1. କୃଷି ବିଶ୍ବକୋଷ

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ ।

Sudesna Nayak
Sudesna Nayak
health benefits OF coconut oil

health benefits OF coconut oil

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ ।

ସାଧାରଣତଃ ମହିଳାମାନେ କେଶ ପାଇଁ ନଡିଆ ତେଲ ବ୍ୟବହାର କରିଥାନ୍ତି, କିନ୍ତୁ ଏହା କେବଳ କେଶ ପାଇଁ ନୁହେଁ ବରଂ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏଥି ସହିତ ଆୟୁର୍ବେଦରେ ସକାଳେ ଗୋଟିଏ ଚାମଚ ନଡ଼ିଆ ତେଲ ଖାଲି ପେଟରେ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ବାସ୍ତବରେ, ଖାଲି ପେଟରେ ନଡ଼ିଆ ତେଲ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ନଡ଼ିଆ ତେଲରେ ଫ୍ୟାଟି ଏସିଡର ୟୁନିକ୍ କମ୍ବିନେସନ ମିଳିଥାଏ । ଯାହା ଆମ ମସ୍ତିଷ୍କ ଏବଂ ହାର୍ଟର ଫଙ୍କସନ୍‌ ପାଇଁ ବହୁତ ଭଲ କାମ କରିଥାଏ ।

ଯେଉଁ ଅଞ୍ଚଳରେ ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରାଯାଇଥାଏ, ସେଠାରେ ଲୋକମାନେ ହାର୍ଟ ସୁସ୍ଥ ରହିଥାଏ ।

ନଡ଼ିଆ ତେଲ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ, ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିଥାଏ ଏବଂ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହା ଆପଣଙ୍କ ପେଟରେ ଗ୍ୟାସର ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ନଡିଆ ତେଲ ଗୁଡ୍ କୋଲେଷ୍ଟ୍ରଲ ପାଇଁ ବହୁତ ଭଲ ହୋଇଥାଏ । ନଡ଼ିଆ ତେଲକୁ ଖାଇବା ଦ୍ୱାରା ରକ୍ତରେ ଗୁଡ୍ କୋଲେଷ୍ଟ୍ରଲ ବଢିଥାଏ, ଯେଉଁ କାରଣରୁ ହାର୍ଟକୁ ଅନେକ ରୋଗରୁ ରକ୍ଷା କରାଯାଇପାରେ ।

ନଡ଼ିଆ ତେଲର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ମେଟାବୋଲିଜିମ୍ ଭଲ ଭାବରେ କାମ କରିଥାଏ ଏବଂ ଅତିରିକ୍ତ ଓଜନକୁ ହ୍ରାସ କରିଥାଏ । ତେଣୁ ଆୟୁର୍ବେଦରେ ସକାଳେ ଖାଲି ପେଟରେ ଏକ ଚାମଚ ନଡ଼ିଆ ତେଲ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments