Krishi Jagran odia
Menu Close Menu

ଏବେ ବଢିବ ଧାନ ର ଉତ୍ପତି ….

Thursday, 10 January 2019 04:48 PM

ଧାନ ବିଶ୍ୱ ଏକ ପ୍ରମୁଖ ଶସ୍ୟ ଜାତିଆ ଫସଲ ତେଣୁ  ନାନଜିଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଜୋନ ଇନେସ ଡଃ ଟୋନି ମିଲର ଏପରି ଏକ ଧାନ ଉଦ୍ଭାବନ କରିଛନ୍ତି ଯାହାର ଅମଳ ସାଧାରଣ ଧାନ ଠାରୁ  ଶତକଡା ୫୪ ଭାଗ ଅଧିକ |ଏହି ଧାନ ନିଜ ମଧ୍ୟରେ ମାଟି ରେ ପି.ଏଚ ମାତ୍ର କୁ ପରିଚାଳିତ କରିବାରେ ସକ୍ଷମ ;ଫଳରେ ମାଟି ପି.ଏଚ ରେ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଅମଳ ରେ କୌଣସି ପ୍ରଭାବ ପଡେ ନାହିଁ |

rice gene

ଡାଲି ଜାତିଆ ଫସଲ ବ୍ୟତୀତ ଅନ୍ୟ ସମସ୍ତ ଫସଲ କୁ ଯବକ୍ଷାରଜାନ ଆବଶ୍ୟକ ହୋଇଥାଏ ଏବଂ ଏହା ଆମୋନିଅମ ବା ନାଇଟ୍ରେଟ ଆକାରରେ ଗଛ ଚେର କୁ ମିଳିଥାଏ |ତେଣୁ ଅଧିକ ନାଇଟ୍ରେଟ ବା ଅଧିକ ଆମୋନିଅମ ଉଭୟ ଗଛ ଲାଗି କ୍ଷେତିକାରକ |ଏହାର ନିରାକରଣ ଲାଗି ଧାନ ରେ ଥିବା ଏକ ଜିନ ଓଏସଏନଆରଟି .(OsNRT2.3 ) ଯାହା ଗଛ ମଧ୍ୟରେ ନାଇଟ୍ରେଟ କୁ ପରିଚାଳିତ କରିଥାଏ |

rice

ଏହି ଜିନ ରୁ ତିଆରି  ପ୍ରୋଟିନ  OsNRT2.3b ଗଛ ମଧ୍ୟ ପି.ଏଚ ଅନୁଯାଇ ନାଇଟ୍ରେଟ ପରିଚାଳିତ କରିଥାଏ ଏବଂ ଏହା ଦ୍ୱାରା ଗଛ ଯବକ୍ଷାରଜାନ ବ୍ୟତୀତ ଲୌହ ଏବଂ ଫସଫରସ ଅଧିକ ଦକ୍ଷତା ସହ ବ୍ୟବହାର କରିଥାଏ |ଫଳସ୍ୱରୂପ ଧାନ ଅମଳ ଶତକଡା ୫୪ ଭାଗ ବୃଦ୍ଧି ହେବ ସହ ଯବକ୍ଷାରଜାନ ର ବ୍ୟବହାର ଦକ୍ଷତା ଶତକଡା ୪୦ ଭାଗ ବୃଦ୍ଧି ହୁଏ |

Share your comments


CopyRight - 2019 Krishi Jagran Media Group. All Rights Reserved.