1. କୃଷି ବିଶ୍ବକୋଷ

ଖାଦ୍ୟରେ ଲାଗିବ ତ୍ୟାଗ ..

ଖାଦ୍ୟରେ ଲାଗିବ ତ୍ୟାଗ ..

KJ Staff
KJ Staff

କେଉଁଥିରେ ଅଧିକ ସୁଗାର ଏବଂ କେଉଁଥିରେ ଚର୍ବି !
ଏଫ.ଏସ.ଏସ.ଏ.ଆଇ ର ନୂତନ ନିୟମ

ଚିପ୍ସ ,ବିସ୍କୁଟ ,ଜୁସ ଇତ୍ୟାଦି ର ନିର୍ମାତା କମ୍ପାନୀ ମାନଙ୍କୁ ଏବେ ବହୁତ ଶୀଘ୍ର ନିଜ ଉତ୍ପାଦ ର ପ୍ୟାକେଟ ଆଗ ପଟରେ ଅଧିକ ସୁଗାର ,ଫ୍ୟାଟ ,କ୍ୟାଲୋରୀ ଇତ୍ୟାଦି ରହିଥିବାରୁ ,ସେଥିରେ ନାଲି ରଙ୍ଗ ର ତ୍ୟାଗ ଲଗାଇବାକୁ ପଡିବ |
ମାତ୍ର ଏହି ନିୟମାବଳୀ ରୁ ଅସନ୍ତୁଷ୍ଟ ଖାଦ୍ୟ ନିର୍ମାତା ମାନେ|ଏହି ନିୟମ ର କୌଣସି ବୈଜ୍ଞାନିକ ଆଧାର ନାହିଁ ବୋଲି କହିଛନ୍ତି ଅଳ ଇଣ୍ଡିଆ ଫୁଡ ପ୍ରୋସେସର ଆସୋସିଏସନ ( ଏଆଇଏଫପିଏ) ର ଅଧ୍ୟକ୍ଷ ସୁବୋଧ ଜିନ୍ଦଲ |ସେ କହିଛନ୍ତି ଯେ ଅଧିକ ଲୁଣ ,ଫ୍ୟାଟ ,ସୁଗାର ଇତ୍ୟାଦି ଗ୍ରାହକ ଙ୍କର ଖାଇବା ଶୈଳୀ ଉପରେ ନିର୍ଭରଶୀଳ ,ଖାଦ୍ୟ ଉପରେ ନୁହେଁ |ଏହା ବ୍ୟତୀତ ଏମିତି ତ୍ୟାଗ ଲଗାଇଲେ ,ଘରୋଇ ଖାଦ୍ୟ ଯେପରି ଦୁଗ୍ଧ ଏବଂ ଫଳ ରସ ମଧ୍ୟ ଏଥିରୁ ବାତ ପଡିବେ ନାହିଁ କାରଣ ଏହି ସବୁ ଖାଦ୍ୟ ରେ ଆବଶ୍ୟକ ଠାରୁ ଅଧିକ ସୁଗାର ଏବଂ ଫ୍ୟାଟ ରହିଥାଏ |

ଏହିପରି କରିବା ବ୍ୟତୀତ ଯଦି ଏଫଏସଏସଏଆଇ ଗ୍ରାହକ ମନକୁ ଉନ୍ନତଖାଦ୍ୟ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାର ପରାମର୍ଶ ଦେଏ ତେବେ ତାହା ଅଧିକ ଉଚିତ ହେବ ବୋଲି ମନେ କରୁଛନ୍ତି ସୁବୋଧ ଜିନ୍ଦଲ |ଏହା ସହ ବହୁତ ଖାଦ୍ୟ ନିର୍ମାତା ମନେ ଏହି ପରି ଅସ୍ୱାସ୍ଥ୍ୟକର ଖାଦ୍ୟ ର ଅନ୍ୟ ବିକଳ୍ପ ମଧ୍ୟ ଦେଇଥାନ୍ତି ମାତ୍ର ଏହା ସମ୍ପୂର୍ଣ ଭାବେ ଗ୍ରାହକ ଉପରେ ନିର୍ଭରଶୀଳ ଯେ ସେ କାହାକୁ ଚୟନ କରିବା

ଏହା ବ୍ୟତୀତ ଖାଦ୍ୟ ନିର୍ମାତା ମାନଙ୍କୁ କ୍ୟାଲୋରୀ ,ଅଧିକ ସୁଗାର ,ଫ୍ୟାଟ ,ସୋଡ଼ିଅମ ଇତ୍ୟାଦି ର ସମ୍ପୂର୍ଣ ବିବରଣୀ ମଧ୍ୟ ପ୍ୟାକେଟ ଉପରେ ଲେଖିବା ବାଧ୍ୟତାମୂଳକ |ଏହିନିୟମ ସମସ୍ତ ସମୀକ୍ଷକ ଙ୍କ ରାୟ ନେଲା ପରେ ଧୀରେ ଧୀରେ ୩ ବର୍ଷମଧ୍ୟରେ ଲାଗୁ କରାଯିବ |

ଏମିତି କରିଲେ ଗ୍ରାହକ ମାନେ ଜାଣିପାରିବେ ସେ କଣ ଖାଉଛନ୍ତି ଏବଂ ଏହା କେତେ ଦୂର ସ୍ୱାସ୍ଥ୍ୟକାରକ ବୋଲି ମତ ଦେଇଛନ୍ତି, ଏଫଏସଏସଏଆଇ ର ଚିଫ ଏକସିକ୍ୟୁଟିଭ ପବନ କୁମାର ଅଗ୍ରୱାଲ |
ହଲ ରୁ ଜଣେ ବକ୍ତା ମତ ଦେଇଛନ୍ତି ଯେ ଏପରି ଏକ ପଦକ୍ଷେପ ଉଲ୍ଳେଖନିଅ କାରଣ ଏହା ଦ୍ୱାରା ଗ୍ରାହକ ଏବଂଖାଦ୍ୟ ନିର୍ମାତାମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହୋଇପାରିବ |ହଲ ରେ ଆମେ ସର୍ବଦା ଚେଷ୍ଟା କରୁ ଗ୍ରାହକ ଙ୍କୁ ଯଥା ସମ୍ଭବ ସହଜ ଓ ସରଳ ଉପାୟରେ ଖାଦ୍ୟ ର ସାମଗ୍ରୀ ବିଷୟରେ ବିସ୍ତୃତ ସୂଚନା ଦେବାକୁ |୨୦୧୫ ରୁ ଆମେ ସର୍ବଦା ପ୍ୟାକେଟ ଉପରେ ସମ୍ପୂର୍ଣ ବିବରଣୀ ସହ ,୫ ଟି ଜରୁରୀ ନ୍ୟୁଟ୍ରିଏଣ୍ଟ ସହ ୮ ଟି ଆବଶ୍ୟକ ସାମଗ୍ରୀ ର ସୂଚନା ସାଙ୍ଗରେ ପ୍ରତି ଥର ଖାଇଲେ କେତେ ଉର୍ଜା ମିଳିବ ତା ବିଷୟରେ ମଧ୍ୟ ସୂଚନା ଦେବାକୁ କୁ ପ୍ରୟାସ କରିଆସୁଛୁ |ତେଣୁ ଏଫଏସଏସଏଆଇ ର ଏହି ନୂତନ ନିୟମାବଳୀ କୁ ଆମେ ସମ୍ପୂର୍ଣ ଭାବେ ସମର୍ଥନ କରୁଚୁ ବୋଲି ସେ ମତ ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments