ବାୟୁ ପ୍ରଦୂଷଣ ଏବେ ସବୁଠାରୁ ବଡ ସଙ୍କଟ ଭାବେ ଉଭା ହୋଇଛି |ଏହାର ନିୟନ୍ତ୍ରଣ ଲାଗି ଅନେକ ସହରରେ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଉଛି |
ତେବେ ବ୍ରିଟେନ ସତିଠା ୟୁନିଭେର୍ସିଟି ଅଫ ସରେର ଗବେଷଣା ଅନୁସାରେ,ରାସ୍ତା କଡରେ ହେଜ ତିଆରି Kariba ଦ୍ୱାରା ପ୍ରଦୂଷଣ କାଂଇଥାଏ |ବାୟୁ ରେ ଥିବା ବ୍ଲାକ କାର୍ବନ ମାତ୍ରା କୁ ଏହା ଶତକଡା ୬୩ ଭାଗ ପର୍ଯ୍ୟନ୍ତ ହ୍ରାସ କରିପାରେ |
ନିଷ୍କର୍ସ ଲାଗି ଗବେଷକ ମାନେ ବ୍ରିଟେନ ରେ ୬ ଟି ଅଂଚଳରେ ଅଧ୍ୟୟନ କରିଥିଲେ |ଭାରତୀୟ ବ୍ୟଜ୍ଞାନିକ ପ୍ରଶାନ୍ତ କୁମାର ମଧ୍ୟ ଏଥିରେ ସାମିଲ ଥିଲେ |
କିଛି ଅଂଚଳରେ ରାସ୍ତା କଡରେ ହେଜ ଓ ଅନ୍ୟ ଅଞ୍ଚଳ ମାନଙ୍କରେ ବୃକ୍ଷ ରୋପଣ କରାଯାଇଥିଲା |ଆଉ କିଛି ଅଂଚଳରେ ଉଭୟ ହେଜ ଏବଂ ବୃକ୍ଷ ରୋପଣ କରାଯାଇଥିଲା |ଫଳସ୍ୱରୂପ ଯେଉଁ ଅଂଚଳରେ ହେଜ ସହ ଅନ୍ୟ ବୃକ୍ଷ ରୋପଣ କରାଯାଇଥିଲା ସେହି ଆଖପାଖ କ୍ଷେତ୍ରରେ ପ୍ରଦୂଷଣ ବେଶ ହ୍ରାସ ପାଇଥିଲା |କିନ୍ତୁ କେବଳ ବୃକ୍ଷ ରୋପଣ ହୋଇଥିବା ଅଂଚଳରେ ଏଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା |ହେଜ କାର୍ବନ ସହ ବାୟୁ ରେ ଅନ୍ୟାନ୍ୟ ପ୍ରଦୂଷଣ କମ କରିବାରେ ସକ୍ଷମ |
Share your comments