1. କୃଷି ବିଶ୍ବକୋଷ

ଏକାଧିକ ଔଷଧୀୟ ଗୁଣରେ ଭରପୁର ଭୂଇଁନିମ୍ବ

ଭୁଇଁ ନିମ୍ବ ଗଛ ଔଷଧୀୟ ଗୁଣରେ ଭରି ରହିଥାଏ । ଏହି ଗଛର ପତ୍ର,କାଣ୍ଡ,ଡାଳ ସବୁ ଉପକାରୀ ହୋଇଥାଏ । ଯେଉଁ ବ୍ୟକ୍ତିମାନେ ସକାଳେ ଉଠି ବ୍ୟାୟାମ କରିପାରନ୍ତି ନାହିଁ କିମ୍ବା ରକ୍ତଚାପ ଏବଂ ପକ୍ଷାଘାତରେ ପୀଡ଼ିତ ହୋଇଥାନ୍ତି ସେମାନଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ ।

Sudesna Nayak
Sudesna Nayak
ground neem is very useful to health

ground neem is very useful to health

ଭୁଇଁ ନିମ୍ବ ଗଛ  ଔଷଧୀୟ ଗୁଣରେ ଭରି ରହିଥାଏ । ଏହି ଗଛର ପତ୍ର,କାଣ୍ଡ,ଡାଳ ସବୁ ଉପକାରୀ ହୋଇଥାଏ । ଯେଉଁ ବ୍ୟକ୍ତିମାନେ ସକାଳେ ଉଠି ବ୍ୟାୟାମ କରିପାରନ୍ତି ନାହିଁ କିମ୍ବା ରକ୍ତଚାପ ଏବଂ ପକ୍ଷାଘାତରେ ପୀଡ଼ିତ ହୋଇଥାନ୍ତି ସେମାନଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ । ପାଟିକୁ ପିତା ଲାଗିଥାଇ ପରେ, ହେଲେ ଭୂଇଁ ନିମ୍ବର ହିତ ଅନେକ । ହୋମିଓପ୍ୟାଥିକ ସିଦ୍ଧ, ୟୁନାନୀ, ଆୟୁର୍ବେଦିକ ଓ ଏଲୋପ୍ୟାଥିକ ଔଷଧ ତିଆରିରେ ଭୂଇଁନିମ୍ବର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି ।

ମ୍ୟାଲେରିଆ ଜ୍ଵର, ଯକୃତ ଜନିତ ରୋଗ, ଏହା ବ୍ୟତୀତ ପେଟ ସମସ୍ୟା ପାଇଁ ମଧ୍ୟ  ଏହା ଲାଭଦାୟକ ହୋଇଥାଏ ।  ଏହି ଗଛ ବହୁତ କଷ୍ଟରେ ଏକରୁ ଦେଢ଼ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହି ଗଛର ପତ୍ର, ଚେର ଏବଂ କାଣ୍ଡର ମିଶ୍ରଣ ପ୍ରସ୍ତୁତ କରି ପିଆଯାଏ । ଏଥିପାଇଁ ଏହାକୁ ଖରାରେ ଶୁଖାଯାଏ । ଶୁଖିବା ପରେ ଏହାକୁ ଗରମ ପାଣିରେ ଫୁଟାଇ ଛାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ । ଆମ ରାଜ୍ୟସମସ୍ତ ପାର୍ବତ୍ୟ ତଥା ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଭୂଇଁନିମ୍ବର ବାହୁଲତା ଦେଖାଯାଏ । ମୟୂରଭଞ ଜିଲ୍ଲାର ପଶ୍ଚିମବଙ୍ଗ ଓ ରାଞ୍ଚି, କେଉଁଝର ଓ ସୁନ୍ଦରଗଡରୁ ଛତିଶଗଡ, ରାୟଗଡା ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, କୋରାପୁଟ ଜିଲ୍ଲା ଜଙ୍ଗଲ ଗୁଡିକରୁ ଛତିଶଗଡ ରାଜ୍ୟ ଭୂଇଁନିମ୍ବ ରପ୍ତାନି କରାଯାଏ ।

ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଏହାର ଫାଇଦା ଜାଣିଛନ୍ତି ଏବଂ ପ୍ରଚୁର ମାତ୍ରାରେ ଏହାର ବ୍ୟବହାର କରିଥାନ୍ତି । ଏହା ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଛୋଟ ପିଲାଙ୍କୁ ଏଥିରୁ ପ୍ରସ୍ତୁତ କାଢ଼ା ପିଇବାକୁ ଦେଲେ ଛୋଟ ପିଲାଙ୍କ କୃମି ମରିଯାଆନ୍ତି ।

ଔଷଧୀୟ ଗୁଣ

ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ । ଏହାର ପତ୍ରକୁ ହଳଦୀସହିତ ବାଟି ଦେହରେ ଲଗାଇଲେ କୁଣ୍ଡିଆ ଭଲହୁଏ ।

ଖାଲି ପେଟରେ ଏହାର ପତ୍ର ରସ ସପ୍ତାହକୁ ଦୁଇ ଥର ପାନ କଲେ ମ୍ୟାଲେରିଆ ପ୍ରତିଷେଧକ ହୋଇଥାଏ ।

୫ ଗ୍ରାମ ଓଜନର ଭୂଇଁନିମ୍ବ ପତ୍ର ସକକାଳୁ ଖାଲି ପେଟରେ ଉଷୁମ ପଣି ସହିତ ସେବନ କଲେ ସମସ୍ତ ପ୍ରକାର କୃମି ନଷ୍ଟ ହୋଇ ଯାଆନ୍ତି । ଶୂଳ ଓ ମଳରୋଧରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ ।

ଭୂଇଁନିମ୍ବକୁ ସିଝାଇ ସେହି ଜଳରେ ସ୍ନାନ କଲେ ଯାବତୀୟ ଚର୍ମରୋକ ଦୂରହୁଏ । ଏହା ଯକୃତକୁ ହିତକର ବୋଲି କୁହାଯାଏ ।

୨୦ ଗ୍ରାମ ଶୁଖିଲା ଚେରକୁ ଅଧ ଲିଟର ପାଣିରେ ଫୁଟାଇ ତାର ଚାରି ଭାଗରୁ ଭାଗେ ରହିଲେ ଦିନକୁ ୨ ଥର କରି ଦୁଇ ସପ୍ତାହ ପର୍ଯ୍ୟନ୍ତ ସେବନ କରିଲେ ଯକୃତ ଜନିତ ରୋଗ ଭଲ ହୋଇଥାଏ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments