
ଧାନ ବିଶ୍ୱ ର ଏକ ପ୍ରମୁଖ ଶସ୍ୟ ଜାତିଆ ଫସଲ ତେଣୁ ନାନଜିଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଓ ଜୋନ ଇନେସ ର ଡଃ ଟୋନି ମିଲର ଏପରି ଏକ ଧାନ ର ଉଦ୍ଭାବନ କରିଛନ୍ତି ଯାହାର ଅମଳ ସାଧାରଣ ଧାନ ଠାରୁ ଶତକଡା ୫୪ ଭାଗ ଅଧିକ |ଏହି ଧାନ ନିଜ ମଧ୍ୟରେ ମାଟି ରେ ପି.ଏଚ ମାତ୍ର କୁ ପରିଚାଳିତ କରିବାରେ ସକ୍ଷମ ;ଫଳରେ ମାଟି ର ପି.ଏଚ ରେ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଅମଳ ରେ କୌଣସି ପ୍ରଭାବ ପଡେ ନାହିଁ |

ଡାଲି ଜାତିଆ ଫସଲ ବ୍ୟତୀତ ଅନ୍ୟ ସମସ୍ତ ଫସଲ କୁ ଯବକ୍ଷାରଜାନ ର ଆବଶ୍ୟକ ହୋଇଥାଏ ଏବଂ ଏହା ଆମୋନିଅମ ବା ନାଇଟ୍ରେଟ ଆକାରରେ ଗଛ ର ଚେର କୁ ମିଳିଥାଏ |ତେଣୁ ଅଧିକ ନାଇଟ୍ରେଟ ବା ଅଧିକ ଆମୋନିଅମ ଉଭୟ ଗଛ ଲାଗି କ୍ଷେତିକାରକ |ଏହାର ନିରାକରଣ ଲାଗି ଧାନ ରେ ଥିବା ଏକ ଜିନ ଓଏସଏନଆରଟି ୨.୩(OsNRT2.3 ) ଯାହା ଗଛ ମଧ୍ୟରେ ନାଇଟ୍ରେଟ କୁ ପରିଚାଳିତ କରିଥାଏ |

ଏହି ଜିନ ରୁ ତିଆରି ପ୍ରୋଟିନ OsNRT2.3b ଗଛ ମଧ୍ୟ ର ପି.ଏଚ ଅନୁଯାଇ ନାଇଟ୍ରେଟ ପରିଚାଳିତ କରିଥାଏ ଏବଂ ଏହା ଦ୍ୱାରା ଗଛ ଯବକ୍ଷାରଜାନ ବ୍ୟତୀତ ଲୌହ ଏବଂ ଫସଫରସ ଅଧିକ ଦକ୍ଷତା ସହ ବ୍ୟବହାର କରିଥାଏ |ଫଳସ୍ୱରୂପ ଧାନ ଅମଳ ଶତକଡା ୫୪ ଭାଗ ବୃଦ୍ଧି ହେବ ସହ ଯବକ୍ଷାରଜାନ ର ବ୍ୟବହାର ଦକ୍ଷତା ଶତକଡା ୪୦ ଭାଗ ବୃଦ୍ଧି ହୁଏ |
Share your comments