1. କୃଷି ବିଶ୍ବକୋଷ

ଫାର୍ମର ମାର୍ଟ:ଫ୍ଲିପକାର୍ଟ ବିକ୍ରି କରିବ ଖାଦ୍ୟ

ଫାର୍ମର ମାର୍ଟ:ଫ୍ଲିପକାର୍ଟ ବିକ୍ରି କରିବ ଖାଦ୍ୟ

KJ Staff
KJ Staff

ୱାଲମାର୍ଟ ର ଫ୍ଲିପକାର୍ଟ ଏବେ ଖାଦ୍ୟ ବିକ୍ରି କରିବ ଆରମ୍ଭ କରିବ ଯେଉଁଥିରେ ଗ୍ରାହକ ମାନେ ବର୍ଷକୁ ହାରାହାରି ୫୦୦ ମିଲିଅନ ଡ଼ଲାର ଖର୍ଚ କରିଥାନ୍ତି | ଫାର୍ମର ମାର୍ଟରେ ପ୍ରଥମେ ଉତ୍ପାଦ ବା ଖାଦ୍ୟ ସାମଗ୍ରୀ ଯଥା ପନିପରିବା ଫଳ ,ଇତ୍ୟାଦି ଅନଲାଇନ ମିଳିବ ଏବଂ ଏହା ନିକଟସ୍ଥ ବଜାର ରୁ ଉପଲବ୍ଧ କରାଯିବାର ଯୋଜନା କରାଯାଉଛି |

 

ଫ୍ଲିପକାର୍ଟ ର ସି.ଇ.ଓ କଲ୍ୟାଣ କୃଷ୍ଣମୂର୍ତି କହିଛନ୍ତି ଯେ ,"ଭାରତ ସରକାର ଙ୍କର ଏଫ.ଡି.ଆଇ ପଲିସୀ ଅଧିନସ୍ଥ ଆମେ ଏହି ଖାଦ୍ୟ ବିକ୍ରି ଲାଗି ଲାଇସେନ୍ସ ଲାଗି ଆବେଦନ କରିଛୁ |ମୁଖ୍ୟତ ଦେଶରେ ଚାଷ ଏବଂ କୃଷି ଉତ୍ପାଦ ର ସଫଳ ବିକ୍ରି ପାଇଁ ଫ୍ଲିପକାର୍ଟ ଏଭଳି ପଦକ୍ଷେପ ନେଇଛି |ଆମେ ବିଶେଷ କରି ସ୍ଥାନୀୟ ଚାଷୀ ଏବଂ ନିକଟସ୍ଥ ବଜାର ସହ ଯୋଜ ଯୋଗ କରି ,କ୍ଷୁଦ୍ର ଏବଂ ନାମମାତ୍ରକ ଚାଷୀ ଙ୍କ ଠାରୁ ଉତ୍ପାଦ କିଣି ତାକୁ ଅନଲାଇନ ବଜାର ଜରିଆରେ ଗ୍ରାହକ ମାନଙ୍କୁ ଉପଲବ୍ଧ କରାଇବାର ଯୋଜନା କରାଯାଇଛି |ଏହା ଗ୍ରାହକ ଙ୍କୁ ଶୀଘ୍ର ଘରେ ବସି ଖାଦ୍ୟ ସାମଗ୍ରୀ ଇତ୍ୟାଦି ଯୋଗାଇବା ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ସୁନିଶ୍ଚିତ |

ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ର ମନ୍ତ୍ରୀ ହରସୀମରତ କୌର ବାଦଲ କହିଛନ୍ତି ଯେ ,"ଏହି ଉତ୍ତମ ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାହକ ର ସନ୍ତୁଷ୍ଟି ରେ ମଧ୍ୟ ସାହାଯ୍ୟ କରିବ|ଏହା ବ୍ୟତୀତ ଏହି ବିକଳ୍ପ ଅଧିକ ନିଯୁକ୍ତି ର ରାସ୍ତା ମଧ୍ୟ ଦେଖାଇବ|
ୱାମାର୍ଟ ପରି ପ୍ରତିଯୋଗୀ ଆମାଜନ ମଧ୍ୟ ଏହି ପରି ସୁବିଧା କିଛି ମାସ ପୂର୍ବରୁ ଆରମ୍ଭ କରିଥିଲା |ତାଜା ପନିପରିବା କୁ ୨ ଘଣ୍ଟା ମଧ୍ୟରେ ଡେ଼ଲିଭର କରିବା ର ବିଶେଷ ସୁବିଧା ସହ ସେ ୫ ବର୍ଷ ମଧ୍ୟରେ ୫୦୦ ମିଲିଅନ ଡଲାର ଇବେସ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments