1. କୃଷି ବିଶ୍ବକୋଷ

ଖମ୍ବଆଳୁ ବା ଦେଶୀଆଳୁ ଦେବ ପ୍ରଚୁର ଲାଭ

ଆଳୁ ମଧ୍ୟରେ ଖମ୍ବଆଳୁ ବା ଦେଶୀଆଳୁ ଅନ୍ୟତମ । ଏଥିରେ ପ୍ରଚୁର ପରିମାଣରେ ଶର୍କରା ଜାତୀୟ ଖାଦ୍ୟ ରହିଥିବାର ଦେଖାଯାଇଛି । ତେବେ ଏହି ଆଳୁ ଚାଷ ମଧ୍ୟ ପ୍ରଚୁର ଲାଭ ପ୍ରଦାନ କରିଥାଏ l ଆମ ରାଜ୍ୟରେ ଗ୍ରାମମାନଙ୍କରେ ଏହି ଜାତୀୟ ଆଉ ଚାଷ ହେଉଥିବାର ଦେଖିବାକୁ ମିଳେ ।

Tanushree Mahapatra
Tanushree Mahapatra
Farming of desi aloo  , image source - pexels.com

Farming of desi aloo , image source - pexels.com

ଆଳୁ ମଧ୍ୟରେ ଖମ୍ବଆଳୁ ବା ଦେଶୀଆଳୁ ଅନ୍ୟତମ । ଏଥିରେ ପ୍ରଚୁର ପରିମାଣରେ ଶର୍କରା ଜାତୀୟ ଖାଦ୍ୟ ରହିଥିବାର ଦେଖାଯାଇଛି । ତେବେ ଏହି ଆଳୁ ଚାଷ ମଧ୍ୟ ପ୍ରଚୁର ଲାଭ ପ୍ରଦାନ କରିଥାଏ l ଆମ ରାଜ୍ୟରେ ଗ୍ରାମମାନଙ୍କରେ ଏହି ଜାତୀୟ ଆଉ ଚାଷ ହେଉଥିବାର ଦେଖିବାକୁ ମିଳେ । ଗଞ୍ଜାମ, କୋରାପୁଟ, ଫୁଲବାଣୀ ଭଳି  ଜିଲ୍ଲାରେ ଲୋକେ ବିଲରେ ଏହାକୁ ବ୍ୟବସାୟ ଭିତ୍ତିରେ ଚାଷ କରିଥାନ୍ତି ।

ସାଧାରଣତଃ ଆକାର ଅନୁଯାୟୀ ଏହାକୁ ଖମ୍ବଆଳୁ ବା ହାତୀ ଖୋଜିଆ ଆକୁ ବୋଲି କହିଥାନ୍ତି ଲୋକେ । ଏହି କିସମର ଦେଶୀ ଆଳୁ ଲମ୍ବ ନ ହୋଇ ଚଉଡ଼ାରେ ବଡ଼ ଆକାରର ହୋଇଥାଏ l ଅନେକ ସମୟରେ ଗୋଟିଏ ଗଛରୁ ପ୍ରାୟତଃ ୨୫ ରୁ ୩୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଆକୁ ମିଳିଥାଏ । ସାଧାରଣତଃ ଏହି ପ୍ରଜାତି ଆଳୁ ଚାଷ ମେ ରୁ ଜୁନ୍‌ ମାସରେ ଲଗାଯାଏ । ସେହିପରି ଏହି ଚାଷ କଲେ ଶୀତ ଋତୁରେ ଗଛ ବେଶୀ ଅଧିକ ବଢ଼େ ନାହିଁ । 

ଏହି ଚାଷ ହାଲୁକା, ନିଗିଡ଼ା ମାଟିରେ ଅଧିକ ଭଲ ହୁଏ । ଖାଲୁଆ ଜମିରେ ପାଣି ଜମୁଥିବାରୁ ଦେଶୀଆଳୁ ଭଲ ଅମଳ ହୋଇ ନଥାଏ । ସେହିପରି ମାଟିକୁ ଭଲ ଭାବରେ ଚାଷ କରି ଗୁଣ୍ଡ କରି କରିବା ପରେ ହିଁ ଏହି ଚାଷକାର୍ଯ୍ୟ କରନ୍ତୁ । ପରେ ଧୀରେ ଧୀରେ ଧାଡିକୁ ଧାଡ଼ି ଓ ୩ ଫୁଟ ବ୍ୟବଧାନରେ ଗାତ କରି ଚାରା ପୋତନ୍ତୁ । ଏକର ପିଛା ପ୍ରାୟ୧୫ ରୁ ୨୦ ଗାଡ଼ି ପର୍ଯ୍ୟନ୍ତ ଖତ ପ୍ରୟୋଗ କରନ୍ତୁ ଚାଷଜମିରେ । ଏଥିସହିତ ପ୍ରତି ୧୬ କି.ଗ୍ରା. ଯବକ୍ଷାରଜାନ, ୧୨ କି.ଗ୍ରା. ଫସ୍‌ଫରସ୍ ଏବଂ ୧୨ କି.ଗ୍ରା. ପଟାସ୍ ପ୍ରୟୋଗ କରନ୍ତୁ ଏକର ପ୍ରତି ଜମିରେ । ଏହାପରେ ୨ ରୁ ୩ ଇଞ୍ଚ ଗଭୀରର ଗାତ କରି ଦେଶୀଆଳୁ ପୁଆ ଗୁଡିକୁ ଭଲଭାବେ ଲଗାଇ ଦିଅନ୍ତୁ । ଲଗାଇ ସାରିବା ପରେ ଖାଲି ନ ଛାଡି ସଙ୍ଗେ ସଙ୍ଗେ ମାଟି ଘୋଡ଼ାଇ ଦିଅନ୍ତୁ ।  

ଗଛ ଉଠିବା ସାରିବା ପରେ ଚାଷ ଜମିରୁ ଅନାବନା ଘାସ ସଫା କରନ୍ତୁ । ପ୍ରତି ୨୦ ଦିନ ଅନ୍ତରରେ ଥରେ ହିସାବ କରି ୨ ରୁ ୩ ଥର ହୁଡ଼ା ଦେବା ଦରକାର ଗଛ ମୂଳକୁ । ଗଛ ଲଗାଇବାର ଠିକ ୭ ରୁ ୮ ସପ୍ତାହ ମଧ୍ୟରେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର ସାର ପ୍ରୟୋଗ କରିବା ଉଚିତ୍ ଚାଷ ଜମିରେ । ତେବେ ଏହା ହେଉଛି ଏକ ଲତା ଜାତୀୟ ଗଛ ତେଣୁ ଧ୍ୟାନ ଦେବ ଆବଶ୍ୟକ ଯେ ବାଉଁଶ ପୋତି ରଞ୍ଜା କରିବେ ଆପଣ । ପ୍ରାୟ ୮ ରୁ ୯ ମାସ ପରେ ଆଳୁ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ । ଯେତେବେଳେ ଆଳୁ ଗଛ ଗୁଡିକ ଶୁଖିଯିବାକୁ ଲାଗେ ଜାଣିବେ ମାଟି ତଳେ ଆଳୁ ଗୁଡିକ ଅମଳ ହେବା ପାଇଁ ଉପଯୁକ୍ତ ହୋଇସାରିଛି l ସେହିପରି ଅମଳ ସମୟରେ ଗଛର ପତ୍ର ହଳଦିଆ ପଡିଥାଏ । ଅନ୍ୟ ଆଳୁ ଚାଷ ପରି ଏହି ଦେଶୀଆଳୁ ଚାଷ ମଧ୍ୟ ଖୁବ ଲାଭ ପ୍ରଦାନ କରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments