1. କୃଷି ବିଶ୍ବକୋଷ

ଗିନି ଘାସ ଚାଷ ବେଶ ଲାଭଜନକ

ଗୋଖାଦ୍ୟ ବ୍ୟତୀତ ପରିବେଶ ସୁରକ୍ଷା ପାଇଁ ଘାସର ଅବଦାନ ଅଧିକ । ମାଟି ଉପରେ ଏହା ଗଲିଚା ଭଳି ବଢ଼ୁଥିବାରୁ ସୂର୍ଯ୍ୟ କିରଣ ସିଧାସଳଖ ମାଟିରେ ପଡ଼େନାହିଁ । ଯାହା ଫଳରେ ମାଟି ଥଣ୍ଡା ରହିବା ସହିତ ଆର୍ଦ୍ରତା ବଜାୟ ରହିଥାଏ ।

Sudesna Nayak
Sudesna Nayak
guinea grass

guinea grass

ଗୋଖାଦ୍ୟ ବ୍ୟତୀତ ପରିବେଶ ସୁରକ୍ଷା ପାଇଁ ଘାସର ଅବଦାନ ଅଧିକ । ମାଟି ଉପରେ ଏହା ଗଲିଚା ଭଳି ବଢ଼ୁଥିବାରୁ ସୂର୍ଯ୍ୟ କିରଣ ସିଧାସଳଖ ମାଟିରେ ପଡ଼େନାହିଁ । ଯାହା ଫଳରେ ମାଟି ଥଣ୍ଡା ରହିବା ସହିତ ଆର୍ଦ୍ରତା ବଜାୟ ରହିଥାଏ ।

ଖରାଦିନରୁ ବର୍ଷାଦିନ ଶେଷ ପର୍ଯ୍ୟନ୍ତ ଏହା ବିଭିନ୍ନ ସ୍ଥାନରେ ଅଧିକ ଦେଖାଯାଇଥାଏ । ଏହାର ପ୍ରତି ଗଣ୍ଠିରୁ ଚେର ବାହାରି ମାଟିକୁ ଦୃଢ଼ ଭାବେ ଜାବୁଡ଼ି ଧରିଥାଏ । ତେଣୁ ବର୍ଷାର ଶକ୍ତ ଟୋପା ଓ ବର୍ଷା ଜଳ ପ୍ରବାହ ସମୟରେ ଏହା ମୃତିକା କ୍ଷୟକୁ ରୋକିପାରେ । ମାଟି ଉପରେ ଘାସର ଉପସ୍ଥିତି ପାଇଁ ବର୍ଷା ପାଣି ଶୀଘ୍ର ଗଡ଼ିନଯାଇ ମାଟି ଭିତରକୁ ପ୍ରବେଶ କରେ ଯାହା ସେହି ସ୍ଥାନର ଜଳସ୍ତର ବୃଦ୍ଧିରେ ସହାୟକ ହୁଏ । ଗୋପାଳନ କରୁଥିବା ଚାଷୀ ନିଜ କ୍ଷେତରେ ଘାସ ଚାଷ କରିଲେ ଭଲ ଆମଦାନିର ଆଶା ରହିଛି । ଘାସ ଚାଷ କଲେ ଗୋରୁଙ୍କ ଦାନା ଖର୍ଚ୍ଚ କମିବା ସହ ଚାଷୀ ଗୋପାଳନରୁ ଅଧିକ ଲାଭ ପାଇପାରିବେ । ଗୋ-ଖାଦ୍ୟ ପାଇଁ ଦାନାର ଯେତିକି ଆବଶ୍ୟକତା ରହିଛି ସବୁଜ ଘାସର ଆବଶ୍ୟକତା ତା ଠାରୁ ଅଧିକ ।

 

ତେବେ ବିଭିନ୍ନ ପ୍ରକାରର ଘାସ ମଧ୍ୟରୁ ଗିନି ଘାସ ଚାଷ ବେଶ ଲାଭଜନକ । ଏହି ଘାସର ହାମିଲ, ରିଭରଡାଲ ଓ ମାକ୍ୟୁଇନ୍ ୩ଟି କିସମ ରହିଛି । ଗିନି ଘାସ ଅନ୍ୟ  ଘାସ ତୁଳନାରେ କୋମଳ ଏବଂ ଗୋରୁଗାଈଙ୍କ ପାଇଁ ବେଶ ଉପାଦେୟ । ଏହି ଗଛଗୁଡ଼ିକ ୪-୫ ଫୁଟ ଉଚ୍ଚ, ପତ୍ର ସରୁ ଏବଂ ଚେରରୁ ପିଲ ମାରି ଗୋଛା ବାନ୍ଧିବଢେ଼ । ଗୋଟିଏ ଜମିରୁ ଏହା ୩-୪ ମାସ ପର୍ଯ୍ୟନ୍ତ ଭଲ ଉତ୍ପାଦନ ଦିଏ । ସଠିକ ଖତସାର ପ୍ରୟୋଗ କଲେ ୨ ମାସ ଅନ୍ତରରେ କଟାଯାଇ ଏଥିରୁ ଭଲ ଅମଳ ମିଳିଥାଏ ।

ଜଳବାୟୁ, ମୃତ୍ତିକା, ଖତସାର କିପରି ଏବଂ କଣ ଆବଶ୍ୟକ ଜାଣନ୍ତୁ...

 

ଗିନି ଘାସର ବୃଦ୍ଧି ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ସହ ଅଳ୍ପ ମେଘୁଆ ଓ ଝିପିଝିପି ବର୍ଷା ଆବଶ୍ୟକ । ଅତ୍ୟଧିକ ଖରା ଓ ତୁଷାରପାତ ଏହି ଚାଷ ପାଇଁ କ୍ଷତିକାରକ । କେବଳ ଶୀତଦିନ ( ଡ଼ିସେମ୍ବର-ଜାନୁୟାରୀ ) ବ୍ୟତୀତ ବର୍ଷ ସବୁ ସମୟରେ ଗିନିଘାସ ଲଗାଯାଇପାରେ । ଜୁନରୁ ଅଗଷ୍ଟ ମାସ ଏଥିପାଇଁ ସର୍ବୋକୃଷ୍ଟ ।

 

ଉର୍ବର, ଗଭୀର, ଦୋରସା ଓ ଚିକ୍କଣ ଦୋରସା ମାଟି ଗିନିଘାସ ଚାଷ ପାଇଁ ଉପଯୁକ୍ତ । ଶେଷ ଓଡ଼ ଚାଷ ବେଳେ ହେକ୍ଟର  ପ୍ରତି ୨୦ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ୍ ।  ପ୍ରତ୍ୟେକ ଥର ଅମଳ ପରେ ହେକ୍ଟର ପ୍ରତି ୨୫ କି.ଗ୍ରା. ଯବକ୍ଷାରଜାନ୍ ପ୍ରୟୋଗ କରାଯାଏ । ଗିନିଘାସ ମଞ୍ଜି ବୁଣାଯାଇପାରେ ଓ ତଳି ପକାଇ ମାଣ୍ଡିଆ ଫସଲ ପରି ରୁଆଯାଇପାରେ । ଏକକ ଫସଲ ହିସାବରେ ଏହା ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୫୦ ସେ.ମି. ବ୍ୟବଧାନରେ ଲଗାଯାଏ ।

 

ଜଳସେଚନ - ମଞ୍ଜିବୁଣିବା ବା ତଳି ପକାଇବା ପରେ ୭ ଦିନ ଅନ୍ତରରେ ଦୁଇଥର ଜଳସେଚନ କରିବା ଉଚିତ୍ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments