ଗଛ ଦ୍ୱାରା କରନ୍ତୁ ମଶା ର ଉପଚାର
ବର୍ଷା ଦିନରେ ଅତ୍ୟଧିକ ମଶା ହେବା ବେଶ ସ୍ୱାଭାବିକ |ଘର ପରିପାର୍ଶ୍ଵ ରେ ପାଣି ଜମିଲେ ମଶା ମାନଙ୍କ ମାତ୍ରା ରେ ବେଶ ବୃଦ୍ଧି ହୋଇଥାଏ ଏବଂ ଏହା ସହ ବଢିଥାଏ ମେଲେରିଆ ଡେଙ୍ଗୁ ପରି ଭୟଙ୍କର ରୋଗ ର ଆସନକ |ତେବେ ମଶା ଲାଗି ହୁଏତ ଆପଣ ବିଭିନ୍ନ ଉପଚାର କରିଥିବେ ହେଲେ ବୃକ୍ଷ ଦ୍ୱାରା ମଶା ର ନିୟନ୍ତ୍ରଣ କରିବା ର ଉପାୟ ଉଭୟ ପରିବେଶ ର ସଂରକ୍ଷଣ କରିବା ସହ ଆପଣଙ୍କୁ ବିଭିନ୍ନ ରାସାୟନିକ ଦ୍ରବ୍ୟ ର କୁପ୍ରଭାବ ରୁ ରକ୍ଷା ମଧ୍ୟ କରିଥାଏ |
ଏହି ଗଛ ଦେବ ମଶା ରୁ ସୁରକ୍ଷା :
୧)ସିଟ୍ରନେଲା :
ମଶା ନିୟନ୍ତ୍ରଣ କରିବା ଲାଗି ବ୍ୟବହାର ହେଉଥିବା କ୍ରିମ ବା ଲୋସନ ର ମୁଖ୍ୟ ଅଂଶ ଥାଏ ଏହି ବୃକ୍ଷ |ଏହି ବୃକ୍ଷ ର ଏକ ବିଶିଷ୍ଟ ସୁଗନ୍ଧ ରହିଛି ଯାହା ଦ୍ୱାରା ମଶା ମାନେ ପରିପାର୍ଶ୍ଵ ର କୌଣସି ଅନ୍ୟ ଗନ୍ଧ ଦ୍ୱାରା ଆକର୍ଷିତ ହୁଅନ୍ତି ନାହିଁ ୫ ରୁ ୬ ଫୁଟ ଉଚତା ଥିବା ଏହି ଘାସ କୁ ଖୁବ ସହଜରେ ନିଜର ପରିପାର୍ଶ୍ୱରେ ଲଗାଇପାରିବେ |
୨)ଗେଣ୍ଡୁ :
କୀଟ ପ୍ରତିରୋଧ କରିବା ରେ ଏହାର ବିଶେଷ କ୍ଷମତା ରହିଥାଏ |ଏହାକୁ ପନିପରିବା ଚାଷ ରେ ମଧ୍ୟ ଏହାକୁ କୀଟ ନିୟନ୍ତ୍ରଣ ଲାଗି ଜମି ର ପରିପାର୍ଶ୍ଵ ରେ ଲଗାଯାଏ |ଏଥିରେ ଥିବା ପାଇରେଥ୍ରେମ ନାମକ ଏକ ରାସାୟନିକ ଦ୍ରବ୍ୟ କୀଟ ନିୟନ୍ତ୍ରଣ ରେ ବିଶେଷ ଅଂଶ ଗ୍ରହଣ କରେ |ଏହାକୁ ଟମାଟୋ ଫସଲର ଚାରିପାଖ ରେ ଲଗାଇଲେ ମଧ୍ୟ ତାମତର ରେ ପୋକ ଲାଗନ୍ତି ନାହିଁ |ଏହା ବ୍ୟତୀତ ଆପଣ ବଗିଚା ରୁ ପ୍ରତିଦିନ ସୁନ୍ଦର ଫୁଲ ମଧ୍ୟ ପାଇବେ |
୩)ଵେଶୀଲ:
କୀଟ ନିୟନ୍ତ୍ରଣ ବ୍ୟତୀତ ଏଥିରେ ଅତ୍ୟଧିକ ଔଷଧୀୟ ତତ୍ୱ ମଧ୍ୟ ରହିଛି |ବିଭିନ୍ନ ବ୍ୟଞ୍ଜନ ରେ ଏହା କୁ ବ୍ୟବହାର କରାଯାଏ | ଏହାକୁ ଖୁବ ସହଜରେ ମଧ୍ୟ ବଗିଚା ବା କୁଣ୍ଡ ରେ ଲଗାଇପାରିବେ |ମଶା ନିୟନ୍ତ୍ରଣ କରିବାରେ ଏହାବିଶେଷ ଉପକାରୀ |
୪)ରସୁଣ
ରସୁଣ ର ବାସ୍ନା ଯୋଗୁ ଏହା ପ୍ରତ୍ୟେକ ଓଡ଼ିଆ ଘରେ ସୁପରିଚିତ |ପ୍ରାଚୀନ କାଳରେ ରସୁଣ ଘର ଆଗରେ ରଖିଲେ ଭୁତ ପ୍ରେତ ଙ୍କ ଠାରୁ ରକ୍ଷା ମିଳେ ବୋଲି ମାନ୍ୟତା ରହିଥିଲା |ତେବେ ନିଜ ବଗିଚା ରେ ରସୁଣ ଲଗାଇବାକୁ ଭୁଲନ୍ତୁ ନାହିଁ ,ଏହା ଖାଦ୍ୟ ଲାଗି ରସୁଣ ଯୋଗାଇବା ସାଙ୍ଗରେ ମଶା ଠାରୁ ମଧ୍ୟ ମୁକ୍ତି ଦେଇଥାଏ |
୫)ପୋଦିନା :
ପୋଦିନା ପତ୍ର ରେ ମଧ୍ୟ ବହୁ ଔଷଧୀୟ ଗୁଣ ରହିବା ସାଙ୍ଗରେ ଏହାକୁ ବିଭିନ୍ନ ସ୍ୱାଦିଷ୍ଟ ବ୍ୟାନଜନରେ ଏହା ର ବାସ୍ନା ହେତୁ ବ୍ୟବହାର କରାଯାଏ |ମଶା କାମୁଡିଥିବା ଜାଗାରେ ଏହାର ପତ୍ର କୁ ଲଗାଇଲେ ଆରାମ ମିଳେ |ତେଣୁ ଏହାକୁ ମଧ୍ୟ ନିଜ ବଗିଚା ରେ ସ୍ଥାନ ଦିଅନ୍ତୁ ,ଏହା ଦ୍ୱାରା ମଶା ନିୟନ୍ତ୍ରଣ ହୋଇଥାଏ |
Share your comments