1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେଶ ଓ ଚର୍ମ ସମସ୍ୟା ଦୂର କରେ ତେଲ!

ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ସୋରିଷ ତେଲ ନିୟମିତ ମାଲିସ୍ କରିବା ତ୍ୱଚା ପାଇଁ ବେଶ ଲାଭଦାୟକ । ସୋରିଷ ତେଲ ବହଳିଆ ଓ ଭିଟାମିନ୍‌ ଇ’ରେ ଭରପୂର ହୋଇଥିବାରୁ ଏହାକୁ ଦେହରେ ଲଗାଇଲେ ପ୍ରାକୃତିକ ସନ୍‌ସ୍କ୍ରିନ୍‌ ଭଳି କାମ କରେ ।

Sudesna Nayak
Sudesna Nayak
best oils for hair and skin

best oils for hair and skin

ବହୁ ପୁରାତନ କାଳରୁ ତ୍ୱଚା (skin)ଓ କେଶ (hair)ର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲରେ ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରି ହେବ । ନଡିଆ ତେଲ (coconut oil) କୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡି ଦିଅନ୍ତୁ । ଏହା କରିବା ଦ୍ୱାରା କେଶର ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟା ଆଉ ରୁହେଁ ନାହିଁ ।

ସୂଚନା ଅନୁଯାୟୀ, ସୋରିଷ ତେଲ ( mustard oil ) ସମସ୍ତଙ୍କ ଘରେ ପ୍ରାୟତଃ ମିଳିଥାଏ। ଖାଦ୍ୟର ସ୍ଵାଦ ବଢାଇବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ସୋରିଷ ତେଲ (mustard oil)ର ଉପକାରିତା ସମ୍ପର୍କରେ ଜାଣିବା । ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ସୋରିଷ ତେଲ (mustard oil) ନିୟମିତ ମାଲିସ୍ କରିବା ତ୍ୱଚା ପାଇଁ ବେଶ ଲାଭଦାୟକ ।

ସୋରିଷ ତେଲ ( mustard oil) ବହଳିଆ ଓ ଭିଟାମିନ୍‌ ଇ’ରେ ଭରପୂର ହୋଇଥିବାରୁ ଏହାକୁ ଦେହରେ ଲଗାଇଲେ ପ୍ରାକୃତିକ ସନ୍‌ସ୍କ୍ରିନ୍‌ ଭଳି କାମ କରେ । ଚର୍ମର ଛିଦ୍ର ସବୁ ଉନ୍ମୁକ୍ତ କରି ଝାଳ ନିର୍ଗତ କରାଉଥିବାରୁ ଏହାକୁ ପ୍ରାକୃତିକ ବିଶୋଧକ ବୋଲି କୁହାଯାଏ । ସୋରିଷ ତେଲ ( mustard oil) ମାଲିସ କରିବା ଦ୍ୱାରା ଦେହରେ ଥିବା କଳାଦାଗ କ୍ରମେ ଝାପ୍‌ସା ହୋଇ ଚେହେରାର କାନ୍ତି ବଢ଼ିଥାଏ ।

ସୌନ୍ଦର୍ଯ୍ୟ ପ୍ରସାଧନରେ ତେଲ ସହ ମୁଲତାନୀ ମାଟିର ପ୍ରୟୋଗ ଗୁଣକାରୀ । ଏଥିରେ ସୋରିଷ ଓ ଜଡ଼ା ତେଲ ମିଶାଇ ଯାଇପାରେ । ପ୍ରଥମେ ମୁଲତାନୀ ମାଟିକୁ ପାଣିରେ କିଛି ସମୟ ଭିଜାନ୍ତୁ । ତାପରେ ସେଥିରେ ତେଲ ମିଶାଇ ମାସ୍କ ପରି ଲଗାନ୍ତୁ। ହାଲକା ଉଷୁମ ପାଣିରେ ଧୁଅନ୍ତୁ । ଏହା ତ୍ୱଚାକୁ ଉଜ୍ବଳ କରିବ । ସୋରିଷ ତେଲ (mustard oil)ରେ ହଳଦୀ ମିଶାଇ ମୁହଁ ଅବା ପୁରା ଶରୀରରେ ଲଗାଯାଇପାରେ। ତେଲ ହଳଦୀ ପ୍ରତ୍ୟହ ଲଗାଇଲେ ତ୍ୱଚା (skin) ଉଜ୍ବଳ ଓ କାନ୍ତିଯୁକ୍ତ ହୁଏ । ଓଠ ଫାଟିଲେ ରାତିରେ ଶୋଇବା ସମୟରେ ନାଭିରେ ଗୋଟିଏ ବୁନ୍ଦା ସୋରିଷ ତେଲ ପକାନ୍ତୁ, ଓଠ ଫାଟିବା ବନ୍ଦ ହୋଇଯିବ ।

ରାଶି ତେଲ (oil)କୁ ବଡି ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥାଏ । ଏହି ତେଲକୁ ମସାଜ କରିବା ଦ୍ୱାରା ତ୍ୱଚା ଚିକ୍କଣ ଦେଖାଯାଏ । ଏହାଛଡା ଏହି ତେଲରେ ଏସପିଏଫ ୪ ସନସ୍କ୍ରିନ ରହିଛି । ତେଣୁ ଯଦି ମୁହଁ ଶୁଷ୍କ ହେଉଥାଏ । ତେବେ ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।

ପ୍ରକାଶ ଥାଉ ଯେ, ଯୁବପିଢି ଠାରେ ପିମ୍ପଲ ଏକ ସାଧାରଣ ସମସ୍ୟା । କିନ୍ତୁ ଅନେକ ସମୟରେ ଏହି ପିମ୍ପଲ ମୁହଁରେ ଦାଗ ଛାଡିଯାଏ । ଏହି ଦାଗ ଗୁଡିକ ସହଜରେ ଯାଏ ନାହିଁ । ଏପରି କ୍ଷେତ୍ରରେ ଆପଣ ଏହାକୁ ମାଛ ତେଲ ବ୍ୟବହାର କରି ଦୂର କରିପାରିବେ । ଏଥିପାଇଁ ମାଛ ତେଲ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଚର୍ମରୁ ଦାଗ ଲିଭିବା ଆରମ୍ଭ କରିବ ଏବଂ ଦାଗଗୁଡ଼ିକ କିଛି ଦିନ ପରେ ଉଭେଇ ଯିବ ।

ସୋରିଷ ତେଲ (mustard oil)ର ବ୍ୟବହାର ଦ୍ୱାରା ଶରୀରର ହାଡ଼ ମଜବୁତ୍‌ ହେବାସହ ଅସହ୍ୟ ଥଣ୍ଡାରୁ ମୁକ୍ତି ମଧ୍ୟ ମିଳିଥାଏ ।

ଶୀତଦିନରେ ସୋରିଷ ତେଲର, ଜାଣନ୍ତୁ ଉପକାରିତା

ଜାଣନ୍ତୁ ଗୁଡ ର ଉପକାରିତା ବିଷୟରେ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments