1. କୃଷି ବିଶ୍ବକୋଷ

ଆମ୍ବ ଅଦା ଚାଷ କରନ୍ତୁ, ଭଲ ରୋଜଗାର କରନ୍ତୁ !!

ଆମ୍ବକଷିଆ ଅଦା ବା ଆମ୍ବ ଅଦା ଏହାର ବାସ୍ନା ଯୋଗୁଁ ପରିଚିତ l ଆମେ ଆମ୍ବ ଅଦା ଅଳ୍ପ ପରିମାଣରେ ବ୍ୟବହାର କରିଥାଉ l ଏହି ଆମ୍ବ ଅଦାର ଦାମ୍ ମଧ୍ୟ ଅଧିକ ରହିଛି l

Sugyan Kumar Nayak
Sugyan Kumar Nayak

ଆମ୍ବକଷିଆ ଅଦା ବା ଆମ୍ବ ଅଦା ଏହାର ବାସ୍ନା ଯୋଗୁଁ ପରିଚିତ l ଆମେ ଆମ୍ବ ଅଦା ଅଳ୍ପ ପରିମାଣରେ ବ୍ୟବହାର କରିଥାଉ l ଏହି ଆମ୍ବ ଅଦାର ଦାମ୍ ମଧ୍ୟ ଅଧିକ ରହିଛି l ଆମ୍ବ ଅଦା ଚାଷ କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହୋଇପାରିବ l ଆସନ୍ତୁ ଆଲୋଚନା କରିବା ଆପଣ କିପରି ଆମ୍ବ ଅଦା ଚାଷ କରିବେ l

ଆମ୍ବ ଅଦା ଚାଷ କରିବା ପାଇଁ ଜମିର କ୍ଷାରତା ୫.୫ ରୁ ୬.୫ ମଧ୍ୟରେ ରହିବା ଦରକାର l ଜମିର ମାଟି ବାଲି ଦୋରସା, ନାଲି ଦୋରସା ମାଟି, କଳା ଓ ଚିକିଟା ମାଟି ନିଗିଡା ମାଟି ଉପଯୁକ୍ତ ଅଟେ । ଜଳବାୟୁ- ଉଷ୍ମ ଆର୍ଦ୍ର ଜଳବାୟୁ , ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ । ମେ - ଜୁନ ମାସରେ ଏହି ଆମ୍ବ ଆଡକୁ ଜମିରେ ଲଗାଇବା ଉଚିତ l ଜମି ପ୍ରସ୍ତୁତି - ଲଗାଇବା ପୂର୍ବରୁ ୫-୬ ଓଡ଼ ଚାଷ କରି , ୧ ମିଟର ଚଉଡ଼ା ୩ ମିଟର ଲମ୍ବ । ଆବଶ୍ୟକ ସ୍ଥଳେ ଜମିକୁ ଦେଖି ଲମ୍ବ ଅଧିକ କରାଯାଏ ଏବଂ ୧୫ ସେ.ମି. ଉଚ୍ଚତା ବିଶିଷ୍ଟ ପଟାଳୀମାନ କରାଯାଏ । ଦୁଇ ପଟାଳୀ ମଧ୍ୟରେ ୩୦ ସେ.ମି. ବ୍ୟବଧାନ ରଖାଯାଏ ।

ବିହନ କିସମ -ଆମ୍ବକଷିଆ ଅଦା  ବିହନ ପରିମାଣ-ହେକ୍ଟର ପ୍ରତି  ୨୦-୨୫ କ୍ୱିଣ୍ଟାଲ ଲଗାଇବା ଦୂରତା -ଉଚ୍ଚ ପଟାଳୀରେ ଗଛକୁ ଗଛ ୨୫ ସେ.ମି. ଓ ଧାଡିକୁ ଧାଡି ୩୦ ସେ.ମି. ବ୍ୟବଧାନରେ ବିହନ ଖଣ୍ଡ ଗୁଡିକ ଲଗାଯାଏ।

ତଳେ ବିଛେଇବା ପାଇଁ ଆବଶ୍ୟକ ହେଉଥିବା ଜିନିଷ-ହେକ୍ଟର ପ୍ରତି ୧୨.୫ ଟନ୍ ନଡ଼ା, ପାଳ ବା ଶୁଖିଲା ପତ୍ର ତଳେ ବିଛେଇବା ପାଇଁ ଦରକାର ହାଇଥାଏ ।

ଖତ ସାର

ଏକ ହେକ୍ଟର ଆମ୍ବ ଅଦା ଚାଷ ପାଇଁ ୨୫ ଟନ ଖତ, ୬୦ କି.ଗ୍ରା. ଯବକ୍ଷାରଜାନ , ୩୦ କି.ଗ୍ରା. ଫସଫରସ ଓ ୯୦ କି.ଗ୍ରା. ପଟାସ୍ ସାର ଦରକାର ।ଏହା ତିନିଥରରେ ଭାଗ ଭାଗ ଦିଆଯାଏ । ଲଗାଇବା ବେଳେ ସମସ୍ତ ଫସଫରସ୍ ସାର ଓ ଅଧା ପଟାସ୍ ସାର । ଲଗାଇବା ୪୫ ଦିନରେ ଅଧା ଯବକ୍ଷାରଜାନ୍ ସାର । ଲଗାଇବାର ୯୦ ଦିନରେ ଅଧା ଯବକ୍ଷାରଜାନ୍ ସାର ଓ ଅଧା ପଟାସ୍ ସାର । ପ୍ରତ୍ୟକ ପ୍ରୟୋଗ ସମୟରେ କୋଡ଼ାଖୁସା କରି ଘାସ ବାଛି ସାର ଦିଆଯାଏ ।

ଅନ୍ତଃ ଫସଲ ମିଶ୍ରିତ ଫସଲ

ଆମ୍ବ, ପଣସ, ନଡ଼ିଆ, ପିଜୁଳି  ବଗିଚା ଭିତରେ ଆମ୍ବ ଅଦା ଚାଷ କରାଯାଇପାରିବ । ହରଡ଼, କୋଳଥ, ସୋୟବିନ୍ ଫସଲକୁ ଆମ୍ବ ଅଦା ସହିତ ମିଶ୍ରିତ ଚାଷ କରାଯାଇ ପାରିବ । ଏହି ଫସଲ ୭ ମାସରେ ଅମଳ କରାଯାଏ । ଅମଳ-ଏକ ହେକ୍ଟର ଜମିକୁ ୨୦-୪୦ ଟନ ଆମ୍ବ ଅଦା ଅମଳ ହାଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments