1. କୃଷି ବିଶ୍ବକୋଷ

ଗ୍ରୀଷ୍ମ ରେ ସୁପର ଫୁଡ

ଗ୍ରୀଷ୍ମ ରେ ସୁପର ଫୁଡ :

KJ Staff
KJ Staff

ଗ୍ରୀଷ୍ମ ରେ ବିଶେଷ କରି ଶରୀର କୁ ଖାଦ୍ୟ ବଦଳରେ ଅଧିକ ଜଳୀୟ ଅଂଶ ବା ପାଣି ର ଆବଶ୍ୟକତା ହୋଇଥାଏ ,ଯାହା କମିଗଲେ ସନ ଷ୍ଟ୍ରୋକ ପରି ସମସ୍ୟା ହେବ ସୁନିଶ୍ଚିତ |
ତେଣୁ ଏହି ପରି କିଛି ଖାଦ୍ୟ ଯାହା ଆପଣଙ୍କ ଶରୀରରେ ଜଳୀୟ ଅଂଶ କୁ ବହୁ ସମୟ ଯାଏ ସକ୍ରିୟ ରଖିବା ;ସେହି ଖାଦ୍ୟ କୁ ଗ୍ରୀଷ୍ମ ଲାଗି ସୁପର ଫୁଡ ବୋଲି କୁହାଯାଏ |

୧)କିବି:ଜରୁରୀ ପୋଷଣ ବ୍ୟତୀତ ଏହି ଫଳ ଶରୀର ରେ ଜଳୀୟ ଅଂଶ ନିୟନ୍ତ୍ରଣ କରିଥାଏ |ଏହି ଫଳ ଆପଣାକୁ ଶୀଘ୍ର ଭୋକ ଲାଗିବ ମଧ୍ୟ ଦେଏ ନାହିଁ |ଏଥିରେ ଥିବା ଫାଇବର ଜରୁରୀ ମାତ୍ର ରେ ପୋଷଣ ଯୋଗାଏ |


୨)ତରଭୁଜ:ଗ୍ରୀଷ୍ମ ଲାଗି ସବୁଠାରୁ ଉତ୍ତମ ଫଳ ତରଭୁଜ |ଭୋକିଲା ମଣିଷ ର ଭୋକ ଏବଂ ପିପାସା ର ତୃଷ୍ନା ମେଂଟାଇବାରେ ସବୁଠାରୁ ସକ୍ଷମ ଏହି ତରଭୁଜ |ତେଣୁ ରାସ୍ତା ରେ ହାଲିଆ ଲାଗିଲେ ନିଶ୍ଚିନ୍ତ ଗୋଟେ ତରଭୁଜ କିଣି ଖାଆନ୍ତୁ |ଏହା ହୃଦ ରୋଗ ଦୂର କରିବା ସହ ରକ୍ତଚାପ ନିୟନ୍ତ୍ରଣ କରେ

୩)କୋଳି :ସ୍ୱାଦିଷ୍ଟ କୋଳି ଖରା ଦିନରେ ଲସି ଭଳି କାମ କରେ |ପାଟି କୁ ସୁଆଦିଆ ଲାଗିବ ସହ ଏଥିରେ ଥିବା ଜରୁରୀ ଭିଟାମିନ ,ମିନେରାଲ ଓ ଆଣ୍ଟି ଅକ୍ସୀଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ |ତେଣୁ ଚର୍ବି ନିୟନ୍ତ୍ରଣ ଲାଗି ମଧ୍ୟ ଖିରି ,ଖଟା ବା ସାଲାଡ଼ ସହ ନିଶ୍ଚିତ କୋଳି ଖାଆନ୍ତୁ |

୪)ଟମାଟୋ :ଭିଟାମିନ ସି ରେ ଭରପୁର ଟମାଟୋ ଖରା ଦିନରେ ଶରୀର ରେ ଜଳୀୟ ଅଂଶ ବୃଦ୍ଧି କରିବା ସହ ଆପଣଙ୍କ ତ୍ୱଚା ଲାଗି ମଧ୍ୟ ବହୁ ମୂଲ୍ୟ ଅବଦାନ ପରି କାର୍ଯ୍ୟ କରେ |ଏହା ସୂର୍ଯ୍ୟ ଙ୍କ ଅହିତକାରୀ ଅତିବାଇଗଣୀ ରଶ୍ମି ରୁ ମଧ୍ୟ ତ୍ୱଚା କୁ ସୁରକ୍ଷା ଦେଇଥାଏ |

୫)ଦହି :ଦହି ପଖାଳ ,ଦହି ସାଲାଡ଼ ଆପଣଙ୍କୁ ଗ୍ରୀଷ୍ମ ରେ ଅବଶକୀୟ ପ୍ରୋଟିନ ଦେବା ସହ ,ଶରୀର କୁ ଶକ୍ତି ମଧ୍ୟ ଦେଇଥାଏ |ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ