାରିବାର ସପ୍ତାହକ ପରେ ପ୍ରତ୍ୟେକ ଗଛ ମୂଳରେ ୧୦ ଗ୍ରାମ ଆମୋନିୟମ ନାଇଟ୍ରେଟ ଦେବା ଭଲ ।

ଚାରା ଉତ୍ପାଦନ

କାଙ୍କଡ଼ ଚାରା ସାଧାରଣତଃ ଦୁଇ ପ୍ରକାରରେ ଉତ୍ପାଦନ କରାଯାଇପାରେ, ଯଥା - କନ୍ଦାକୁ କାଟି କିମ୍ବା ଚେରଯୁକ୍ତ ଡଙ୍କ ଦ୍ଵାରା । କନ୍ଦା କାଟି ଚାରା କଜୋଇ ଏହାର ଅମଳ ଭଲ ହୋଇଥାଏ । ଗୋଟିଏ ଗଛରୁ ହାରାହାରି ୨୦ରୁ ୮୦ ଗ୍ରାମ ବିଶିଷ୍ଟ ୨୦ ରୁ ୨୫ଟି କନ୍ଦା ବାହାରିପାରେ । ବଡ଼ କନ୍ଦା ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ କାଟି ୨% ତିଥେନ ଏମ୍-୪୫ ଦ୍ରବଣରେ ଗୋଳାଇ ଏହାକୁ ଛାଇ ଜାଗାରେ କିଛି ସମୟ ଶୁଖାଇ ତା’ପରେ ଲଗାଯାଏ । କନ୍ଦା ଗୁଡ଼ିକୁ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏବଂ ଫେବୃୟାରୀରୁ ମାର୍ଚ୍ଚ ମଧ୍ୟରେ ମାଟିକୁ ୩୦ ସେ.ମି.) ଗଭୀର ଯାଏ କର୍ଷଣ କରି ଭଲ ଭାବେ ସମତୁଲ କରି ଲଗାଯାଇଥାଏ । କନ୍ଦା ଚାରା ଏବଂ ଉକ୍ତ ଚାରାଗୁଡ଼ିକୁ ୬୦-୬୦-୬୦ ସେ.ମି.ରେ ଗାତ ଖୋଳି ଲଗାନ୍ତୁ । ଗାତଗୁଡ଼ିକ ମଧ୍ୟରେ ଦୂରତ୍ଵ ୧.8 x ୧.୫ ମିଟର ରଖନ୍ତୁ ଏବଂ ଏହାକୁ ୨୫ କିଲୋ ଗୋବର ଖତ ମିଶାଇ ଭରନ୍ତୁ । ନେମାଟୋଡ଼ ଆକ୍ରମଣରୁ ରକ୍ଷା ଲାଗି ୨୫୦ ଗ୍ରାମ ନିମ୍ବ ପିଡ଼ିଆ ମଧ୍ୟ ଦେଇପାରିବେ ।

ଜଳସେଚନ

ଏହି ଗଛ ଅଧିକ ବର୍ଷା କିମ୍ବା ଗଛ ମୂଳରେ ପାଣି ଜମି ରହିଲେ ସହିପାରେ ନାହିଁ । ଗଛ ବଢ଼ିଗଲା ପରେ ଧୀରେ ଧୀରେ ଜଳସେଚନ କମାଇ ଦିଅନ୍ତୁ । କାରଣ ବଡ଼ ଗଛରେ ଅଧିକ ଚେର ହୋଇଥିବାରୁ ଗଛ କମ ପାଣିରେ ମଧ୍ୟ ବଞ୍ଚି ରହିପାରେ। ବୃନ୍ଦାଜଳ ବି ସିଞ୍ଚନ କରିପାରିବେ ।

ଲଗାଇବାର ୧୫ ରୁ ୨୦ ଦିନ ପରେ ଘାସ ଉଠିଥାଏ, ଏହାକୁ ହାତରେ ଉପାଡ଼ି ଦିଅନ୍ତୁ। ଗଛ ମୂଳକୁ ଠିକ୍ ଆର୍ଦ୍ରତା ରଖିବା ପାଇଁ ଏବଂ ଖରା ଦାଉରୁ ରକ୍ଷା କରିବା ଲାଗି ଏହାର ମୂଳକୁ କଳା ପଲିଥିନ ଦ୍ଵାରା ଘୋଡ଼ାଇ ରଖନ୍ତୁ । ଖରାଦିନେ ଗଛ ମୂଳରେ କୁଟା, ଅନାବନା ଶୁଖିଲା। ଘାସ ଦ୍ଵାରା ଘୋଡ଼ାଇ ରଖିପାରନ୍ତି । ୨-୩ ସପ୍ତାହ ପର୍ଯ୍ୟନ୍ତ ସାବଧାନ ସହକାରେ ମାଟିକୁ ଖୁସାଇ ଘାସକୁ ବାହାର କରିଦିଅନ୍ତୁ ।

କାଙ୍କଡ ଗଛଗୁଡ଼ିକ ଅଧିକ ବଢ଼ିବା ଲାଗି ରଞ୍ଜା ଆବଶ୍ୟକ ପଡିଥାଏ । ରଞ୍ଜା ଦ୍ଵାରା ଲଟା ଗୁଡ଼ିକ ଭଲ ଭାବେ ବଢ଼ିଥାଏ, ସୂର୍ଯ୍ୟକିରଣ ଠିକ୍ ଭାବରେ ପାଇଥାଏ ଏବଂ ଏହାର ପରାଗ ସଂଗମ ପାଇଁ ସୁବିଧା ହୁଏ । ଘର ବାଡ଼ିରେ ଚାଷ କରିବା ସକାଶେ ବାଡ଼ କିମ୍ବା ଛୋଟ ଛୋଟ ବାଉଁଶ ସାହାଯ୍ୟରେ ରଞ୍ଜା ପ୍ରସ୍ତୁତ କରିପାରିବେ । କିନ୍ତୁ ବ୍ୟବସାୟିକ ଭିଭିରେ ଚାଷ ଲାଗି ଧାଡ଼ିକିଆ ରଞ୍ଜା ୬ ଫୁଟ ଲମ୍ବର ଲୁହା କିମ୍ବା ବାଉଁଶ ଖମ୍ବର ଆବଶ୍ୟକ ପଡ଼େ । ଲତାଗୁଡ଼ିକ ବଢ଼ିବା ସମୟରେ ଏହାକୁ ସୂତା ସାହାଯ୍ୟରେ ଟ୍ରେଲିରେ ବାନ୍ଧି ଦିଅନ୍ତୁ । ଧାଡ଼ିକିଆ ରଞ୍ଜାରେ ଚାଷ କଲେ ଫଳ ତୋଳିବା, କୀଟନାଶକ ସିଞ୍ଚନ କରିବା, ହାତରେ ପରାଗ ସଙ୍ଗମ କରିବା, ଅନ୍ତଃ ଚାଷ ଏବଂ ବୃନ୍ଦା ଜଳସେଚନ ପାଇଁ ସୁବିଧା ହୋଇଥାଏ । ଗୋଟିଏ ସୁସ୍ଥ ଗଛ ୧୦ ରୁ ୧୨ କିଲୋ ଫଳ ଦେଇଥାଏ । ଫଳ ବାହାରିବାର ୧୨ ରୁ ୧୫ ଦିନ ପରେ ତୋଳନ୍ତୁ। ଗଛ ଲଗାଇବାର ୬୦ ଦିନ ପରେ ଫଳ ବାହାରିଥାଏ । ସପ୍ତାହକୁ ଥରେ ଫଳ ତୋଳିଲେ ଭଲ ଅମଳ ମିଳେ । ଫଳ ତୋଳିବା ବିଳମ୍ବ ହେଲେ ଏଗୁଡ଼ିକ ଲାଲ ପଡ଼ିଯାଏ ଓ ଖାଇବା ଉପଯୋଗୀ ହୋଇ ନଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments