1. କୃଷି ବିଶ୍ବକୋଷ

ଗୁଣ୍ଡୁରି ଚଢେଇ ଚାଷ କରି ହୁଅନ୍ତୁ ଲକ୍ଷପତି...

କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇର ମାଂସ ଅତି ପୁଷ୍ଟିକର ଓ ସୁସ୍ଵାଦୁ ଖାଇବା ପାଇଁ । ଏହା ଅତି ମୂଲ୍ୟବାନ ହୋଇଥିବାରୁ ସାଧାରଣତଃ ବଡ଼ ବଡ଼ ହୋଟେଲମାନଙ୍କରେ ଖାଇବା ପାଇଁ ମିଳିଥାଏ । କିନ୍ତୁ ଆଜିକାଲି ଏହାକୁ କୁକୁଡ଼ା ପରି ପାଳନ କରି ଅନେକ ଲୋକ ତଥା ଚାଷୀ ଲାଭବାନ୍ ହେଉଛନ୍ତି ।

Tanushree Mahapatra
Tanushree Mahapatra
Farming of quail bird

Farming of quail bird

କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇର ମାଂସ ଅତି ପୁଷ୍ଟିକର ଓ ସୁସ୍ଵାଦୁ ଖାଇବା ପାଇଁ । ଏହା ଅତି ମୂଲ୍ୟବାନ ହୋଇଥିବାରୁ ସାଧାରଣତଃ ବଡ଼ ବଡ଼ ହୋଟେଲମାନଙ୍କରେ ଖାଇବା ପାଇଁ ମିଳିଥାଏ । କିନ୍ତୁ ଆଜିକାଲି ଏହାକୁ କୁକୁଡ଼ା ପରି  ପାଳନ କରି ଅନେକ ଲୋକ ତଥା ଚାଷୀ ଲାଭବାନ୍ ହେଉଛନ୍ତି । ସାଧାରଣତଃ ମାଈ ଗୁଣ୍ଡୁରି ଚଢ଼େଇ ଅଣ୍ଡିରା ଠାରୁ ଓଜନିଆ ଓ ଆକାରରେ ବଡ଼ ମଧ୍ୟ ହୋଇଥାଏ । ( profitable quail farming ) ଛୁଆ ଜନ୍ମ ହେଲା ବେଳକୁ ୬ ରୁ ୭ ଗ୍ରାମ, ବଡ଼ ହେଲେ ୧୫୦ ରୁ ୨୦୦ ଗ୍ରାମ୍ ଓଜନ ହୋଇଥାଏ ।

କ୍ଵେଲ୍ ତଥା ଗୁଣ୍ଡୁରି ୫ ସପ୍ତାହ ବୟସରେ ଅଣ୍ଡା ଦେବା ଆରମ୍ଭ କରେ ଓ ୧୦ ସପ୍ତାହ ବେଳକୁ ଶତକଡ଼ା ୮୦ ଭାଗ ଅଣ୍ଡା ଦେଇଥାଏ । ଯାହାଦ୍ୱାରା କି ଅଳ୍ପ ଟଙ୍କା ଏବଂ ଅଳ୍ପ ସମୟ ମଧ୍ୟରେ ଆପଣ ଏହାକୁ ଚାଷ କରି ଲାଭବାନ ହୋଇପାରିବେ l ଗୋଟିଏ ଅଣ୍ଡା ର ପାଖାପାଖି ହାରାହାରି ୧୦ ଗ୍ରାମ୍  ଓଜନ ର ହୋଇଥାଏ । ଏହି ଅଣ୍ଡାର ରଙ୍ଗ ଛିଟା ହୋଇଥାଏ ଦେଖିବାକୁ ଛୋଟ ମଧ୍ୟ । ବର୍ତ୍ତମାନ ଦେଶରେ ଯେଉଁ କ୍ଵେଲ୍ ଚାଷୀମାନଙ୍କୁ ଏହି ପକ୍ଷୀ ଚାଷ କରିବା ପାଇଁ ଯେଉଁ ଅଣ୍ଡା ଯୋଗାଇ ଦିଆଯାଉଛି ତାକୁ ଜାପାନିଜ୍ କ୍ଵେଲ୍ କୁହାଯାଏ ।

କ୍ଵେଲ୍ ତଥା ଗୁଣ୍ଡୁରି ଛୁଆମାନଙ୍କୁ କୁକୁଡ଼ା ଛୁଆମାନଙ୍କ ପରି ଘରର ମେଜିଆ କିମ୍ବା ପିଞ୍ଜରାରେ ପାଳନ କରାଯାଇପାରେ । ଛୁଆ ଫୁଟିବା ଠାରୁ ଦୁଇ ସପ୍ତାହ ବୟସ ପର୍ଯ୍ୟନ୍ତ ବିଶେଷ ଯତ୍ନ ନେବା ଦରକାର । କାରଣ ଏହି ସମୟ ମଧ୍ୟରେ ଏମାନଙ୍କର ମରିଯିବାର ବହୁତ ସମ୍ଭାବନା ଥାଏ । କ୍ଵେଲ୍ ଛୁଆର ଗୋଡ଼ ଅତି ସରୁ ଓ ସୂକ୍ଷ୍ମ ହୋଇଥାଏ  । ତେଣୁ ଛୁଆମାନଙ୍କୁ ଘରର ମେଜିଆରେ କରତଗୁଣ୍ଡ ବା ଧାନଚଷୁ ବା ଅନ୍ୟ କୌଣସି ଲିଟର ଉପରେ ପାଳନ କରାଯାଏ, ତେବେ ଏହା ଉପରେ ପ୍ରଥମେ ୭ ଦିନ ପର୍ଯ୍ୟନ୍ତ ଗୋଟିଏ ଭାଙ୍ଗଯୁକ୍ତ କାଗଜ ବିଛାଇ ଦେବା ଉଚିତ୍ । ତେବେ ଧ୍ୟାନ ରଖିବା ଉଚିତ ଯେ କାଗଜ ଗୁଡିକ ସମତଳ ରହିଛି , ନହେଲେ ଗୋଡ଼ ଖସିଯାଇ ଛୁଆମାନେ ଛୋଟା ହୋଇଯାଆନ୍ତି ବା ପରେ ମରିଯାଆନ୍ତି । ଯେଉଁଥିରେ ଚାଷୀକୁ କ୍ଷତି ମଧ୍ୟ ସହିବାକୁ ପଡିଥାଏ l

କୁକୁଡ଼ାଙ୍କ ଛୁଆପରି କ୍ଵେଲ୍ ଛୁଆମାନେ ମଧ୍ୟ ପ୍ରଥମ ୧ ମାସ ଭଭାପ ଦରକାର କରିଥାଆନ୍ତି । ଛୁଆମାନଙ୍କର ଘର ସରୁ ତାରଜାଲି ଦ୍ଵାରା ନିବୁଜ କରି ରଖିଲେ ଏହା ଭିତରେ ମୂଷା ପଶିପାରନ୍ତି ନାହିଁ ବା ଛୁଆମାନେ ଉଡ଼ିପାରନ୍ତି ନାହିଁ । ସାଧାରଣତଃ ୩ ସପ୍ତାହ ବୟସ ପର୍ଯ୍ୟନ୍ତ ୭୫ ବର୍ଗ ସେ.ମି. ଜାଗା ଗୋଟିଏ କ୍ଵେଲ୍ ଦରକାର କରିଥାଏ । କିନ୍ତୁ ୩ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଯଦି ପିଞ୍ଜରାରେ ରଖାଯାଏ, ତାହାହେଲେ ଗୋଟିଏ କ୍ଵେଲ୍ ଛୁଆ ୧୫୦-୧୭୫ ବର୍ଗ ସେ.ମି. ଦରକାର କରିଥାଏ । କିନ୍ତୁ ଯଦି ଆପଣ ଘର ତଳେ ଡିପୂଲିଟରରେ ରଖନ୍ତି ଏମାନଙ୍କୁ ତାହେଲେ  ୨୦୦-୨୫୦ ବର୍ଗ ସେ.ମି. ଜାଗା ଦରକାର ଆବଶ୍ୟକ । ସାଧାରଣତଃ ଗୋଟିଏ ବର୍ଗଫୁଟ ଜାଗାରେ ୫ ରୁ ୬ ଟି କ୍ଵେଲ୍ ପକ୍ଷୀ ଆରାମରେ ରହିପାରିବେ । ସେମାନଙ୍କୁ ଉତ୍ତାପ ଦେବା ପାଇଁ ଆପଣ ଇଲେକ୍ଟ୍ରିକ ବଲ୍ବ ବ୍ୟବହାର କରିପାରିବେ ।

ଦୁଇ ସପ୍ତାହ ପର୍ଯ୍ୟନ୍ତ ୨୪ ଘଣ୍ଟା ଓ ୩ ସପ୍ତାହ ଶେଷବେଳକୁ ୧୨ ଘଣ୍ଟା ଆଲୋକ ଦରକାର ହୋଇଥାଏ । ଯଦି ଶୀଘ୍ର ଅଣ୍ଡାଦେବାକୁ ଦରକାର ହେଉଥାଏ, ତାହାଲେ କ୍ଵେଲ ମାନଙ୍କୁ ୨୪ ଘଣ୍ଟା ଆଲୋକରେ ୬ ସପ୍ତାହ ପର୍ଯ୍ୟନ୍ତ ରଖାଯିବା ଦରକାର । ଆଠ ଘଣ୍ଟା ଆଲୋକ ଓ ୧୬ ଘଣ୍ଟା ଅନ୍ଧାରରେ କ୍ଵେଲ ମାନଙ୍କୁ ବିକ୍ରୀ କରିବାର ୮ ରୁ ୧୦ ଦିନ ପୂର୍ବରୁ ରଖିଲେ ସେମାନଙ୍କର ଶରୀର ଓଜନ ବଢ଼ିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ମୁକ୍ତ ବାୟୁ ଚଳାଚଳ ଓ ପରିଷ୍କାର ପରିଚ୍ଛନ୍ନତା କ୍ଵେଲ୍ ଘରେ ରହିଲେ, ତାହା ସେମାନଙ୍କର ଶରୀର ଓଜନ ଶୀଘ୍ର ବଢ଼ିବାରେ ସାହାଯ୍ୟ କରିଥାଏ । ସ୍କେଲ୍‌ମାନଙ୍କର ଥଣ୍ଟ ଅତି ମୁନିଆ ହୋଇଥିବାରୁ, ସେମାନେ ପରସ୍ପର ଭିତରେ ଝଗଡ଼ା କରି ଖଣ୍ଡିଆ ହୋଇଥାଆନ୍ତି । ତେଣୁ ଥଣ୍ଟକୁ ୩-୪ ସପ୍ତାହ ଭିତରେ କାଟି ଦେବା ଦରକାର ।

କ୍ଵେଲ ମାନଙ୍କ ଠାରୁ ଅଧିକ ମାଂସ ବା ଅଣ୍ଡା ପାଇବା ପାଇଁ ସେମାନଙ୍କୁ ସୁଷମ ଖାଦ୍ୟ ଦେବା ଦରକାର । ଗୋଟିଏ କ୍ଵେଲ୍ ୫ ସପ୍ତାହ ପର୍ଯ୍ୟନ୍ତ ୪୦୦ ଗ୍ରାମ୍ ଦାନା ଦରକାର କରିଥାଏ । ପ୍ରାରମ୍ଭିକ ବା ଷ୍ଟାଟର ଦାନା ୧ ରୁ ୩ ସପ୍ତାହ ପର୍ଯ୍ୟନ୍ତ, ପ୍ରବଦ୍ଧକ ଦାନା ୪ ରୁ ୫ ସପ୍ତାହ ପର୍ଯ୍ୟନ୍ତ ଏବଂ ଅଣ୍ଡାଦିଆ ବା ପ୍ରଜନନକ୍ଷମ ଦାନା ୫ ସପ୍ତାହରୁ ଭଦ୍ଧି ପାଇଁ ଦରକାର ହୋଇଥାଏ ।

କ୍ଵେଲମାନଙ୍କୁ ସାଧାରଣତଃ ରୋଗ ହୁଏ ନାହିଁ । କିନ୍ତୁ ହଠାତ୍ ଜଳବାୟୁ ପରିବର୍ତ୍ତନ ହେଲେ ସେମାନଙ୍କର କିଛିଟା ଅସୁବିଧା ଦେଖାଦିଏ । କ୍ଵେଲ ମାନେ ସାଧାରଣତଃ ଫିମ୍ପି ଜାତୀୟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ତାକୁ ବ୍ରଡ଼ର ନିମୋନିଆ କୁହାଯାଏ । ଯେତେବେଳେ କ୍ଵେଲ୍ ଘରର ଆର୍ଦ୍ରତା ବୃଦ୍ଧିପାଏ, ସେତେବେଳେ ଏହି ରୋଗ ହୋଇଥାଏ । ତେଣୁ ଏହି ରୋଗକୁ ଭଲ କରିବା ପାଇଁ ଘରର ଆର୍ଦ୍ରତାକୁ କମାଇବାକୁ ପଡ଼େ ଓ ପ୍ରତି କେଜି ଦାନା ସହିତ ୨ ଗ୍ରାମ୍ କ୍ୟାସିୟମ୍ ପ୍ରୋପିଓନେଟ୍ ମିଶାଇ ଖାଇବାକୁ ଦିଆଯାଏ । କପର ସଲ୍‌ଫେଟ୍ ୧ ଗ୍ରାମ୍ ୨ ଲିଟର ପାଣିରେ ମିଶାଇ ପିଇବାକୁ ଦେଲେ ରୋଗ ଭଲ ହୋଇଯାଏ । । କ୍ଵେଲମାନଙ୍କ ଅନ୍ତନଳୀରେ ଘାଆ ରୋଗ ହୋଇଥାଏ । ଏହି ରୋଗର ନିରାକରଣ ପାଇଁ ଏକ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ଗୋଟିଏ ଲିଟର ପାଣିରେ ମିଶାଇ ୩ ଦିନ ପିଇବାକୁ ଦେଲେ ଏହି ରୋଗ ଭଲ ହୋଇଯାଏ ।

ମହୁମାଛି ଚାଷ କରି ହୋଇପାରିବେ କୋଟିପତି, ଜାଣନ୍ତୁ ପ୍ରଣାଳୀ..

‘କଡ଼କନାଥ’ ଚାଷ କରି ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା.....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments