1. କୃଷି ବିଶ୍ବକୋଷ

ସକାଳୁ କପେ ହଳଦୀ ଚା!

ସକାଳୁ କପେ ହଳଦୀ ଚା!

KJ Staff
KJ Staff


ବର୍ତମାନ ସମୟରେ ବିଭିନ୍ନ ରୋଗ କୁ ନେଇ ଏବେ ଲୋକଙ୍କ ମଧ୍ୟରେ ବହୁତ ସଚେତନତା ଦେଖିବାକୁ ମିଳୁଛି |ସମସ୍ତେ ଡାକ୍ତରଙ୍କ ପାଖକୁ ନ ଯାଇ ଘରେ ଆୟୁର୍ବେଦିକ ଉପଚାର କରିବାକୁ ଅଧିକ ଉଚିତ ମନେ କରୁଛନ୍ତି |ଏହି ସବୁ ବିକଳ୍ପ ମଧ୍ୟରୁ ଏକ ସୁଉପଚାର ;ହଳଦୀ ଚା |

ଚା କୁ ମୁଖ୍ୟତ କ୍ଷୀର ସହ ମିଶାଇ ପେଇବାକୁ ଭଲପାଆନ୍ତି ସମସ୍ତେ ;ମାତ୍ର ଆପଣ ଜାଣନ୍ତି କି ଯେ ଏମିତି କରିଲେ ଚା ର ସମସ୍ତ ଭଲ ଗୁଣ ନଷ୍ଟ ହୋଇଯାଇଥାଏ |ତେଣୁ ହଳଦୀ ରେ ପ୍ରସ୍ତୁତ ହର୍ବାଲ ଚା ଆପଣଙ୍କ ଶରୀର ଲାଗି ଏକ ଉତ୍ତମ ବିକଳ୍ପ |

ଏହା ଦ୍ୱାରା ବହୁ ରୋଗ ;ଏପରିକି କି କର୍କଟ ରୁ ମଧ୍ୟ ରକ୍ଷା ମିଳିଥାଏ |ଏହା ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ ହୋଇଥିବା ପ୍ରାକୃତିକ ଔଷଧ |ପ୍ରାଚୀନ କାଳରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ର ଉପଚାର ରେ ଏହା ବ୍ୟବହୃତ ହେଉଛି |


ପ୍ରସ୍ତୁତି ପ୍ରଣାଳୀ :
ହଳଦୀ ହର୍ବାଲ ଚା ପ୍ରସ୍ତୁତ କରିବା ଲାଗି ପ୍ରଥମେ ପାଣି କୁ ଫୁଟାଇ ;ତାହା ଥଣ୍ଡା ହେଲା ପରେ ୧-୨ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ |
ହଳଦୀ ପ୍ରାକୃତିକ ବା ଜୈବିକ ଉପରେ ଉତ୍ପାଦିତ ହୋଇଥିଲେ ଅଧିକ ଲାଭଦାୟକ ହୋଇଥାଏ |
ଆବଶ୍ୟକ ଅନୁସାରେ ଲୁଣ ଓ ଗୋଟେ ଚାମଚ ମହୁ ମିଶାନ୍ତୁ |

ଏହାର ଉପକାରିତା :

ଏହି ଚା କୁ ନିୟମିତ ପିଇଲେ ଥଣ୍ଡା ରୁ ରକ୍ଷା ମିଳେ |ଥଣ୍ଡା ରେ ଦେହ ଫୁଲିବାର ସମସ୍ୟା ଥିଲେ ଏହାଦ୍ୱାରା ତାର ଉଚିତ ଉପଚାର ହୋଇଥାଏ |
ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ |
ଆଲଜିମରସ ଭଳି ରୋଗ ରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ |

ଦେହ ରେ ଯେ କୌଣସି ପ୍ରକାର ଦରଜ ହୋଇଥିଲେ ହଳଦୀ ଚା ସେଥିରେ ବିଶେଷ ଉପଚାର କରିଥାଏ |
ଋତୁସ୍ରାବ ଜନିତ ଯନ୍ତ୍ରଣା ରୁ ମଧ୍ୟ ଏହା ଉପଶମ ଦେଇଥାଏ |
ଦୈନିକ ୧ କପି ଚା ପିଇବା ଦ୍ୱାରା ହୃଦ ପିଣ୍ଡ ସୁସ୍ଥ ରୁହେ |
ଏହା ପ୍ଲଟଲେଟ ଏକତ୍ର ହେବାରୁ ରକ୍ଷା କରେ |
ମାନସିକ ଚାପ ଓ ଷ୍ଟ୍ରେସ ରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ |
ମଧୁମେହ ରୋଗୀଙ୍କ ଲାଗି ଏହା ବିଶେଷ ଭାବେ ଶର୍କରା ନିୟନ୍ତ୍ରଣ ରେ ସାହାଯ୍ୟ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments