1. କୃଷି ବିଶ୍ବକୋଷ

ସରକାରଙ୍କ ବଡ଼ ନିଷ୍ପତ୍ତି: ୟୁରିଆ ସାରର ସ୍ଥିର ହେଲା MRP

ୟୁରିଆ ଗୋଲ୍ଡ ନାମରେ ସଲଫର ଆବୃତ ୟୁରିଆ ଲଞ୍ଚ କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ନିକଟରେ କ୍ୟାବିନେଟ କମିଟିର ଏକ ବୈଠକରେ ୟୁରିଆ ବ୍ୟାଗର ଓଜନ ଏବଂ ଏମଆରପି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

Tanushree Mahapatra
Tanushree Mahapatra
Farmers will now get sulfur coated urea, image source - pexels.com

Farmers will now get sulfur coated urea, image source - pexels.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ସରକାର କୃଷକଙ୍କ ସ୍ୱାର୍ଥରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଯାହାଦ୍ୱାରା ତାଙ୍କର ଚାଷ କାର୍ଯ୍ୟରେ ଉନ୍ନତି ଆସିପାରିବ l ସଲଫର୍ କୋଟେଡ୍ ୟୁରିଆର ପରିଚୟ ପାଇଁ କେନ୍ଦ୍ର କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଥିଲେ l ସଲଫର ଆବୃତ ୟୁରିଆ " ଗୋଲ୍ଡ ୟୁରିଆ " ଭାବରେ ଜଣାଶୁଣା । ସରକାର ଏକ ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ୍ ମଧ୍ୟ ଗଠନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ  । ରାଜ୍ୟର ପ୍ରତିଟି ଚାଷୀମାନେ ନିଜ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି ।

ରାଜ୍ୟରେ ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍ ବ୍ୟବହାର ହେବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ଦେଖାଯାଉଛି । ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି । ତେଣୁ ନିକଟରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ପାଖକୁ ଏକ ଚିଠି ଲେଖିଥିଲେ l

ଏକ ପୋର୍ଟାଲ କିମ୍ବା ଯୋଜନା ମାଧ୍ୟମରେ ସବସିଡିରେ ଏହା ସରକାର ପ୍ରଦାନ କରିବାକୁ ଲକ୍ଷ ରଖିଛନ୍ତି l  ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ୟୁରିଆ ସବସିଡି ଯୋଜନା ଜାରି ରଖିବାକୁ କ୍ୟାବିନେଟରୁ ଅନୁମୋଦନ ମିଳିଥିଲା।  ବିଶେଷଜ୍ଞମାନଙ୍କ ମତ ଅନୁସାରେ ସଲଫର୍-ଆବୃତ ୟୁରିଆ ବ୍ୟବହାର କରି କୃଷକମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ଏଥି ସହିତ ସେମାନଙ୍କର ଅମଳ ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୩,୭୦,୦୦୦ କୋଟି ଟଙ୍କା ସଲଫର୍ କୋଟେଡ୍ ୟୁରିଆରେ ଖର୍ଚ୍ଚ କରିବେ ବୋଲି ମତ ରଖିଥିଲେ ।  ହାରାହାରି, କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କୁ ସାର ସବସିଡି ଭାବରେ ୨୧,୨୩୩ ଟଙ୍କା ପ୍ରଦାନ କରୁଛନ୍ତି।  ବର୍ତ୍ତମାନ ସାରର ଚାହିଦା ପୂରଣ କରିବା ପାଇଁ ଭାରତ ଅନ୍ୟ ଦେଶରୁ ୭୦ ରୁ ୮୦ ଲକ୍ଷ ମେଟ୍ରିକ୍ ଟନ୍ ସାର ଆମଦାନୀ କରିଥାଏ ।

ବେଳେବେଳେ ସାର ଦରକୁ ନେଇ ଚାଷୀ ହଇରାଣ ହରକତରେ ପଡ଼ିଥାନ୍ତି l ଯାହାଦ୍ୱାରା ସେମାନେ ଅନ୍ୟାନ୍ୟ ଖରାପ ସାର ବ୍ୟବହାର କରନ୍ତି ଅଜାଣତରେ l ଯାହା ଚାଷକୁ କ୍ଷତି କରେ l ବିଭିନ୍ନ ସମୟରେ ସାର ଦର ମଧ୍ୟ ନିୟନ୍ତ୍ରଣରେ ରହିନଥାଏ l ତେବେ ଏ ସମସ୍ତ ଦିଗକୁ ସରକାର ନଜରରେ ରଖି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି l

ଭାରତ ସରକାରଙ୍କ ସଚିବଙ୍କ ଅଧୀନରେ ଥିବା ଶଙ୍କର ସୁବ୍ରମଣ୍ୟମ ସାର ବ୍ୟାଗର ଓଜନ ବିଷୟରେ ସାର କମ୍ପାନୀମାନଙ୍କୁ ଚିଠିରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଚାଷୀଙ୍କ ପାଇଁ ସଲଫର ଆବୃତ ୟୁରିଆ ‘ୟୁରିଆ ଗୋଲ୍ଡ ’ ଉପଲବ୍ଧ ହେବ | ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (CCEA)୨୮ ଜୁନ୍ ୨୦୨୩ ରେ ବୈଠକ କରିଥିଲା। ଏହି ବୈଠକରେ ୟୁରିଆ ଗୋଲ୍ଡ ନାମରେ ସଲଫର ଆବୃତ ୟୁରିଆ ଲଞ୍ଚ କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ନିକଟରେ କ୍ୟାବିନେଟ କମିଟିର ଏକ ବୈଠକରେ ବ୍ୟାଗର ଓଜନ ଏବଂ ଏମଆରପି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ଏହି ପରିପ୍ରେକ୍ଷୀରେ, ବିଭାଗୀୟ ଅଧକାରୀ ସୂଚନା ଦେଇଛନ୍ତି ଯେ ନିମ୍ବ ଆବୃତ ୟୁରିଆ ୪୫ କିଲୋଗ୍ରାମ ବ୍ୟାଗରେ ଆସିଥାଏ, ଯାହାର ଏମଆରପି ୨୬୬.୫୦ ଟଙ୍କା (ଜିଏସ୍ଟି ସମେତ) ଅଟେ । ସଲଫର୍ ଆଚ୍ଛାଦିତ ୟୁରିଆ ୪୦ କିଲୋଗ୍ରାମ ବ୍ୟାଗରେ ଆସିବ ଏବଂ ଏହାର MRP ମଧ୍ୟ ୨୬୬.୫୦ ଟଙ୍କା (ଜିଏସ୍ଟି ସମେତ) ହେବ l ସଲଫର୍-ଆବୃତ ୟୁରିଆ ବର୍ତ୍ତମାନ ବ୍ୟବହୃତ ନିମ୍-ଆବୃତ ୟୁରିଆ ଅପେକ୍ଷା ଅଧିକ ଅର୍ଥନୈତିକ ଏବଂ ଦକ୍ଷ ହେବ | ନୂତନ ସଲଫର ଆବୃତ ୟୁରିଆ ଭାରତୀୟ ମାଟିରେ ସଲଫର ଅଭାବକୁ ଦୂର କରିବ | ଏହାଦ୍ୱାରା କୃଷକଙ୍କ ଇନପୁଟ୍ ମୂଲ୍ୟ ସଞ୍ଚୟ ହେବ ଏବଂ ଉତ୍ପାଦନ ବୃଦ୍ଧି ସହିତ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ l ତେବେ ଏ ନେଇ ଏକ ମୂଲ୍ୟ ସ୍ଥିର ହୋଇଛି ଆଶା ଚାଷୀଙ୍କୁ ଏହା ଲାଭ ପ୍ରଦାନ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments