1. କୃଷି ବିଶ୍ବକୋଷ

ହରଡ଼ କିଲୋ ୧୫୦ ଟପିବ ! ଚିନ୍ତାରେ ଖାଉଟି

ଡାଲି ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ l ଘରେ ଘରେ ପ୍ରତିଦିନ ଲୋକେ ଡାଲି ଖାଇବା ପାଇଁ ପସନ୍ଦ କରିଥାନ୍ତି l କିନ୍ତୁ ଏବେ ଏହି ଡାଲି ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି l କାହିଁକି ନା ଡାଲି ଦର ଦିନ କୁ ଦିନ ବଢୁଛି l ସୂଚନା ଅନୁଯାୟୀ , କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଦେଶୀ ହରଡ଼ ଓ ବୁଟ ଡାଲି ଉତ୍ପାଦନ ଚଳିତ ବର୍ଷ ହ୍ରାସ ପାଇଛି ।

Tanushree Mahapatra
Tanushree Mahapatra
Harad dal will top 150 kg

Harad dal will top 150 kg

ଡାଲି ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ l ଘରେ ଘରେ ପ୍ରତିଦିନ ଲୋକେ ଡାଲି ଖାଇବା ପାଇଁ ପସନ୍ଦ କରିଥାନ୍ତି ( Harad dal will top )  l କିନ୍ତୁ ଏବେ ଏହି ଡାଲି ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି l କାହିଁକି ନା ଡାଲି ଦର ଦିନ କୁ ଦିନ ବଢୁଛି l ସୂଚନା ଅନୁଯାୟୀ , କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଦେଶୀ ହରଡ଼ ଓ ବୁଟ ଡାଲି ଉତ୍ପାଦନ ଚଳିତ ବର୍ଷ ହ୍ରାସ ପାଇଛି । ତେବେ ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି ଚାଷୀଙ୍କର ।

ତେଣୁ ଡାଲି ବ୍ୟବସାୟୀ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି ଏବଂ ଡାଲି ମଧ୍ୟ ଆମଦାନୀ କରୁଛନ୍ତି ଏହି ଦେଶ ମାନଙ୍କରୁ । ଏଭଳି ପରିସ୍ଥିତିରେ ଖାଉଟିଙ୍କ ଅଧିକ ଚାହିଦା ଥିବା ହରଡ଼ ଡାଲି କେଜି ପିଛା ୧୫୦ ଟଙ୍କା ଟପିବା ନେଇ ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ତେବେ ଏବେ ବିଦେଶରୁ ଡାଲି ଆମଦାନୀ ହେବା ଆରମ୍ଭ ହୋଇଥିବାରୁ ଏହାର ପ୍ରଭାବ ଡାଲି ମୂଲ୍ୟ ଉପରେ ପଡ଼ିବା ନେଇ ଆଶଙ୍କା କରୁଛନ୍ତି ବ୍ୟବସାୟୀ ତଥା ଖାଉଟି ।

ସୂଚନା ଅନୁଯାୟୀ, ମାଲଗୋଦାମର ଡାଲି ବ୍ୟବସାୟୀ ହରଡ଼ ଓ ବୁଟ ଡାଲି ଉତ୍ତରପ୍ରଦେଶର କାନପୁର ଓ ଆନ୍ଧ୍ର ପ୍ରଦେଶରୁ ଆମଦାନୀ କରୁଥିଲେ । ଗଲା ୧୫ ବର୍ଷ ହେବ ଛତିଶଗଡ଼ ଓ ମହାରାଷ୍ଟ୍ରର ନାଗପୁରରୁ ମାଲଗୋଦାମ ବ୍ୟବସାୟୀ ଆମଦାନୀ କରୁଛନ୍ତି ଡାଲି ଏହି ଦେଶରୁ। ଛତିଶଗଡ଼ ଓଡ଼ିଶା ସୀମାନ୍ତବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରୁ ଆମଦାନୀ ହେଉଛି ଡାଲି । ଆଉ କିଛି ଡାଲି ମହାରାଷ୍ଟ୍ର ନାଗପୁରରୁ ଆମଦାନୀ ହେଉଛି ରାଜ୍ୟକୁ । ତେବେ ସୂଚନାଯୋଗ୍ୟ ଯେ ଦୈନିକ ମାଲଗୋଦାମକୁ ହରଡ଼ ଓ ବୁଟ ଡାଲି ୨୦୦ ଟନ୍ ଆମଦାନୀ ହେଉଛି । ଚିନ୍ତାର କାରଣ ଯେ ଚଳିତ ବର୍ଷ ଏହି ଦୁଇଟି ଡାଲି ଉତ୍ପାଦନରେ ବଡ଼ ଧରଣର ପ୍ରଭାବ ପଡ଼ିଛି । ସଠିକ ପାଣିପାଗର ଅଭାବ ଯୋଗୁଁ ଏପରି ପରିସ୍ଥିତି l

ସେହିପରି କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ହରଡ଼ ଫସଲ ଉତ୍ପାଦନ ଚଳିତ ବର୍ଷ ବହୁତ କମ ହୋଇଛି । ସେହିଭଳି ଏହି ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବୁଟ ଫସଲରେ ମଧ୍ୟ ପୋକ ଲାଗିଯାଇଛି । ଫଳରେ ଏବେ ଡାଲି ବ୍ୟବସାୟୀମାନେ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକ ଉପରେ ନିର୍ଭର କରିବା ଆରମ୍ଭ କରି ଦେଇଛନ୍ତି । ଚଳିତ ବର୍ଷ ଦେଶୀ ଡାଲି ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବିଦେଶୀ ଡାଲି ଉପରେ ବ୍ୟବସାୟୀମାନେ ନିର୍ଭର କରିବା ଆରମ୍ଭ କରିଛନ୍ତି ।

ତେବେ ହରଡ଼ ଡାଲି ଦର ଶନିବାର କିଲୋ ପିଛା ୧୧୧ରୁ ୧୨୦ ଟଙ୍କା ଥିବା ବେଳେ ବୁଟ ଡାଲି କିଲୋ ୬୧ରୁ ୬୫ ଟଙ୍କା ଛୁଇଁଛି । ବିଦେଶୀ ଡାଲି ଉପରେ ନିର୍ଭର ଅଧିକ ହେଉଥିବାରୁ ହରଡ଼ ଡାଲି କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଡାଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ଗତ ୮ ବର୍ଷ ତଳେ ହରଡ଼ ଡାଲି ୧୭୦ରୁ ୧୮୦ ଟଙ୍କା ଛୁଇଁଥିଲା । ବର୍ତ୍ତମାନ ପରିସ୍ଥିତିରେ ଡାଲି ସେଭଳି ସ୍ଥିତି ଦେଇ ଗତି କରୁଛି ଯାହା ବ୍ୟବସାୟୀ ଏବଂ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ତେବେ କୌଣସି ମୁହୂର୍ତ୍ତରେ ଭବିଷ୍ୟତରେ ଡାଲି ମୂଲ୍ୟ ବଢ଼ିବା ନେଇ ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ମହିଳାଙ୍କୁ ଜୀବିକା ଯୋଗାଉଛି ମିଲେଟ୍ କାଫେ

ମିଲେଟ୍ ଟିଫିନ୍ ସେଣ୍ଟର ଏକ ଅଭିନବ ପ୍ରୟାଶ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ