ଏମିତି ସାଧାରଣତଃ କୀଟନାଶକରେ ହେଉଥିବା ଅପମିଶ୍ରଣକୁ ନେଇ କୃଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥାଏ l ଏହି ସମସ୍ୟାର ସମାଧାନ ପାଇଁ ସବୁବେଳେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥାଏ, କିନ୍ତୁ ଦୁଃଖର କଥା ଏହା ଯେ ଏ ପର୍ଯ୍ୟନ୍ତ ଏହି ସମସ୍ୟାର କୌଣସି ସମାଧାନ ବାହାରି ପାରିନାହିଁ l ଆମ ଦଶରେ କୀଟନାଶକର ପରୀକ୍ଷାଗାର ୭୪ଟି ଓ ବିହନ ପରୀକ୍ଷାଗାର ୧୨୬ଟି ରହିଛି l ଆମ ଦେଶର ୧୪ କୋଟି କୃଷକଙ୍କୁ ଦୃଷ୍ଟିରେ ରଖି ଏହି ପରୀକ୍ଷାଗାର କଣ ପର୍ଯ୍ୟାପ୍ତ କି ? ଉତ୍ତର ଅତି ସରଳ ଯେ ଏତିକି ପରୀକ୍ଷାଗାର କଦାପି ପର୍ଯ୍ୟାପ୍ତ ନୁହେଁ, ତେଣୁ ସରକାର ଏହି ସମସ୍ୟାକୁ ସମାଧାନ କରିବା ପାଇଁ କେଉଁ ପଦକ୍ଷପ ଗ୍ରହଣ କରୁଛନ୍ତି ଏବଂ କଣ ପଦକ୍ଷପ ଗ୍ରହଣ କରିସାରିଛନ୍ତି ଏହି ସବୁ ପ୍ରଶ୍ନ ଏବେ ମଧ୍ୟ ନିରୁତ୍ତର ହୋଇ ରହିଛି l ଯାହାର କୁପରିଣାମ ଆମ କୃଷକ ଭାଇମାନଙ୍କୁ ହିଁ ଭୋଗିବାକୁ ପଡୁଛି ଏବଂ ଏହାର ପ୍ରଭାବ କେଉଁଠି ନା କେଉଁଠି ଆମ ଖାଉଟିମାନଙ୍କ ଉପରେ ମଧ୍ୟ ପଡୁଛି l
ତେଣୁ ସଂସଦରେ ହୋଇଥିବା ମୌସୁମୀ ଅଧିବେଶନରେ କୃଷକମାନଙ୍କ ସମସ୍ୟାକୁ ନେଇ ହୋଇଥିବା ଆଲୋଚନା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି l କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ଆଜି ଯାଏ ବାହାରିପାରିନାହିଁ l ଆଜି ପୁଣି ଥରେ ହରିୟାଣା ଓ ପଞ୍ଜାବ ସମେତ ଅନ୍ୟ କେତେକ ରାଜ୍ୟର କୃଷକମାନେ କୃଷକ ଯନ୍ତର ମନ୍ତର ଠାରେ ନିଜର ସମସ୍ୟାକୁ ନେଇ ପହଞ୍ଚିଯାଇଛନ୍ତି l ଏଥର ମହିଳା କୃଷକମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି l
ଏହି ପୁରା ବିଷୟ ବସ୍ତୁକୁ ନେଇ କୃଷି ବିଶେଷଜ୍ଞ ବିନୋଦ ଆନନ୍ଦ କହିଛନ୍ତି ଯେ, ରାସାୟନିକ ସାର ଓ ଉର୍ବରକ ପ୍ରସ୍ତୁତିରେ ଯେଉଁ ସବୁ ଅପମିଶ୍ରଣ କରାଯାଉଛି ତାହାକୁ ସୁଧାରିବା ପାଇଁ ଓ ଭାରତର କୃଷି ଆବଶ୍ୟକତାକୁ ପୂରଣ କରିବା ପାଇଁ ୭୪ ପରୀକ୍ଷାଗାର ଓ ୧୨୬ ବିହନ ସଂରକ୍ଷଣ କେନ୍ଦ୍ର କଦାପି ପର୍ଯ୍ୟାପ୍ତ ନୁହେଁ l ଏହାର ସିଧାସଳଖ ପ୍ରଭାବ ୨୦୨୨ ମସିହାରେ କୃଷକମାନଙ୍କର ଆୟ ଉପରେ ପଡିବ l ଏହା ମଧ୍ୟ ଜାଣି ରଖନ୍ତୁ ଯେ ନିଜ କୃଷିକ୍ଷେତ୍ର ପାଇଁ ସଠିକ ଓ ଗୁଣବତ୍ତାଯୁକ୍ତ କୀଟନାଶକ ପ୍ରାପ୍ତ କରିବା କୃଷକମାନଙ୍କର ମୌଳିକ ଅଧିକାର ଅଟେ l ଏହା ଆମ ନ୍ୟାୟ ବ୍ୟବସ୍ଥାର ୧୯୫୫ ଅଧିନିୟମରେ ଉଲ୍ଲେଖ ରହିଛି l ତେଣୁ ଏହି ବିଷୟକୁ ନେଇ ସଂସଦରେ ଚର୍ଚ୍ଚା ଜୋର ଧରିଛି l
୧୯୮୫ ମସିହାରେ କୀଟନାଶକ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା l ଯେଉଁଥିରେ ସମସ୍ତ କୀଟନାଶକ ଓ ଉର୍ବରକର ମାନ ନିର୍ଧାରଣ କରାଯାଇଥିଲା l ଯଦି କୌଣସି କମ୍ପାନୀ କୃଷକମାନଙ୍କୁ କୀଟନାଶକ ଓ ଉର୍ବରକ ଉପଲବ୍ଧ କରାଇବା ସମୟରେ ସେହି ନିର୍ଧାରିତ ମାନକୁ ବଜାୟ ନରଖେ, ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଯେଉଁଥିରେ କି ସେହି କମ୍ପାନୀର ମାଲିକଙ୍କୁ ୩ ରୁ ୫ ବର୍ଷର ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ l
Share your comments