Agripedia

ଔଷଧୀୟ ଗୁଣ ପାଇଁ କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ରତା

କେବଳ କନ୍ଧମାଳ ହଳଦୀ ନୁହେଁ କନ୍ଧମାଳ ଅଦାର ଚାହିଦା ଏବେ ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍‌’ର ଚାହିଦା ଆକାଶଛୁଆଁ ରହିଛି ।

15 December, 2022 11:47 AM IST By: Tanushree Mahapatra

କେବଳ କନ୍ଧମାଳ ହଳଦୀ  ନୁହେଁ କନ୍ଧମାଳ ଅଦାର ( kandhamala ginger ) ଚାହିଦା ଏବେ ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ  କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍‌’ର  ଚାହିଦା ଆକାଶଛୁଆଁ ରହିଛି । ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଅଦା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

କମ ତାପମାତ୍ରା ଏବଂ ପାହାଡିଆ ଜମିରେ ହେଉଥିବା ଫସଲ ମଧ୍ୟରୁ କନ୍ଧମାଳରେ ବହୁଳ ଭାବେ ଅଦା ଏବଂ ହଳଦୀ ଚାଷ ହେଉଛି ।ଅନ୍ୟପଟେ ଫୁଲବାଣୀ ଆଇଟିଡ଼ିଏ ପକ୍ଷରୁ ଚଳିତ ବର୍ଷ ୨୬୧ ଜଣ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇଥିଲା । ଯାହା ଦ୍ୱାରା ଚାଷୀ ମାନେ ୧୦ ଗୁଣା ଅଧିକ ଅଦା ଉତ୍ପାଦନ କରିପାରିଛନ୍ତି ।

ଚଳିତ ୨୦୨୨-୨୩ ବର୍ଷରେ କନ୍ଧମାଳ ଜିଲ୍ଲାରେ ୧୮୫୦ ହେକ୍ଟର ଜମିରେ ଅଦା ଚାଷ କରାଯାଇଛି। ପ୍ରାୟ ୩୦୦୦ ମେଟ୍ରିକ୍‌ ଟନ୍‌ ଅଦା ଅମଳ କରାଯିବାର ଲକ୍ଷ୍ୟ ରହିଛି। ବର୍ଷର ଏପ୍ରିଲ-ମେ ମାସ ବେଳକୁ ଅଦା ରୋପଣ କରାଯାଇଥାଏ ଡିସେମ୍ବର-ଜାନୁଆରି ମାସରେ ଏହାର ଅମଳ ହୋଇଥାଏ।ଆଉ କନ୍ଧମାଳ ‘ଜିଞ୍ଜର ସ୍ଲାଇସ୍‌’ର ଦେଶବିଦେଶରେ ବହୁତ ଚାହିଦା ରହିଛି  l ‘ଜିଞ୍ଜର ସ୍ଲାଇସ’ କିଣିବାକୁ ‘କୋଲ୍‌କେଟାଲ, ମିରାକ୍ଲି ଟି, ଲକ୍ଷ୍ନୌର କମ୍ପାନି ‘ଅର୍ଗାନିକ ଇଣ୍ଡିଆ’, ରାଜସ୍ଥାନର ‘ଆଗ୍ରୋନିକ’ ଭଳି ପ୍ରତିଷ୍ଠିତ କମ୍ପାନି ଚୁକ୍ତିବଦ୍ଧ ହୋଇଛନ୍ତି ।

କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ରତା । ଔଷଧୀୟ ଗୁଣ ପାଇଁ ରହିଛି ଚାହିଦା । ଅଦା ଚାଷ ପାଇଁ କନ୍ଧମାଳ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ । କମ୍ ତାପମାତ୍ରା ଓ ପାହାଡ଼ିଆ ଜମିରେ ଏହି ଜିଲ୍ଲାରେ ଭଲ ଅଦା ଚାଷ ହୋଇଥାଏ । ଜିଲ୍ଲାର ପ୍ରାୟ ଶତ ପ୍ରତିଶତ ଚାଷୀ ଏହି ଅଦା ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାଆନ୍ତି । ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ୨୨ ରୁ ୨୫ ଶହ ହେକ୍ଟର ଜମିରେ ପ୍ରତିବର୍ଷ ଅଦା ଚାଷ କରନ୍ତି । ଏହି ଜମିରୁ ପ୍ରାୟ ୩୦ ରୁ ୩୫ ଶହ ମେଟ୍ରିକ୍ ଟନ ଅଦା ଉତ୍ପାଦନ ହୋଇଥାଏ । ନିଜେ ରଖିଥିବା ବିହନରେ ପାରମ୍ପରିକ ପଦ୍ଧତିରେ ଚାଷୀ ମାନେ ଅଦା ଚାଷ କରୁଛନ୍ତି । କନ୍ଧମାଳ ଅଦାରେ ଥିବା ଔଷଧିୟ ଗୁଣ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଏହାର ଚାହିଦା ରହିଛି ।

ବିନା କୀଟନାଶକରେ ହେଉଛି ଅଦା ଚାଷ । ଜୈବିକ ଖତ ପ୍ରୟୋଗ କରି ଚାଷ କରୁଛନ୍ତି ଚାଷୀ । ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଚାଷ ଜମି ଗୁଡିକୁ ବିଶେଷ ଜଳସେଚନର ସୁବିଧା ନାହିଁ । ତେଣୁ ପାହାଡିଆ ଏବଂ ଢିପ ଜମି ଗୁଡିକରେ ଏଠିକାର ଚାଷୀ ମାନେ ବହୁଳ ପରିମାଣରେ ଅଦା ହଳଦୀ ତଥା ମସଲା ଜାତୀୟ ଫସଲ କରିଥାନ୍ତି । ବିନା କୀଟନାଶକରେ ଚାଷ ହେଉଥିବାରୁ କନ୍ଧମାଳର ଅଦା ଏବଂ ହଳଦୀର ବେଶ ଚାହିଦା ରହିଛି । ଚାଷୀ ମାନେ ଅଦାକୁ ପ୍ରାୟତଃ ଜୁନ-ଜୁଲାଇ ମାସରେ ଲଗାଇଥାନ୍ତି । ଜାନୁଆରୀ-ଫେବ୍ରୁୟାରୀ ମାସରେ ଅମଳ କରିଥାନ୍ତି ।

ଜମିକୁ ହଳ କରି ପ୍ରଥମେ ମାଟି ହଲୁକା କରନ୍ତି ତାପରେ ଅଦା ବିହନ ଗୁଡିକୁ ମାଟିରେ ପ୍ରାୟ ୧ ଫୁଟ ଦୂରାତାରେ ଧାଡି ଧାଡି କରି ପୋତିଥାନ୍ତି । ଅଦା ଗଛ ଉପରେ ଡ଼ାଳ ପତ୍ର ଗୁଡ଼ିକ ଘୋଡ଼ାଇ ଦେଇଥାଆନ୍ତି । କିଛି ଦିନ ପରେ ଘୋଡ଼ା ହୋଇଥିବା ଡ଼ାଳ ପତ୍ର ଗୁଡ଼ିକୁ ବାହାର କରି ଜମିକୁ କୋଡାଖୋସା କରି ଜୈବିକ ଖତ ଦିଅନ୍ତି । ଅଦା ଗୁଡିକ ଭଲ ଗଣ୍ଠି ଧରିବା ପରେ ଜାନୁଆରୀ- ଫେବ୍ରୃୟାରୀ ମାସରେ ଚାଷୀ ମାନେ ମାଟିରୁ ଅଦା ଖୋଳି କଞ୍ଚା ମାଟି ଗୁଡ଼ିକୁ ଝାଡି ଅଦାକୁ ବିକ୍ରୟ ଉପେଯାଗୀ କରିଥାନ୍ତି । ଏଭଳି ବହୁ ପରିଶ୍ରମ କରି ଅଦା ବାହାରିବା ପରେ ପୁଣି ତାକୁ ପ୍ରାୟ ଏକ ମାସ ମଧ୍ୟରେ ବିକ୍ରୟ କରନ୍ତି ।

ବାସଙ୍ଗ ଗଛର ଚାଷ ଓ ଗୁଣ ଏବଂ ଉପକାରିତା

କେଶ ଓ ଚର୍ମ ସମସ୍ୟା ଦୂର କରେ ତେଲ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)