1. କୃଷି ବିଶ୍ବକୋଷ

ଶସ୍ତା ହେଲା ଅଦା!

ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଅଦା । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭରେ ପ୍ରବଳ ବର୍ଷା ହୋଇଥିବାରୁ ସମସ୍ତ ଫସଲକୁ ନଷ୍ଟ କରିଦେଇଥିଲା । ଯାହାକୁ ନେଇ ଚିନ୍ତାରେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Sudesna Nayak
Sudesna Nayak
ginger cultivation

ginger cultivation

ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଅଦା । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭରେ ପ୍ରବଳ ବର୍ଷା ହୋଇଥିବାରୁ ସମସ୍ତ ଫସଲକୁ ନଷ୍ଟ କରିଦେଇଥିଲା । ଯାହାକୁ ନେଇ ଚିନ୍ତାରେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ginger cultivation

ginger cultivation

ପ୍ରତିବର୍ଷ ବଜାରରେ ଅଦାର ଚାହିଦା ବେଶ ଅଧିକ ଥାଏ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଚଳିତ ବର୍ଷ ବଜାରରେ ଶସ୍ତା ହେଲା ଅଦାର ମୂଲ୍ୟ । ଔରଙ୍ଗାବାଦ ଜିଲ୍ଲାର ଭଦାରୀ, ଧନୋରା, ମାଣ୍ଡଗାଓଁ, ଡିଡଗାଓଁ ଅଞ୍ଚଳରେ ନୂତନ ଚାଷୀମାନେ ଅଦା ଚାଷ କରିବା ଆରମ୍ଭ କରିଦେଇଛନ୍ତି । ଏହି ଅଞ୍ଚଳର କୃଷକମାନେ କ୍ୱିଣ୍ଟାଲ ପିଛା 4000 ହଜାର ଟଙ୍କାରେ ଅଦା ମଞ୍ଜି କିଣିଛନ୍ତି, ଏହା ବ୍ୟତୀତ ବର୍ଷସାରା ଚାଷର ମୂଲ୍ୟ ଭିନ୍ନ ଅଟେ । କିନ୍ତୁ କୃଷକମାନଙ୍କୁ ଅଦା ମୂଲ୍ୟ କ୍ୱିଣ୍ଟାଲ ପିଛା 700 ଟଙ୍କା ପାଉଛନ୍ତି । ସେଥିପାଇଁ ଅଦାର ବିକ୍ରି ବହୁ ପରିମାଣରେ ହେବାରେ ଲାଗିଛି । କିନ୍ତୁ ବ୍ୟବସାୟୀମାନେ ମିଳୁନଥିବାରୁ ଚିନ୍ତାରେ ଚାଷୀ ।

ଔରଙ୍ଗାବାଦ ଜିଲ୍ଲାର ଭଦାରୀ, ଧନୋରା ଅଞ୍ଚଳରେ କୃଷକମାନେ ମୁଖ୍ୟ ଖରିଫ ଫସଲ ସହିତ ଅଦା ଚାଷ କରୁଛନ୍ତି । ଉତ୍ପାଦନର ବୃଦ୍ଧି ସହିତ ସେ ଏହି ପରୀକ୍ଷଣ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ବର୍ଷା ହେତୁ ଅଦା ଫସଲ ବୃଦ୍ଧି ପାଉଛି ଯେଉଁଥିପାଇଁ ଉତ୍ପାଦନ ବୃଦ୍ଧି ପାଇଛି । ଯେଉଁଥି ପାଇଁ ଅଦାର ମୂଲ୍ୟ ବଜାରରେ କ୍ୱିଣ୍ଟାଲ ପିଛା 700 ଟଙ୍କା ଅଟେ ।

ସୂର୍ଯ୍ୟମୁଖୀ ଚାଷ ବିଷୟରେ ଆପଣ ଜାଣନ୍ତି କି ??

ଲଙ୍କା ଚାଷ ବିଷୟରେ ଜାଣିଛନ୍ତି କି ??

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments